Categories: ଗଞ୍ଜାମ

ପୂର୍ବତନ ସରପଞ୍ଚଙ୍କ ମାତୃ ବିୟୋଗ

ଗଞ୍ଜାମ,୧୩ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଦ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ସିପିଆଇଏମ୍‌ ନେତା ଦିଲୀପ ଛୋଟରାୟଙ୍କ ମା’ ଅନୁଛାୟା ଛୋଟରାୟ (୮୫)ଙ୍କ ରବିବାର ନୀଳାଦ୍ରିପୁରସ୍ଥିତ ବାସଭବନରେ ଦେହାନ୍ତ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ଏକ ଶୋଭାଯାତ୍ରାରେ ଗ୍ରାମର ଶ୍ମଶାନ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ବଡ଼ ପୁଅ ଦିଲୀପ ଛୋଟରାୟ ମୁଖାଗ୍ନି ଦେଇଥିଲେ। ସେ ଜଣେ ଧର୍ମପରାୟଣା, ମିଷ୍ଟ ଭାଷୀ, ପରୋପକାରୀ ମହିଳା ଥିଲେ। ତାଙ୍କର ଦେହାନ୍ତ ଖବର ଶୁଣି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ସିପିଏମ୍‌ ନେତା ଅଳି କିଶୋର ପଟ୍ଟନାୟକ, ସିପିଏମ୍‌ ଜିଲା ସମ୍ପାଦକ ଯୁଧିଷ୍ଠିର ବେହେରାଙ୍କ ସମେତ ସୁରେନ୍ଦ୍ର ପ୍ରଧାନ, ଶବର ତରାଇ, ବଟେଶ୍ୱର ମନ୍ଦିର ପରିଚାଳନା କମିଟି ପକ୍ଷରୁ ଶୋକ ବ୍ୟକ୍ତ କରାଯାଇଛି। ଅନୁଛାୟାଙ୍କ ମରଶରୀର ନିକଟରେ ୪ ପୁଅ, ବୋହୂ, ଝିଅ, ଜ୍ୱାଇଁ, ନାତି, ନାତୁଣୀଙ୍କ ସମେତ ସମ୍ପର୍କୀୟମାନେ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Share