ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ମିଶ୍ରଣ ପର୍ବରେ ରାମଚନ୍ଦ୍ର ପଣ୍ଡାଙ୍କ ସମେତ ଗଞ୍ଜାମ ଏନ୍‌ଏସି ଅଧ୍ୟକ୍ଷା ପ୍ରତିଭା ପାଢ଼ୀ, ସ୍ବାଧୀନ କାଉନସିଲର ଅରୁଣ କୁମାର ପଣ୍ଡା, ବିଜେଡି କାଉନସିଲର ରୀତା ଦେବୀ ମହାରଣା, ରାଇବରୀ ଜେନା, ସ୍ବାଗତ ଆଶିଷ ନାୟକ ପ୍ରମୁଖ ଭାଜପାରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ନୂତନ ସଦସ୍ୟଙ୍କୁ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ବାଗତ କରିଛନ୍ତି। ଏହି ଅବସରରେ ମନମୋହନ କହିଛନ୍ତି, ଓଡ଼ିଶାରେ ଅନ୍ୟାୟ, ଅନୀତି, ଦୁର୍ନୀତି, ଭ୍ରଷ୍ଟାଚାର,ବ୍ୟଭିଚାର, କୁଶାସନର ଅବସାନ ଘଟିବ। ବିଜେଡିର ଦୀପ ଖୁବ୍‌ଶୀଘ୍ର ଲିଭିଯିବ ଏବଂ ନୂତନ ସୂର୍ଯ୍ୟୋଦୟ ହେବ। କେନ୍ଦ୍ର ଓ ରାଜ୍ୟରେ ଭାଜପା ସରକାର ଗଠନ ହେବ ବୋଲି ମନମୋହନ କହିଛନ୍ତି।