ଭାରତୀୟ ଆଇଟି କମ୍ପାନୀର ବଦଳିଲା ଭାଗ୍ୟ, କ୍ଷଣିକ ମଧ୍ୟରେ ୫୦୦ ପାଲଟିଲେ କୋଟିପତି…

ଓ୍ବାଶିଂଟନ,୨୩।୯: ଭାରତୀୟ ଆଇଟି କମ୍ପାନୀ ଫ୍ରେଶ୍‌ଓ୍ବାର୍କ ଆମେରିକାର ନାସଡାକ୍‌ ଷ୍ଟକ୍‌ ଏକ୍ସଚେଞ୍ଜ୍‌ରେ ତାଲିକାଭୁକ୍ତ ହୋଇଛି। ଏହାଦ୍ୱାରା କ୍ଷଣିକ ମଧ୍ୟରେ ୫୦୦ ଲୋକ କୋଟିପତି ପାଲଟି ଯାଇଛନ୍ତି। ଫ୍ରେଶ୍‌ଓ୍ବାର୍କ ଆମେରିକା ବଜାରରେ ସୂଚୀବଦ୍ଧ ହୋଇଥିବା ପ୍ରଥମ ସଫ୍ଟଓ୍ବେର ଏଜ୍‌ ଏ ସର୍ଭିସ୍‌ (ଏସ୍‌ଏଏଏସ୍‌)କମ୍ପାନୀର ମାନ୍ୟତା ହାସଲ କରିଛି।

ଫଳରେ କମ୍ପାନୀର ୫୦୦ କର୍ମଚାରୀ କୋଟି ହୋଇ ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ୭୦ ଜଣଙ୍କ ବୟସ ୩୦ ବର୍ଷରୁ କମ୍‌। ବୁଧବାର ନ୍ୟୁୟର୍କ ଟ୍ରେଡ଼ିଂରେ ଫ୍ରେଶ୍‌ଓ୍ବାର୍କର କାରବାର ୪୭.୫୫ ଡଲରରେ ବନ୍ଦ ହୋଇଛି। ଫଳରେ କମ୍ପାନୀର ମାର୍କେଟ କ୍ୟାପିଟାଲ ୧୩ ବିଲିୟନ୍‌ ଡଲାର ଛୁଇଁଛି।

୨୦୧୦ରେ ଚେନ୍ନାଇରେ ଗିରିଶ ମାତୃଭୂମି ଏବଂ ଶାନ କୃଷ୍ଣସ୍ବାମୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଫ୍ରେଶ୍‌ଓ୍ବାର୍କ ମାତ୍ର ୧୧ ବର୍ଷ ମଧ୍ୟରେ ସଫଳତାରର ଶୀର୍ଷରେ ପହଞ୍ଚିଛି। କମ୍ପାନୀର ୪,୩୦୦ କର୍ମଚାରୀ ପୃଥିବୀ ବ୍ୟାପୀ କାର୍ଯ୍ୟ କରୁଛନ୍ତି। କମ୍ପାନୀର ଶେୟାର ୭୬ ପ୍ରତିଶତ କର୍ମଚାରୀଙ୍କ ପାଖରେ ରହିଛି।

Share