Posted inଖେଳ

ସନ୍ନ୍ୟାସ ଘୋଷଣା କଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୨୭।୧୨: ଦକ୍ଷିଣ ଆଫ୍ରିକାର ସୀମିତ ଓଭର ବିଶେଷଜ୍ଞ ତଥା ପୂର୍ବତନ ଟି -୨୦ ଅନ୍ତର୍ଜାତୀୟ ଅଧିନାୟକ ଫରହାନ୍‌ ବେହେରଡିଏନ୍‌ ମଙ୍ଗଳବାର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୩୯ ବର୍ଷୀୟ ଏହି କ୍ରିକେଟର ସୋସିଆଲ ମିଡିଆ ମାଧ୍ୟମରେ ଅବସର ନେବାକୁ ତାଙ୍କ ନିଷ୍ପତ୍ତି ଘୋଷଣା କରିଛନ୍ତି।

ଫରହାନ୍‌ କହିଛନ୍ତି ଯେ ୧୮ ବର୍ଷରୁ ଅଧିକ ସମୟ ଖେଳିବା ପରେ ପେସାଦାର କ୍ରିକେଟ ଛାଡିବା ନିଷ୍ପତ୍ତି କଷ୍ଟସାଧ୍ୟ ଅଟେ। ଏହି ନିଷ୍ପତ୍ତି ବିଷୟରେ ଚିନ୍ତା କରୁଥିବାରୁ ଗତ କିଛି ସପ୍ତାହ ତାଙ୍କ ପାଇଁ ବିଶେଷ କଷ୍ଟସାଧ୍ୟ ଥିଲା।

ପ୍ରକାଶ ଯେ, ଫରହାନ୍‌ ୫୯ ଦିନିକିଆ ଏବଂ ୩୮ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ। ୨୦୧୭ ରେ ସେ ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜରେ ଦକ୍ଷିଣ ଆଫ୍ରିକାର ଅଧିନାୟକ ଦାୟିତ୍ୱ ନିର୍ବାହ କରିଥିଲେ। ଦିନିକିଆରେ ସେ ୧୦୭୪ ରନ ଏବଂ ଟି -୨୦ରେ ୫୧୮ ରନ୍‌ କରିଛନ୍ତି। ତେବେ ଘରୋଇ କ୍ରିକେଟରେ ତାଙ୍କର ରେକର୍ଡ ପ୍ରଭାବଶାଳୀ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମୁମ୍ବାଇ ଇଣ୍ଡିଆନ୍ସ ଜର୍ସି ପିନ୍ଧି ପାକିସ୍ତାନରେ ପହଞ୍ଚିଲେ ଏହି ଖେଳାଳି, କରାଚି କିଙ୍ଗ୍ସକୁ ଟ୍ରୋଲ କଲେ ପ୍ରଶଂସକ

କରାଚି,୧୪।୧୧: ଜିମ୍ବାଓ୍ବେ ସହ ସିରିଜ ଶେଷ ହେବା ପରେ ପାକିସ୍ତାନ ସୁପର ଲିଗ୍‌(ପିଏସ୍‌ଏଲ୍‌ ୨୦୨୦)ର ଚାରିଟି ମ୍ୟାଚ୍‌ ଖେଳାଯିବାର ଅଛି। କୋଭିଡ ପାଇଁ ଏହାକୁ ସ୍ଥଗିତ...

ଖେଳାଳିଙ୍କ ନିରାପତ୍ତା ସହ ବୁଝାମଣା କରାଯାଇଥିଲା: ସାଇନା

ନୂଆଦିଲ୍ଲୀ,୧୮।୩(ପି.ଟି.)- ଭାରତୀୟ ମହିଳା ବ୍ୟାଡମିଣ୍ଟନ ତାରକା ସାଇନା ନେହ୍ବାଲ ଗତ ସପ୍ତାହରେ ଖେଳାଯାଇଥିବା ଅଲ ଇଂଲଣ୍ଡ ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌ର ଆୟୋଜନ ନେଇ ପ୍ରଶ୍ନ ଉଠାଇଛନ୍ତି। ଖେଳାଳିଙ୍କ...

ଭାରତ ଆଜି ହଂକଂକୁ ଭେଟିବ

ଦୁବାଇ,୩୧ା୮(ପି.ଟି): ଏସିଆ କପ୍‌ ଟି୨୦ ଟୁର୍ନାମେଣ୍ଟରେ ପ୍ରଥମ ମ୍ୟାଚରେ ବିଜୟ ହାସଲ କରିବା ପରେ ଆତ୍ମବିଶ୍ୱାସରେ ରହିଛି ରୋହିତ ଶର୍ମାଙ୍କ ଭାରତୀୟ ଦଳ। ବୁଧବାର ଯୋଗ୍ୟତାପର୍ଯ୍ୟାୟରୁ...

କୋରିଆ ଓପନ: କ୍ୱାର୍ଟରରେ କାଶ୍ୟପ

ଇଞ୍ଚତ୍ଅନ,୨୬।୯: ଭାରତୀୟ ଶଟଲର ପାରୁପଲ୍ଲୀ କାଶ୍ୟପ କୋରିଆ ଓପନ ଟୁର୍ନାମେଣ୍ଟର ପୁରୁଷ ସିଙ୍ଗଲ୍ସ ବର୍ଗର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଗୁରୁବାର ଅନୁଷ୍ଠିତ ଦ୍ୱିତୀୟ ରାଉଣ୍ଡ...

ଦ୍ୱିତୀୟ ଟେଷ୍ଟ: ଆଫଗାନିସ୍ତାନ ୬ ଉଇକେଟରେ ବିଜୟୀ

ଆବୁଧାବି,୧୫।୩: ସ୍ଥାନୀୟ ଶେଖ ଜାଏଦ୍‌ ଷ୍ଟାଡିୟମରେ ଖେଳାଯାଇଥିବା ଜିମ୍ବାଓ୍ବେ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଆଫଗାନିସ୍ତାନ ୬ ଉଇକେଟରେ ବିଜୟୀ ହୋଇଛି। ଟସ୍‌ ଜିତି ଆଫଗାନିସ୍ତାନ...

ପେରେଜଙ୍କୁ ପ୍ରଥମ ଫର୍ମୁଲା ଓ୍ବାନ୍‌ ଟାଇଟଲ

ସାଖୀର (ବାହାରିନ୍‌),୮ା୧୨- ରବିବାର ଅନୁଷ୍ଠିତ ସାଖୀର ଗ୍ରାଁପ୍ରିରେ ରେସିଂ ପଏଣ୍ଟର ସର୍ଗିଓ ପେରେଜ ତାଙ୍କର ପ୍ରଥମ ଫର୍ମୁଲା ଓ୍ବାନ୍‌ ବିଜୟ ହାସଲ କରିଛନ୍ତି। ଫର୍ମୁଲା ଓ୍ବାନ୍‌ରେ...

୨୧ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ ପାଣ୍ଡ୍ୟା-ଜାଡେଜା ଯୋଡି

କାନବେରା,୨।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ସିରିଜର ତୃତୀୟ ତଥା ଅନ୍ତିମ କାନବେରା ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତୀୟ ଦଳ...

ଜୋକୋଭିଚ୍‌ଙ୍କ ରେକର୍ଡ

ଅଷ୍ଟ୍ରେଲିଆନ ଓପନରେ ଅଭିଜ୍ଞ ସର୍ବୀୟ ଖେଳାଳି ନୋଭାକ ଜୋକୋଭିଚ୍‌ ପୁରୁଷ ସିଙ୍ଗଲ୍ସ ଟାଇଟଲ ଜିତିଛନ୍ତି। ସେ ରେକର୍ଡ ଅଷ୍ଟମଥର ପାଇଁ ଚାମ୍ପିୟନ ହେବା ସହ କ୍ୟାରିୟରର...

Advertisement
Archives

Model This Week