ମିଳିଗଲା ଯୋଡ଼ି

ଓଡ଼ିଆ ସିନେମାରେ ଏବେ ଆଗଧାଡ଼ିର ପ୍ରଯୋଜକ ରମେଶ ବାରିକ ନିଜର ମନଲାଖି ଯୋଡ଼ି ପାଇଯାଇଛନ୍ତି। ଅର୍ଥାତ୍‌ ବର୍ତ୍ତମାନ ମିଳିତ ଭାବରେ ଚଳଚ୍ଚିତ୍ରଟିଏ ନିର୍ମାଣ କରିବାକୁ ଲକ୍ଷ୍ୟ ରଖି ସେ ଆଗଉଛନ୍ତି। ଆଉ ସେତିକିବେଳେ ତାଙ୍କ ସହ ଯୋଡ଼ି ହୋଇଛନ୍ତି ନବାଗତ ପ୍ରଯୋଜକ କେ. ତମନ୍ନା। ଦୁହିଁଙ୍କର ମିଳିତ ପ୍ରଯୋଜନାରେ ପ୍ରସ୍ତୁତ ହୋଇଛି ଏବଂ ଭିନ୍ନ ଧରଣର ଓଡ଼ିଆ ଚଳଚ୍ଚିତ୍ର ‘କଟକ ଓ୍ବେଡ୍‌ସ ସମ୍ବଲପୁର’। କଟକ ଏବଂ ସମ୍ବଲପୁରର ଚାଲିଚଳଣି, ପରମ୍ପରାକୁ ଆଧାର କରି ଏହି ଚିତ୍ରଟି ନିର୍ମିତ ହୋଇଛି। ଏ ସମ୍ପର୍କରେ ରମେଶ କହନ୍ତି, ‘ଯେତେବେଳେ କେ. ତମନ୍ନାଙ୍କ ସହ ଭେଟ ହେଲା, ସେତେବେଳେ ତାଙ୍କର ଯୋଜନା ମୋତେ ବେଶ୍‌ ପ୍ରଭାବିତ କରିଥିଲା। ଆଉ ତା’ପରେ ଦୁହେଁ ଏକାଠି ସିନେମା ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲୁ। ‘କଟକ ଓ୍ବେଡ୍‌ସ ସମ୍ବଲପୁର’ କାହାଣୀ, କଳାକାର ଚୟନ, ସଙ୍ଗୀତ, ସଂଳାପ ଏବଂ ଶୁଟିଂ-ସବୁ ଜିନିଷ ପ୍ରତି ସମାନ ଦୃଷ୍ଟି ଦିଆଯାଇଛି। ଦର୍ଶକ ଏଥିରୁ ଶତ ପ୍ରତିଶତ ମନୋରଞ୍ଜନ ପାଇବେ ବୋଲି ମୋର ଦୃଢ଼ ଆଶା ରହିଛି। ଆଗକୁ ଆମେ ମିଳିତ ଭାବରେ ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜନା କରିବାକୁ ସ୍ଥିର କରିଛୁ। ଆର.ଆର. ଇଭେଣ୍ଟ୍‌ସ ଏବଂ ଷ୍ଟୁଡିଓ ୩୬୫ ବ୍ୟାନରରେ ତଥା ବାପି ଡେଭିଡ୍‌ଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମଟି ଚଳିତ ମାସ ୧୯ରେ ପରଦା ଉପରକୁ ଆସିବାକୁ ଯାଉଛି। ସମ୍ବିତ ଏବଂ ନବାଗତା ସୁସ୍ମିତା ପ୍ରଧାନଙ୍କ ବ୍ୟତୀତ କୁନା ତ୍ରିପାଠୀ, ପିଣ୍ଟୁ ନନ୍ଦ, ପ୍ରଦୀପ ଦେବତା, ଗୁଡ୍ଡୁ, ମହାପ୍ରସାଦ କର (ରାଜା)ଙ୍କୁ ଏହାର ବିଭିନ୍ନ ଭୂମିକାରେ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri