ଫରେଷ୍ଟର, ଫରେଷ୍ଟ ଗାର୍ଡ ନିଲମ୍ବିତ

ଭୁବନେଶ୍ୱର, ୧୬।୨(ବ୍ୟୁରୋ): ଆଠଗଡ଼ ବନଖଣ୍ଡ ଅଧୀନ ନରସିଂହପୁର ୱେଷ୍ଟ ରେଞ୍ଜରେ ବାରାସିଂଘା ବିଟ୍‌ ଅନ୍ତର୍ଗତ ବାଲିକିଆରୀ ରିଜର୍ଭ ଫରେଷ୍ଟରୁ ହାତୀର ଗଳିତ ମୃତଦେହ ଜବତ ଘଟଣାରେ ବନ ବିଭାଗ ତରଫରୁ ପ୍ରଥମ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆଠଗଡ଼ ଡିଏଫ୍‌ଓ ମଙ୍ଗଳବାର ଫରେଷ୍ଟର ବିବେକାନନ୍ଦ ଜାନି ଏବଂ ଫରେଷ୍ଟ ଗାର୍ଡ ସୁନାୟକ ମାଝିଙ୍କୁ କର୍ତ୍ତବ୍ୟରେ ଅବହେଳା ପାଇଁ ଚାକିରିରୁ ନିଲମ୍ବନ କରିଛନ୍ତି। ଆଗକୁ ତଦନ୍ତରେ ଅନ୍ୟ କେହି ଅଧିକାରୀଙ୍କର ସମ୍ପୃକ୍ତି ସାମ୍ନାକୁ ଆସିଲେ ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପିସିସିଏଫ୍‌ (ବନ୍ୟପ୍ରାଣୀ) ଶଶୀ ପଲ୍‌ କହିଛନ୍ତି।
ଅନ୍ୟପକ୍ଷରେ ବନ ବିଭାଗର କାର୍ଯ୍ୟାନୁଷ୍ଠାନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଘଟଣାକୁ ୭ଦିନ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା। ଏହା ପ୍ରତିବାଦରେ ମଙ୍ଗଳବାର ସକାଳେ ଏକାମ୍ର ୱେଲଫେୟାର ଟ୍ରଷ୍ଟର ପୂରବୀ ପାତ୍ରଙ୍କ ନେତୃତ୍ୱରେ ପିସିସିଏଫ୍‌ (ବନ୍ୟପ୍ରାଣୀ)ଙ୍କ ଅଫିସ ଫାଟକ ବନ୍ଦ କରି ଧାରଣା ଦିଆଯାଇଥିଲା। କୌଣସି କର୍ମଚାରୀ ମୁଖ୍ୟ ଫାଟକ ବାଟ ଦେଇ ଅଫିସ ଭିତରକୁ ଯାଇପାରି ନ ଥିଲେ। ତେବେ ପ୍ରାୟ ସାଢେ ୧୦ଟା ବେଳେ ଅଲଗା ରେଞ୍ଜରୁ ମହିଳା ଗାର୍ଡ ଫରେଷ୍ଟରଙ୍କୁ ଡକାଯାଇ, ଜୋର ଜବରଦସ୍ତି ପୁରବୀଙ୍କୁ ହଟାଇ ରାସ୍ତା ସଫା କରାଯାଇଥିଲା। ପିସିସିଏଫ୍‌ (ବନ୍ୟପ୍ରାଣୀ)ଙ୍କ ଅଫିସ ଘେରାଉ କରାଯିବା ଓଡ଼ିଶାରେ ପ୍ରଥମ ଘଟଣା। ହାତୀ ମୃତ୍ୟୁକୁ ବନ ବିଭାଗ ଲୁଚାଇବା ପ୍ରତିବାଦରେ ଏହି ଧାରଣା ଦିଆଯାଇଥିଲା। ଏଥିରେ କେନ୍ଦ୍ରୀୟ ବନ୍ୟପ୍ରାଣୀ ବୋର୍ଡର ପୂର୍ବତନ ସଦସ୍ୟ ବିଶ୍ୱଜିତ ମହାନ୍ତି, ପରିବେଶପ୍ରେମୀ ଅନିଲ ଧୀର ପ୍ରମୁଖ ପ୍ଲା କାର୍ଡ ଧରି ସାମିଲ ହୋଇଥିଲେ। ପରେ ଡିସିଏଫ ସମ୍ୟକ ସାମନ୍ତରାୟ ଆସି ବୁଝାଶୁଝା କରିବାରୁ ପୂରବୀ ଆନ୍ଦୋଳନରୁ ଓହରିଥିଲେ। ଯଦି ଆଗାମୀ ୧୫ଦିନ ଭିତରେ ହାତୀ ମୃତ୍ୟୁକୁ ଲୁଚାଇବା ଘଟଣାରେ ସମ୍ପୃକ୍ତ ଉଚ୍ଚ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନିଆଯିବ, ତାହେଲେ ପୁଣି ଅଫିସ୍‌ ଫାଟକ ବନ୍ଦ କରାଯିବ ବୋଲି ପୂରବୀ କହିଛନ୍ତି। ଏହି ଆନ୍ଦୋଳନ ଯୋଗୁ ବନ ବିଭାଗ ତରଫରୁ ତରବରିଆ ଭାବେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବନ କରାଯାଇଛି। ହେଲେ ୫ଜଣ ୱାଚର ସିଧାସଳଖ ଜଣେ ରେଞ୍ଜରଙ୍କ ନିର୍ଦ୍ଦେଶରେ ଏହି କାମ ହୋଇଥିବା କଥା ନିଜର ଜମାନବନ୍ଦୀରେ କହିଥିଲେ ମଧ୍ୟ ତାଙ୍କୁ ଘଣ୍ଟ ଘୋଡ଼ାଯାଇଛି ବୋଲି ପୂରବୀ ଅଭିଯୋଗ କରିଛନ୍ତି। ଏ ନେଇ ବିଶ୍ୱଜିତ କହିଛନ୍ତି, ତଳିଆ କର୍ମଚାରୀମାନଙ୍କୁ ନିଲମ୍ବନ କରି ବନ ବିଭାଗ କିଛି ଉଚ୍ଚ ଅଧିକାରୀଙ୍କୁ ସୁରକ୍ଷା ଦେଉଛନ୍ତି। କିନ୍ତୁ ସେମାନେ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବା ପାଇଁ ସରକାରଙ୍କଠାରୁ ଦରମା ପାଉଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୨୧ ନଭେମ୍ବର ମାସରେ ଏଭଳି ଏକ ହାତୀ ମୃତ୍ୟୁ ଘଟଣାରେ କର୍ତ୍ତବ୍ୟରେ ଅବହେଳା ପାଇଁ ଆଠଗଡ଼ ରେଞ୍ଜରଙ୍କୁ ନିଲମ୍ବନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

ବିଦାୟୀ ପୂର୍ବରୁ କିନ୍ନର ବାହାରିଲା ବର, ଶ୍ବଶୁର ଘର ଲୋକେ କଲେ….

ଲକ୍ଷ୍ନୌ,୧୬।୨: ଉତ୍ତର ପ୍ରଦେଶର ବାରବାଙ୍କି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବିଦାୟୀ ସମୟରେ ବର କିନ୍ନର ବୋଲି ଜଣାପଡିଲା । ଏହାପରେ ହଙ୍ଗାମା…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

ପରବର୍ତ୍ତୀ ରାଜନୀତିକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ ମହାପାତ୍ର, ବିଧାନସଭାରେ ଯଦି…

ଭୁବନେଶ୍ବର,୧୬।୨: ବିଜେଡିରୁ ନିଲମ୍ବନ ପରଠାରୁ ଚର୍ଚ୍ଚାରେ ରହିଛନ୍ତି ଅରବିନ୍ଦ ମହାପାତ୍ର । ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଆଜି ସେ ମୁହଁ ଖୋଲିଛନ୍ତି । ନବୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri