ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ପୂର୍ବତନ ସରପଞ୍ଚ ଶାଗୁ ମାଝୀ, କ୍ଷତିପୂରଣ ପାଇଁ ଦାବି

ଥୁଆମୂଳ ରାମପୁର, ୨୫ା୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଧୂଳିଗୁଡ଼ା ଛକ ନିକଟରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ପୂର୍ବତନ ସରପଞ୍ଚ ଶାଗୁ ମାଝୀଙ୍କର ପରଲୋକ ଘଟିଛି । ଗତ ଶନିବାର ଅପରାହ୍ନରେ ଏକ କାର୍ ସହ ତାଙ୍କ ବାଇକ୍‌ର ମୁହାଁମୁହିଁ ଧକ୍କା ହେବା ଫଳରେ ସେ ଗୁରୁତର ହୋଇଥିଲେ । ଆଜି ରବିବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଗତ ଶନିବାର ଥୁଆମୂଳ ଗ୍ରାମର ମହେନ୍ଦ୍ର ପ୍ରଧାନୀ ଓ ଶାଗୁ ମାଝୀ କାଣିଗୁମା ହାଟରୁ ବଜାର ସାରି ବାଇକ୍ (OD08L0420) ଯୋଗେ ଘରକୁ ଫେରୁଥିଲେ । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ କାର୍ (OD02AG8844) ସହ ସେମାନଙ୍କର ଧକ୍କା ହୋଇଥିଲା। ଶାଗୁ ମାଝୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ରାୟପୁରର ଏକ ଘରୋଇ ମେଡିକାଲରେ ଆଇସିୟୁରେ ରଖାଯାଇଥିଲା। ସେଠାରେ ଆଜି ତାଙ୍କର ମୃତ୍ୟୁ ଘଟିଛି । ଏହି ଘଟଣାରେ ଥୁଆମୂଳ ରାମପୁର ଥାନାରେ କେସ୍ ନଂ ୧୧/୨୫ ରେ ଏକ ମାମଲା ରୁଜୁ କରାଯାଇଛି।

ଏହି ଦୁର୍ଘଟଣା ପାଇଁ ଗୁଣୁପୁର-ଥୁଆମୂଳ ରାମପୁର ମୁଖ୍ୟ ରାସ୍ତା ନିର୍ମାଣ କାର୍ଯ୍ୟର ମନ୍ଥର ଗତି ଓ ଅବହେଳାକୁ ଦାୟୀ କରାଯାଇଛି । ରାସ୍ତାରେ ଧୂଳି ଓ ଚିପ୍ସ ବିଛାଡ଼ି ହୋଇ ପଡ଼ିଥିଲେ ହେଁ ନିୟମିତ ପାଣି ସିଞ୍ଚନ କରାଯାଉ ନଥିବାରୁ ଦୃଶ୍ୟମାନ ଦୂରତା କମି ଯାଉଛି । ଏନେଇ ଥୁଆମୂଳ ସରପଞ୍ଚ ବଳଭଦ୍ର ଜାନୀ କହିଛନ୍ତି ଯେ, ରାସ୍ତା ନିର୍ମାଣାଧୀନ ଥିବା ବେଳେ ସୁରକ୍ଷା ନିୟମକୁ ଗୁରୁତ୍ୱ ଦିଆଯାଉ ନାହିଁ। ଶାଗୁ ମାଝୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି । ରାସ୍ତା ନିର୍ମାଣ କାର୍ଯ୍ୟ କରୁଥିବା ଠିକା ସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ପ୍ରତି ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ ତୁରନ୍ତ ପଦକ୍ଷେପ ନେବାକୁ କହିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗଜପତି ଜିଲାର ବିଜୁ ଯୁବ ଓ ଛାତ୍ର ଜନତା ଦଳର ସଭାପତିଙ୍କ ନାମ ଘୋଷଣା

ଗଜପତି, ୨୫ା୧(ଗିରିଧାରୀ ପରିଛା): ଗଜପତି ଜିଲାରେ ଦଳୀୟ ସଂଗଠନକୁ ଆହୁରି ମଜବୁତ କରିବା ପାଇଁ ଦଳୀୟ ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ପରେ…

ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହେଲେ ଦିଗପହଣ୍ଡିର ପ୍ରହଲ୍ଲାଦ ନାଟକ ନୃତ୍ୟଗୁରୁ ସିମାଞ୍ଚଳ, ଅଞ୍ଚଳରେ ଖୁସିର ଲହରୀ

ଦିଗପହଣ୍ଡି,୨୫ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ବଡ଼ସାହିର ପୌରାଣିକ ପ୍ରହଲ୍ଲାଦ ନାଟକର ହିରନ୍ୟକଶ୍ୟପ ରାଜା ଭୂମିକାରେ ଅଭିନୟ କରୁଥିବା ନିର୍ଦ୍ଦେଶକ (ଗୁରୁ)…

ଏହିଦିନ ସରିବ ସରପଞ୍ଚଙ୍କ କାର୍ଯ୍ୟକାଳ, ପଞ୍ଚାୟତ ନିର୍ବାଚନ ନେଇ ଆସିଲା ଗୁରୁତ୍ୱପୂର୍ଣ୍ଣ ସୂଚନା

ଭୁବନେଶ୍ୱର, ୨୫ା୧: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ମିଳିଛି ଗୁରୁତ୍ୱପୂର୍ଣ୍ଣ ସୂଚନା। ରାଜ୍ୟ ନିର୍ବାଚନ କମିଶନ ରବିବାର ସବୁ ଦ୍ୱନ୍ଦ୍ୱ ଦୂର କରି…

ଓଡ଼ିଶାର ଏହି ବିଶ୍ୱବିଦ୍ୟାଳୟରେ ପ୍ରଥମ ଆରମ୍ଭ ହେବ AI, ମେସିନ୍ ଲର୍ନିଂ ଲ୍ୟାବ୍‌

ଭୁବନେଶ୍ୱର, ୨୫ା୧: ସମଗ୍ର ବିଶ୍ୱ ଏବେ କୃତ୍ରିମ ବୁଦ୍ଧିମତ୍ତା(AI) ପଛରେ ଦୌଡ଼ିବାରେ ଲାଗିଛି। ଏହି ଦୋୖଡରେ ଏବେ ଓଡିଶାର ଶିକ୍ଷା ବ୍ୟବସ୍ଥା ସାମିଲ ହେବାକୁ ଯାଉଛି। ସମ୍ବଲପୁର…

ଟି୨୦ ବିଶ୍ୱକପ୍‌ରେ ସ୍କଟ୍‌ଲାଣ୍ଡ ସାମିଲ ହେବା ପରେ ମୁହଁ ଖୋଲିଲା ବାଂଲାଦେଶ କ୍ରିକେଟ ବୋର୍ଡ

ଢାକା,୨୫ା୧: ଆସନ୍ତା ୭ ତାରିଖରୁ ଭାରତରେ ହେବାକୁଥିବା ଟି୨୦ ବିଶ୍ୱକପ୍‌ ଲାଗି ବାଂଲାଦେଶ ବଦଳରେ ସ୍କଟ୍‌ଲାଣ୍ଡକୁ ସାମିଲ କରାଯାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ଏହି ନିଷ୍ପତ୍ତିକୁ…

ଭଞ୍ଜନଗର ପୋଲିସକୁ ସଫଳତା, ୩୩ ମୋବାଇଲ ଫୋନ ଉଦ୍ଧାର କରି ଫେରାଇଲା

ଭଞ୍ଜନଗର,୨୫ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ହଜିଯାଇଥିବା ୩୩ଟି ମୋବାଇଲ ଫୋନ ଉଦ୍ଧାର କରିଛି । ଏହାସହ ପ୍ରକୃତ ହିତାଧିକାରୀଙ୍କୁ ଫେରାଇ ଦେଇଛି ।…

ନକ୍‌ଆଉଟ ପ୍ରତିଯୋଗିତା: ଖଣ୍ଡାଧାର ଟାଇଟନ ଦଳ ଚାମ୍ପିୟନ

ଲହୁଣିପଡ଼ା,୨୫ା୧(ଦାଶରଥି ପଣ୍ଡା): ସୁନ୍ଦରଗଡ ଜିଲା ଲହୁଣିପଡ଼ା କ୍ରିକେଟ ଖେଳ ପଡ଼ିଆଠାରେ ଲହୁଣୀପଡ଼ା ସ୍ପୋର୍ଟସ ଆସୋସିଏଶନ ପକ୍ଷରୁ ଚାଲିଥିବା ୧୭ତମ ପାଞ୍ଚଦିନିଆ ନକ୍‌ଆଉଟ କ୍ରିକେଟ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ…

୨୭ରୁ ମହାରାଜା ରାଜେନ୍ଦ୍ର ନାରାୟଣ ସିଂଦେଓ ମେମୋରିଆଲ ସର୍ବଭାରତୀୟ ଫୁଟବଲ ଟୁର୍ନାମେଣ୍ଟ, ବଲାଙ୍ଗୀର ବିଧାୟକ…

ବଲାଙ୍ଗୀର, ୨୫।୧(ସୁନିଲ କୁମାର ମହାନ୍ତି) : ଆସନ୍ତା ୨୭ ଜାନୁଆରୀ ଠାରୁ ୧ ଫେବୃୟାରୀ ପର୍ଯ୍ୟନ୍ତ ମହାରାଜା ରାଜେନ୍ଦ୍ର ସିଂଦେଓ ମେମୋରିଆଲ ସର୍ବଭାରତୀୟ ଫୁଟବଲ ଟୁର୍ଣାମେଣ୍ଟ ବଲାଙ୍ଗୀର…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri