ଦଶହରା ଚାନ୍ଦା ମାଗି ୪ ଅଗ୍ନିଶମ କର୍ମଚାରୀ ନିଲମ୍ବିତ

ବ୍ରହ୍ମପୁର ଅଫିସ,୧୯ା୧୦: ଦଶହରା ଚାନ୍ଦା ମାଗିବା ୫ଅଗ୍ନିଶମ କର୍ମଚାରୀଙ୍କୁ ମହଙ୍ଗା ପଡିଛି। ଚାନ୍ଦା ମାଗିବା ଅଭିଯୋଗରେ ବ୍ରହ୍ମପୁରରେ କାର୍ଯ୍ୟରତ ଅଗ୍ନିଶମ ବିଭାଗର ୪ କର୍ମଚାରୀ ଓ ଅନ୍ୟ ଜଣେ ବ୍ରହ୍ମପୁରରେ କାର୍ଯ୍ୟରତ ସହକାରୀ ଅଗ୍ନିଶମ ଅଧିକାରୀ ନିଲମ୍ବିତ ହୋଇଛନ୍ତି । ଏହି କର୍ମଚାରୀମାନେ ସହରର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନକୁ ଦଶହରା ଚାନ୍ଦା ମାଗୁଥିବା ନେଇ ଅଭିଯୋଗ ଆସିବା ପରେ ବ୍ରହ୍ମପୁରସ୍ଥିତ ଦକ୍ଷିଣାଞ୍ଚଳ ଅଗ୍ନିଶମ ଅଧିକାରୀ ଏଭଳି ପଦକ୍ଷେପ ନେଇଛନ୍ତି।
ସୂଚନାନୁସାରେ,ନିଲମ୍ବିତ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ୨ ଆଗ୍ନିକ ଓ ୨ ହାବିଲଦାର ଅଛନ୍ତି। ଏମାନଙ୍କ ମଧ୍ୟରୁ ୩ ଜଣ ବ୍ରହ୍ମପୁର ଅଗ୍ନିଶମ କେନ୍ଦ୍ରରେ କାର୍ଯ୍ୟ କରୁଥିବା ବେଳେ ଜଣେ ଏମ୍‌କେସିଜି ମେଡିକାଲ ଅଗ୍ନିଶମ କେନ୍ଦ୍ରରେ କାର୍ଯ୍ୟ କରୁଥିଲେ। ସେହିପରି ବ୍ରହ୍ମପୁର ସହକାରୀ ଅଗ୍ନିଶମ ଅଧିକାରୀ(ଏଏଫ୍‌ଓ) ଜିତେନ୍ଦ୍ର କୁମାର ଦାସଙ୍କ ଜାଣତରେ ଅଗ୍ନିଶମ କର୍ମଚାରୀମାନେ ଦଶହରା ଚାନ୍ଦା ମାଗୁଥିବା ତଦନ୍ତ ବେଳେ ଜଣାପଡିଥିଲା। ଏଣୁ ଓଡ଼ିଶା ଅଗ୍ନିଶମ ଡିଜି ଏମ୍‌.ଅକ୍ଷୟଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ବୌଦ୍ଧ ଜିଲାକୁ ବଦଳି କରାଯାଇଛି। ଦକ୍ଷିଣାଞ୍ଚଳ ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ କୁମାର ଦାସ କହିଛନ୍ତି, କେତେକ ପେଟ୍ରୋଲ ପମ୍ପରେ ଉପରୋକ୍ତ ଅଗ୍ନିଶମ କର୍ମଚାରୀମାନେ ଦଶହରା ଚାନ୍ଦା ମାଗୁଥିବା ପ୍ରାଥମିକ ତଦନ୍ତ ବେଳେ ଜଣାପଡ଼ିଛି। ଏଣୁ ଦୁଇ ଜଣ ଆଗ୍ନିକ ଓ ଦୁଇ ଜଣ ହାବିଲଦାରଙ୍କୁ ମଙ୍ଗଳବାର କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ସେହିପରି ଏହି ଦଶହରା ଚାନ୍ଦା ମାଗିବା ଘଟଣାରେ ବ୍ରହ୍ମପୁର ସହକାରୀ ଅଗ୍ନିଶମ ଅଧିକାରୀ ଜିତେନ୍ଦ୍ର କୁମାର ଦାସଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିବା ପରେ ଅଗ୍ନିଶମ ଡିଜିଙ୍କୁ ଚିଠି ଦ୍ୱାରା ଅବଗତ କରାଯାଇଥିଲା। ପରେ ଡିଜିଙ୍କ ନିର୍ଦ୍ଦେଶକ୍ରମେ ସମ୍ପୃକ୍ତ ଏଏଫ୍‌ଓଙ୍କୁ ବୌଦ୍ଧ ଜିଲାକୁ ବଦଳି କରାଯାଇଛି ବୋଲି ସେ କହିଛନ୍ତି।
ବ୍ରହ୍ମପୁର ଅଗ୍ନିଶମ କର୍ମଚାରୀମାନେ ଚାନ୍ଦା ମାଗୁଥିବା ଘଟଣାର ଅଧିକ ତଦନ୍ତ ଜାରି ରହିଛି। ସେମାନେ କାହାକୁ କେତେ ଟଙ୍କା ମାଗିଛନ୍ତି ଓ ଆଣିଛନ୍ତି ତା’ର ତଦନ୍ତ କରାଯାଉଛି ବୋଲି ଅଧିକାରୀ ଦାସ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri