କାନାରା ବ୍ୟାଙ୍କର ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୧୯।୧୧: କାନାରା ବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ରୁଡ୍‌ସେଟ୍‌ ପ୍ରତିଷ୍ଠାନରେ ବ୍ୟାଙ୍କର ୧୧୮ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ସମାରୋହରେ ଆଞ୍ଚଳିକ କାର୍ଯ୍ୟାଳୟର ଉପମହାପ୍ରବନ୍ଧକ ପି. ଠାକୁର ନାୟକ ଏବଂ ମଣ୍ଡଳ ପ୍ରବନ୍ଧକ ଅଶୋକ କୁମାର ମେହେର କାନାରା ବ୍ୟାଙ୍କର ପ୍ରତିଷ୍ଠାତା ଆମେବାଲ ସୁବରାଓ ପାଇଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣକରି ଶ୍ରଦ୍ଧାଞ୍ଜଳି ଦେଇଥିଲେ। କାର୍ଯ୍ୟକ୍ରମରେ ୬୦ରୁ ଊର୍ଦ୍ଧ୍ୱ ତାଲିମାର୍ଥୀ ଯୋଗଦେଇଥିଲେ। ବ୍ୟାଙ୍କ ତରଫରୁ ଆର୍ଥିକ ଅନଗ୍ରସର ତାଲିମାର୍ଥୀମାନଙ୍କୁ ନିଃଶୁଳ୍କ ବୈଦ୍ୟୁତିକ ଉପକରଣ ଯୋଗାଇ ଦିଆଯାଇଥିଲା। ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ବ୍ୟାଙ୍କର କର୍ମଚାରୀ, ବ୍ୟାଙ୍କ ମିତ୍ର , ତାଲିମାର୍ଥୀ ଯୋଗଦେଇଥିଲେ। ରୁଡଖସେଟ୍‌ ପ୍ରତିଷ୍ଠାନର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସଭା ପରିଚାଳନା କରିଥିଲେ।