Posted inଜାତୀୟ

ଅବସର ପରେ ବି ସରକାରୀ କ୍ୱାର୍ଟର୍ସ ଛାଡ଼ିନାହାନ୍ତି ପୂର୍ବତନ ବଚାରପତି ଚନ୍ଦ୍ରଚୂଡ଼, ଚିଠି ଲେଖି ସୁପ୍ରିମକୋର୍ଟ କହିଲେ…

ନୂଆଦିଲ୍ଲୀ,୬ା୭: ସୁପ୍ରିମକୋର୍ଟ ପୂର୍ବତନ ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ସରକାରୀ ବାସଭବନରେ ଏପର୍ଯ୍ୟନ୍ତ ରହିବା ନେଇ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କୋର୍ଟ ପ୍ରଶାସନ କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରଣାଳୟକୁ ଚିଠି ଲେଖି ଚନ୍ଦ୍ରଚୂଡ଼ଙ୍କୁ ବାସଭବନ ଖାଲି କରିବାକୁ ଅନୁରୋଧ କରିଛି। ଚିଠିରେ କୁହାଯାଇଛି ଯେ, ନିୟମ ଅନୁଯାୟୀ, ଅବସର ପରେ କେହି ଏତେ ଦିନ ପର୍ଯ୍ୟନ୍ତ ସରକାରୀ ବାସଭବନରେ ରହିପାରିବେ ନାହିଁ।

ଚନ୍ଦ୍ରଚୂଡ଼ ୨ ବର୍ଷ ପାଇଁ ଭାରତର ମୁଖ୍ୟ ବିଚାରପତି ରହିବା ପରେ ୧୦ ନଭେମ୍ବର ୨୦୨୪ରେ ଅବସର ନେଇଥିଲେ। ପଦବୀରେ ଥିବା ସମୟରେ ତାଙ୍କୁ ମୁଖ୍ୟ ବିଚାରପତିଙ୍କ ବାସଭବନ ଭାବରେ ୫ କୃଷ୍ଣ ମେନନ ମାର୍ଗ ବଙ୍ଗଳା ମିଳିଥିଲା। ଏହା ଏକ ଟାଇପ୍‌ ୮ ବଙ୍ଗଳା। ଅବସର ପରେ ନିୟମ ଅନୁସାରେ ତାଙ୍କୁ ଅସ୍ଥାୟୀ ବାସଭବନ ଭାବରେ ଏକ ଟାଇପ-୭ ବଙ୍ଗଳା ଆବଣ୍ଟିତ କରାଯାଇଥିଲା, କିନ୍ତୁ ସେ ସୁପ୍ରିମକୋର୍ଟ ପ୍ରଶାସନକୁ ଅନୁରୋଧ କରିଥିଲେ ଏବଂ ୩୦ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ ୫ କୃଷ୍ଣ ମେନନ ମାର୍ଗ ବଙ୍ଗଳାରେ ରହିବା ପାଇଁ ଅନୁମତି ନେଇଥିଲେ। ଏହି ଅବଧି ସମାପ୍ତ ହେବା ପରେ ମଧ୍ୟ ବର୍ତ୍ତମାନର ମୁଖ୍ୟ ବିଚାରପତି ବିଆର ଗଭାଇ ତାଙ୍କୁ ୩୧ ମେ’ ପର୍ଯ୍ୟନ୍ତ ବାସଭବନରେ ରହିବାକୁ ଅନୁମତି ଦେଇଥିଲେ।

ସୁପ୍ରିମକୋର୍ଟ ପ୍ରଶାସନ ଦ୍ୱାରା ଲେଖାଯାଇଥିବା ଚିଠି ଅନୁଯାୟୀ, ଚନ୍ଦ୍ରଚୂଡ଼ ଅବସର ନେବାର ୮ ମାସ ପରେ ମଧ୍ୟ ବଙ୍ଗଳା ଖାଲି କରିନାହାନ୍ତି। ତାଙ୍କ ଅନୁରୋଧରେ ସୁପ୍ରିମକୋର୍ଟ ତାଙ୍କୁ ମେ’ ୩୧ ପର୍ଯ୍ୟନ୍ତ ବଙ୍ଗଳାରେ ରହିବାକୁ ଅନୁମତି ଦେଇଥିଲେ। ସେହି ଅବଧି ମଧ୍ୟ ଶେଷ ହୋଇଯାଇଛି। ନୂତନ ବିଚାରପତିମାନଙ୍କୁ ବାସସ୍ଥାନ ବଣ୍ଟନରେ ସମସ୍ୟା ରହିଛି। ଏପରି ପରିସ୍ଥିତିରେ ପୂର୍ବତନ CJIଙ୍କୁ ତୁରନ୍ତ ବଙ୍ଗଳା ଖାଲି କରିବାକୁ କୁହାଯିବା ଉଚିତ୍‌।

ସୂଚନା ଥାଉକି, ୫ କୃଷ୍ଣ ମେନନ ମାର୍ଗ ହେଉଛି ଆନୁଷ୍ଠାନିକ ଭାବରେ ମୁଖ୍ୟ ବିଚାରପତିଙ୍କ ବାସଭବନ। କିନ୍ତୁ ଚନ୍ଦ୍ରଚୂଡ଼ଙ୍କ ପରେ ମୁଖ୍ୟ ବିଚାରପତି ହୋଇଥିବା ସଞ୍ଜୀବ ଖାନ୍ନା ଏବଂ ବର୍ତ୍ତମାନର ମୁଖ୍ୟ ବିଚାରପତି ବି.ଆର. ଗଭାଇ ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁ ଘରେ ରହୁଥିଲେ ସେହି ଘରେ ରହିବାକୁ ଉପଯୁକ୍ତ ମନେ କରିଥିଲେ। ଏହି କାରଣରୁ ମଧ୍ୟ ଚନ୍ଦ୍ରଚୂଡ଼ଙ୍କୁ ସରକାରୀ ବାସଭବନରେ ଅଧିକ ସମୟ ରହିବାର ସୁଯୋଗ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ଦିଲ୍ଲୀ ସରକାରଙ୍କ ପ୍ରାଣମୁର୍ଚ୍ଛା ଉଦ୍ୟମ, ପ୍ରଦୂଷଣ ରୋକିବାକୁ ‘ତନ୍ଦୁର’ ଉପରେ ଲାଗିଲା ବ୍ୟାନ

ନୂଆଦିଲ୍ଲୀ,୧୬।୧୨: ଦିଲ୍ଲୀରେ ବାୟୁ ପ୍ରଦୂଷଣ ସଙ୍କଟଜନକ ସ୍ତରରେ ପହଞ୍ଚିବା ପରେ ରାଜ୍ୟ ସରକାର ଅଧିକ କଡ଼ା କଟକଣା ଲାଗୁ କରିଛନ୍ତି। ରୁଟି ଏବଂ ଅନ୍ୟାନ୍ୟ ଖାଦ୍ୟ...

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri