ମା’ ବଞ୍ଚିଥିବା ଭାବି ମୃତଦେହକୁ ଘରେ ଆଣି ରାତିସାରା ଜଗିରହିଲେ ୪ ପିଲା, ହେଲେ…

ପାଲଲହଡ଼ା,୮ା୧(ଦିବ୍ୟଜ୍ୟୋତି ଦାଶ): ୪ ବର୍ଷ ତଳେ ପରପାରିକୁ ଚାଲିଯାଇଥିଲେ ସ୍ବାମୀ ଗୁରୁ ମୁଣ୍ଡା। ସେବେଠାରୁ ୩ ଝିଅ ଓ ଗୋଟିଏ ପୁଅର ବୋଝ ନିଜେ ଉଠାଉଥିଲେ ବିଧବା ଜାନ ମୁଣ୍ଡା। ଦୈନିକ ମୂଲ ମଜୁରି ଖଟି ପିଲାଙ୍କ ମୁହଁରେ ଦାନା ଦେଉଥିବା ଜାନ ଗତ ୫ ତାରିଖଠାରୁ ନିଖୋଜ ଥିଲେ। ୬ ତାରିଖ ସନ୍ଧ୍ୟାରେ ତାଙ୍କ କ୍ଷତବିକ୍ଷତ ମୃତଦେହ ମିଳିବା ପରେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଫଳରେ ତାଙ୍କର ୪ ପିଲା ଅନାଥ ହୋଇଯାଇଛନ୍ତି। ତେବେ ମା’ କାଳେ ବଞ୍ଚିଥିବେ, ତାହା ଭାବି ପିଲାମାନେ ମୃତଦେହ ଆଣି ଘରେ ରଖିବା ସହ ରାତିସାରା ଜଗିବସିବା ବୁଧବାର ଅନୁଗୋଳ ଜିଲା ପାଲଲହଡ଼ା ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି।
ସୂଚନା ଅନୁଯାୟୀ, ପାଲଲହଡ଼ା ଥାନା ଝାରବେଡ଼ା ପଞ୍ଚାୟତ ସୁସବନାଳୀ ଗାଁର ବିଧବା ଜାନ ମଜୁରି ଖଟିବାକୁ ସୋମବାର ସକାଳେ ଘରୁ ବାହାରି ଯାଇଥିଲେ। ସନ୍ଧ୍ୟା ସୁଦ୍ଧା ସେ ନ ଫେରିବାରୁ ପିଲାମାନେ ବ୍ୟସ୍ତ ହୋଇ ଖୋଜାଖୋଜି କରିଥିଲେ। ମଙ୍ଗଳବାର ସାରେ ଗାଁ ମୁଣ୍ଡରେ ଥିବା ପରିତ୍ୟକ୍ତ କେନ୍ଦୁପତ୍ର ଫଡି ଘର ନିକଟରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ମୃତ ଜାନଙ୍କ ମୁହଁକୁ କୌଣସି ଭାରି ପଦାର୍ଥରେ ଆଘାତ କରାଯାଇଥିବା ବେଳେ ଗଳା ମଧ୍ୟ ଧାରୁଆ ଅସ୍ତ୍ରରେ କଟାଯାଇଥିବା ଦେଖିବାକୁ ମିଳିଥିଲା। ଜାନଙ୍କ ମୃତଦେହ ମିଳିବା ପରେ ତାହାକୁ ୪ ପିଲା ଘରକୁ ନେଇଯାଇଥିଲେ। ମା’ କାଳେ ବଞ୍ଚତ୍ଥିବେ ତାହା ଭାବି ସାରା ରାତି ସେମାନେ ଜଗି ବସିଥିଲେ। ଗ୍ରାମବାସୀଙ୍କଠାରୁ ଖବରପାଇ ପୋଲିସ ଗଁାରେ ପହଞ୍ଚତ୍ ମୃତଦେହ ଜବତ କରିଥିଲା। ଅନୁଗୋଳରୁ ସାଇଣ୍ଟିଫିକ ଟିମ୍‌ ଓ ସନ୍ଧାନୀ କୁକୁର ପହଞ୍ଚତ୍ବା ପରେ ପୋଲିସ ଘଟଣାର ତଦନ୍ତ ଚଳାଇଛି। ହତ୍ୟାକାଣ୍ଡ ସମ୍ପର୍କରେ ପରିବାର ଲୋକେ ଅଭିଯୋଗ କରିବା ପରେ ପୋଲିସ ନଂ. ୬/୨୦୨୬ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ପ୍ରଦୀପ କୁମାର ମହାନ୍ତ ପ୍ରକାଶ କରିଛନ୍ତି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଲୋଇସିଂହା ଥାନା ବଢୁଛି ଚୋରି: କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି

ଲୋଇସିଂହା,୨୬।୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଞ୍ଚଳରେ କ୍ରମାଗତ ଭାବରେ ଚୋରି ବୃଦ୍ଧି ପାଇଛି। ଥାନା ଅନ୍ତର୍ଗତ ଜେଉଁଟିପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟରେ…

ଲାଇସେନ୍ସ ଫି ୧୦% ବୃଦ୍ଧି, ମହଙ୍ଗା ହୋଇପାରେ ମଦ ଦର

ନୂଆଦିଲ୍ଲୀ,୨୭ା୨: ଦିଲ୍ଲୀରେ ମଦ ଏବେ ମହଙ୍ଗା ହୋଇପାରେ । ନୂତନ ଉତ୍ପାଦ ନୀତି ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନଥିବା ବେଳେ, ଦିଲ୍ଲୀ ସରକାର “ହୋଟେଲ, କ୍ଲବ ଏବଂ ରେଷ୍ଟୁରାଣ୍ଟ” ବର୍ଗରେ୨୦୨୬-୨୭ଆର୍ଥିକ…

ବିଜୟ ସତ୍ତ୍ୱେ ଭାରତକୁ ମିଳିଲାନି ଫାଇଦା: ଏବେ ବି ଟେନ୍‌ସନ୍‌ରେ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୨୭।୨: ଭାରତ ୨୦୨୬ ଟି-୨୦ ବିଶ୍ୱକପର ସୁପର ୮ ପର୍ଯ୍ୟାୟରେ ଜିମ୍ବାୱେକୁ ପରାସ୍ତ କରି ସେମିଫାଇନାଲ ସ୍ଥାନ ପାଇଁ ଆଶା ଉଜ୍ଜୀବିତ ରଖିଛି। ଚେନ୍ନାଇର ଏମଏ ଚିଦାମ୍ବରମ…

ଆଧ୍ୟାତ୍ମିକ ପରିବେଶରେ ଝୁମିଲା ଡାଳଗୁମା: ଖେଳିଗଲା ଖୁସିର ଲହରୀ

ଥୁଆମୂଳ ରାମପୁର,୨୭।୨ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କିଆପଦର ପଞ୍ଚାୟତର ଡାଳଗୁମା ଗ୍ରାମରେ ଏକ ଆଧ୍ୟାତ୍ମିକ ଜାଗରଣ ସୃଷ୍ଟି ହୋଇଛି। ବ୍ଲକ ପ୍ରଶାସନର…

ଅନ୍‌ଲାଇନ କଣ୍ଟେଣ୍ଟ ପାଇଁ ଉତ୍ତରଦାୟୀ ରୁହନ୍ତୁ ଡିଜିଟାଲ ପ୍ଲାଟ୍‌ଫର୍ମ: ଅଶ୍ୱିନୀ

ନୂଆଦିଲ୍ଲୀ,୨୭ା୨(ପି.ଟି.): ଡିଜିଟାଲ ପ୍ଲାଟ୍‌ଫର୍ମଗୁଡ଼ିକରେ ପ୍ରକାଶ ପାଉଥିବା ଅନ୍‌ଲାଇନ କଣ୍ଟେଣ୍ଟ ପାଇଁ ସେମାନଙ୍କୁ ଉତ୍ତରଦାୟିତ୍ୱ ନେବାକୁ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। କଣ୍ଟେଣ୍ଟ ବା ବିଷୟବସ୍ତୁର…

୬,୬,୬,୬,୬….ମାତ୍ର ୧୪ ବଲ୍‌ରେ କମାଲ୍‌ କରିଦେଲେ ବୈଭବ ସୂର୍ଯ୍ୟବଂଶ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୬।୨: IPL 2026 ପୂର୍ବରୁ ବୈଭବ ସୂର୍ଯ୍ୟବଂଶୀ ପୁଣି ଥରେ ଚମତ୍କାର ଫର୍ମରେ ଅଛନ୍ତି। ସେ ଚଳିତ DY ପାଟିଲ T20 ଟୁର୍ନାମେଣ୍ଟରେ ଏହି ସଫଳତା ହାସଲ…

କ୍ରିକେଟର ରିଙ୍କୁ ସିଂଙ୍କ ବାପାଙ୍କ ଦେହାନ୍ତ, ଲିଭର କ୍ୟାନସରରେ ପୀଡ଼ିତ….

ନୂଆଦିଲ୍ଲୀ,୨୭ା୨: ଭାରତୀୟ କ୍ରିକେଟର ରିଙ୍କୁ ସିଂଙ୍କ ପିତାଙ୍କ ଦେହାନ୍ତ ହୋଇଛି । ସେ ଗ୍ରେଟର ନୋଏଡାର ଯଥାର୍ଥ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ରିଙ୍କୁ…

‘ଦି କେରଳ ଷ୍ଟୋରି ୨’ ଉପରେ ହାଇକୋର୍ଟଙ୍କ ସ୍ଥଗିତାଦେଶ

କୋଚି,୨୭ା୨(ପି.ଟି.): ‘ଦି କେରଳ ଷ୍ଟୋରି ୨- ଗୋଜ୍‌ ବିୟଣ୍ଡ’ ଚଳଚ୍ଚିତ୍ରର ମୁକ୍ତିଲାଭ ଉପରେ କେରଳ ହାଇକୋର୍ଟ ଗୁରୁବାର ଅନ୍ତରୀଣ ସ୍ଥଗିତାଦେଶ ଲଗାଇଛନ୍ତି । ଉକ୍ତ ଚଳଚ୍ଚିତ୍ରକୁ ସେନ୍‌ସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri