ଭିସି ମାଧ୍ୟମରେ ୭ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ: ପାଟଣା ବ୍ଲକ୍‌ର ୪ ଓ ସାହାରପଡ଼ା ବ୍ଲକ୍‌ର ୩ ବିଦ୍ୟାଳୟ ସାମିଲ

ପାଟଣା, ୬/୧୧ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଧରଣୀଧର ବିଶ୍ୱବିଦ୍ୟାଳୟର ଉତ୍ତର କ୍ୟାମ୍ପସଠାରେ ଭିଡିଓ କନ୍‌ଫରେନ୍ସିଂ (ଭିସି) ମାଧ୍ୟମରେ ତୃତୀୟ ପର୍ଯ୍ୟାୟରେ ୬୨୭ଟି ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ପାଟଣା ବ୍ଲକ୍‌ର ୪ଟି ଓ ସାହାରପଡ଼ା ବ୍ଲକ୍‌ର ୩ଟି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।

ପାଟଣା ବ୍ଲକ୍‌ର ବାଉଁଶୁଳି ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ, ବୁଢ଼ୀକାପୁଡ଼ି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଚାକୁଣ୍ଡାପାଳ ପଞ୍ଚାୟତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ତୁରୁମୁଙ୍ଗା ଦଧିବାମନ ସରକାରୀ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ସେହିପରି ସାହାରପଡ଼ା ବ୍ଲକ୍‌ର ଶଙ୍ଖୁଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଦିଗିପଶି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଡାଳପକା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।

ତୁରୁମୁଙ୍ଗାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସରପଞ୍ଚ ସୁଲେଖା ନାଏକ, ସିଆରସିସି ଲିପଟନ୍ ସାହୁ, ଏବିଇଓ ପ୍ରକାଶ ରାୟ, ଦଧିବାମନ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭୀମସେନ ପାତ୍ର, ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଦୀପ୍ତିବାଳା ସାହୁ, ଶିକ୍ଷାବିତ୍ ଧରଣୀଧର ଦାସ, ଗୋପୀନାଥ ସାହୁ, ପ୍ରଦୀପ ସାହୁ, ଯନ୍ତ୍ରୀ ମନୋଜ ପଣ୍ଡା, ପିଇଓ ନିଷିଥ ରାଉତ ଓ ଏଡିଇଓ ସୁଜିତ ସାମନ୍ତରାୟ ଉପସ୍ଥିତ ଥିଲେ।

ବାଉଁଶୁଳିଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଇଓ ପୂର୍ଣ୍ଣଚନ୍ଦ୍ର ଅମାନ୍ତ, ପ୍ରଧାନଶିକ୍ଷୟିତ୍ରୀ ସତ୍ୟବତୀ ନାୟକ, ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଧାକାନ୍ତ ମହାନ୍ତ, ସରପଞ୍ଚ ସୁଜାତା ସର୍ଦ୍ଦାର, ସିଆରସିସି ଜ୍ୟୋତିର୍ମୟ ତ୍ରିପାଠୀ, କ୍ଷୀତିଶ କୁମାର ଦୀକ୍ଷିତ, ଶିକ୍ଷକ ନେତା ବିଜନ ପରିଡ଼ା, ରମେଶ ଚନ୍ଦ୍ର ମହାନ୍ତ, ଚନ୍ଦନ କୁମାର ରାଉତ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସନ୍ତୋଷ କୁମାର ନାଏକ, ଯନ୍ତ୍ରୀ ମୋନାଲିସା ଚକ୍ର, ପିଇଓ ରୂପଶ୍ରୀ ପାତ୍ର, ଉଖୁଣ୍ଡା ମଣ୍ଡଳ ପ୍ରଭାରୀ ମହେନ୍ଦ୍ର କୁମାର ନାଏକ, ସାମାଜିକ କର୍ମୀ କୁଶଧର ସର୍ଦ୍ଦାର ଓ ୱାର୍ଡମେମ୍ବର ପରମେଶ୍ୱର ମହାନ୍ତ ଉପସ୍ଥିତ ଥିଲେ। ସହକାରୀ ଶିକ୍ଷକ ଅମିତ କୁମାର ସେଠୀ ମଞ୍ଚ ପରିଚାଳନା କରିଥିଲେ।

ସାହାରପଡ଼ା ବ୍ଲକ୍‌ର ଶଙ୍ଖୁଆଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଡିଓ ରଣଜିତ ମହାନ୍ତଙ୍କ ସମେତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ସରପଞ୍ଚ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Share