Posted inଜାତୀୟ

ଅବସର ପରେ ବି ସରକାରୀ କ୍ୱାର୍ଟର୍ସ ଛାଡ଼ିନାହାନ୍ତି ପୂର୍ବତନ ବଚାରପତି ଚନ୍ଦ୍ରଚୂଡ଼, ଚିଠି ଲେଖି ସୁପ୍ରିମକୋର୍ଟ କହିଲେ…

ନୂଆଦିଲ୍ଲୀ,୬ା୭: ସୁପ୍ରିମକୋର୍ଟ ପୂର୍ବତନ ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ସରକାରୀ ବାସଭବନରେ ଏପର୍ଯ୍ୟନ୍ତ ରହିବା ନେଇ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କୋର୍ଟ ପ୍ରଶାସନ କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରଣାଳୟକୁ ଚିଠି ଲେଖି ଚନ୍ଦ୍ରଚୂଡ଼ଙ୍କୁ ବାସଭବନ ଖାଲି କରିବାକୁ ଅନୁରୋଧ କରିଛି। ଚିଠିରେ କୁହାଯାଇଛି ଯେ, ନିୟମ ଅନୁଯାୟୀ, ଅବସର ପରେ କେହି ଏତେ ଦିନ ପର୍ଯ୍ୟନ୍ତ ସରକାରୀ ବାସଭବନରେ ରହିପାରିବେ ନାହିଁ।

ଚନ୍ଦ୍ରଚୂଡ଼ ୨ ବର୍ଷ ପାଇଁ ଭାରତର ମୁଖ୍ୟ ବିଚାରପତି ରହିବା ପରେ ୧୦ ନଭେମ୍ବର ୨୦୨୪ରେ ଅବସର ନେଇଥିଲେ। ପଦବୀରେ ଥିବା ସମୟରେ ତାଙ୍କୁ ମୁଖ୍ୟ ବିଚାରପତିଙ୍କ ବାସଭବନ ଭାବରେ ୫ କୃଷ୍ଣ ମେନନ ମାର୍ଗ ବଙ୍ଗଳା ମିଳିଥିଲା। ଏହା ଏକ ଟାଇପ୍‌ ୮ ବଙ୍ଗଳା। ଅବସର ପରେ ନିୟମ ଅନୁସାରେ ତାଙ୍କୁ ଅସ୍ଥାୟୀ ବାସଭବନ ଭାବରେ ଏକ ଟାଇପ-୭ ବଙ୍ଗଳା ଆବଣ୍ଟିତ କରାଯାଇଥିଲା, କିନ୍ତୁ ସେ ସୁପ୍ରିମକୋର୍ଟ ପ୍ରଶାସନକୁ ଅନୁରୋଧ କରିଥିଲେ ଏବଂ ୩୦ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ ୫ କୃଷ୍ଣ ମେନନ ମାର୍ଗ ବଙ୍ଗଳାରେ ରହିବା ପାଇଁ ଅନୁମତି ନେଇଥିଲେ। ଏହି ଅବଧି ସମାପ୍ତ ହେବା ପରେ ମଧ୍ୟ ବର୍ତ୍ତମାନର ମୁଖ୍ୟ ବିଚାରପତି ବିଆର ଗଭାଇ ତାଙ୍କୁ ୩୧ ମେ’ ପର୍ଯ୍ୟନ୍ତ ବାସଭବନରେ ରହିବାକୁ ଅନୁମତି ଦେଇଥିଲେ।

ସୁପ୍ରିମକୋର୍ଟ ପ୍ରଶାସନ ଦ୍ୱାରା ଲେଖାଯାଇଥିବା ଚିଠି ଅନୁଯାୟୀ, ଚନ୍ଦ୍ରଚୂଡ଼ ଅବସର ନେବାର ୮ ମାସ ପରେ ମଧ୍ୟ ବଙ୍ଗଳା ଖାଲି କରିନାହାନ୍ତି। ତାଙ୍କ ଅନୁରୋଧରେ ସୁପ୍ରିମକୋର୍ଟ ତାଙ୍କୁ ମେ’ ୩୧ ପର୍ଯ୍ୟନ୍ତ ବଙ୍ଗଳାରେ ରହିବାକୁ ଅନୁମତି ଦେଇଥିଲେ। ସେହି ଅବଧି ମଧ୍ୟ ଶେଷ ହୋଇଯାଇଛି। ନୂତନ ବିଚାରପତିମାନଙ୍କୁ ବାସସ୍ଥାନ ବଣ୍ଟନରେ ସମସ୍ୟା ରହିଛି। ଏପରି ପରିସ୍ଥିତିରେ ପୂର୍ବତନ CJIଙ୍କୁ ତୁରନ୍ତ ବଙ୍ଗଳା ଖାଲି କରିବାକୁ କୁହାଯିବା ଉଚିତ୍‌।

ସୂଚନା ଥାଉକି, ୫ କୃଷ୍ଣ ମେନନ ମାର୍ଗ ହେଉଛି ଆନୁଷ୍ଠାନିକ ଭାବରେ ମୁଖ୍ୟ ବିଚାରପତିଙ୍କ ବାସଭବନ। କିନ୍ତୁ ଚନ୍ଦ୍ରଚୂଡ଼ଙ୍କ ପରେ ମୁଖ୍ୟ ବିଚାରପତି ହୋଇଥିବା ସଞ୍ଜୀବ ଖାନ୍ନା ଏବଂ ବର୍ତ୍ତମାନର ମୁଖ୍ୟ ବିଚାରପତି ବି.ଆର. ଗଭାଇ ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁ ଘରେ ରହୁଥିଲେ ସେହି ଘରେ ରହିବାକୁ ଉପଯୁକ୍ତ ମନେ କରିଥିଲେ। ଏହି କାରଣରୁ ମଧ୍ୟ ଚନ୍ଦ୍ରଚୂଡ଼ଙ୍କୁ ସରକାରୀ ବାସଭବନରେ ଅଧିକ ସମୟ ରହିବାର ସୁଯୋଗ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କ ନିକଟରେ ମୁଣ୍ଡ ନୁଆଇଁଲେ ଆଇଆଇଟି (IIT)ବମ୍ବେ କର୍ତ୍ତୃପକ୍ଷ; ୧୮ଟି ଦାବି ନେଇ ସହମତି, ପ୍ରଫେସର ନିଲମ୍ବିତ

ମୁମ୍ବାଇ,୨୧।୯: ଆଇଆଇଟି (IIT) ବମ୍ବେର ଏକ ହଷ୍ଟେଲରେ ୨୦ ବର୍ଷୀୟ ଛାତ୍ର ସାହିଲ ୱାକୋଡେଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଛାତ୍ରୀଛାତ୍ରମାନେ ଗତ ତିନି ଦିନ ଧରି ବିକ୍ଷୋଭ…

ଭାଜପାକୁ ବଡ଼ ଝଟକା, ଦଳ ଛାଡ଼ିଲେ ପୁନାଓ୍ବାଲା ହେଲେ କାହିଁକି? ଜାଣନ୍ତୁ ଏହାର ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲାଙ୍କ ଦଳ ଛାଡ଼ିବା ପଛର ପ୍ରକୃତ କାରଣ କ’ଣ ଥିଲା? ସେ ଏହି ବିଷୟରେ ଖୋଲାଖୋଲି…

ଗୋରୁ ବୋଝେଇ ପିକଅପ ଜବତ: ୯ ଗୋରୁ ଉଦ୍ଧାର, ୨ ଜଣ ଅଟକ

ପାଟଣା, ୨୧।୯,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କର୍ମଚାରୀଙ୍କୁ ବଡ ସଫଳତା ମିଳିଛି। ବିଶସ୍ତ ସୂତ୍ରରୁ ଖବର ପାଇ କେନ୍ଦୁଝର ଡି ଏଫ ଓ…

ବଦଳୁଛି ନିଯୁକ୍ତି ରଣନୀତି: ଛୋଟ ସହରରେ ବଡ଼ ସୁଯୋଗ

ମୁମ୍ବାଇ, ୨୧ା୯ (ପି.ଟି.): ‘ଜିନିୟସ ଏଚ୍‌ଆର୍‌ଟେକ୍‌’ର ରିପୋର୍ଟ ଅନୁଯାୟୀ, ଗତ ଦୁଇ ବର୍ଷ ମଧ୍ୟରେ ୬୯ ପ୍ରତିଶତ ବ୍ୟବସାୟିକ ପ୍ରତିଷ୍ଠାନ ଟାୟାର-୨ ଓ ୩ ସହରଗୁଡ଼ିକରୁ ନିଜ…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ଆଜି ଅବପାତ ରୂପ ନେବ ଲଘୁଚାପ, ପାଣିପାଗ ବିଭାଗ କହିଲା ବୁଧବାର ସକାଳ ସୁଦ୍ଧା…

ଭୁବନେଶ୍ୱର,୨୧ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ରବିବାର ସକାଳେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରକୁ…

ଟେନସନ ବଢାଇଲେଣି ଅଭିଜିତ ଦୀପକେ, ଜାଣନ୍ତୁ ଏଥର କାହାର ଇସ୍ତଫା ଦାବି କରୁଛନ୍ତି

ନୂଆଦିଲ୍ଲୀ,୨୧।୯: ‘କକରୋଚ ଜନତା ପାର୍ଟି’(CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ, ଛାତ୍ରୀଛାତ୍ରଙ୍କ ବିକ୍ଷୋଭ ପରେ ମହାରାଷ୍ଟ୍ର ପବ୍ଲିକ ସର୍ଭିସ କମିଶନ (MPSC) ଅଧିକାରୀଙ୍କ ଇସ୍ତଫା ଦାବି କରିଛନ୍ତି। ଯଦି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?