ପୂର୍ବତନ ସରପଞ୍ଚଙ୍କୁ ଆକ୍ରମଣ ଘଟଣା: ଭିଡିଓରେ କହିଲେ ସାଂଘାତିକ କଥା!

ଦାରିଙ୍ଗବାଡି, ୧୧।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା କିରିକୁଟି ପଞ୍ଚାୟତର ପୂର୍ବତନ ସରପଞ୍ଚ ତ୍ରିଲୋଚନ ପ୍ରଧାନ ଓରଫ ଟିଟୁଙ୍କୁ ଗତ ରବିବାର ବିଳମ୍ବିତ ରାତିରେ ତାଙ୍କ ସମ୍ପର୍କୀୟଙ୍କ ଘରେ ମରଣାନ୍ତକ ଆକ୍ରମଣ ହୋଇଛି। ଏହି ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ ବିଳମ୍ବ ଏବଂ ଅଭିଯୁକ୍ତଙ୍କୁ ଧରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ନିଜେ ଗୁରୁତର ଆହତ ହୋଇଥିବା ପୂର୍ବତନ ସରପଞ୍ଚ ତ୍ରିଲୋଚନ ଅଭିଯୋଗ କରିଛନ୍ତି । ସେ ଏବେ ଏମକେସିଜିରେ ଚିକିତ୍ସାଧିନ ରହିଥିବା ବେଳେ ଘଟଣା ଘଟିବାର ୫ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ତ୍ରିଲୋଚନ ନିକଟରେ ଏ ପର୍ଯ୍ୟନ୍ତ ପହଞ୍ଚି ତାଙ୍କ ବୟାନ ରେକର୍ଡ କରୁନଥିବା ସେ ଅଭିଯୋଗ କରିଛନ୍ତି।

ସେ ଏକ ଭିଡିଓ ମାଧ୍ୟମରେ କହିଛନ୍ତି ଯେ, କିଭଳି ଚକ୍ରାନ୍ତ କରି ତାଙ୍କୁ ବିଳମ୍ବିତ ରାତିରେ ହତ୍ୟା ଉଦ୍ୟମ କରି ଧାରୁଆ ଅସ୍ତ୍ରରେ ତାଙ୍କ ବେକ କଟାଯିବା ସହ ଶରୀରରେ ଏକାଧିକ ସ୍ଥାନରେ ଭୂଷି ଦିଆଯାଇଥିଲା। ସେ ଚିତ୍କାର କରୁଥିବାବେଳେ କରେଣ୍ଟ ଚାଲିଆସିଥିଲା। ଏହି ସମୟରେ ପଡିଶା ଲୋକ ପହଞ୍ଚିବାରୁ ଦୁର୍ବୁତ୍ତ ମାନେ ତାଙ୍କୁ ଦରମରା କରି ଛାଡିଚାଲିଯାଇଥିବା ସେ କହିଛନ୍ତି ।

ସେହିପରି ପୂର୍ବରୁ ତାଙ୍କ ଜମି ହଡପ କରିବାକୁ କିଭଳି ମାଡ଼ ମରାଯାଇଥିଲା ଓ ସେ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା ସେକଥା ମଧ୍ୟ କହିଛନ୍ତି। ଅଭିଯୁକ୍ତଙ୍କୁ ଗିରଫ କରିବା ବଦଳରେ ବୁଝା ସୁଝା କରି ତାଙ୍କୁ ଚାପ ସୃଷ୍ଟି କରି ରାଜିନାମା କରି ଅଭିଯୁକ୍ତ ମାନଙ୍କୁ ଖୋଲା ଛାଡିଦେଇଥିବା ସେ ଅଭିଯୋଗ କରିଛନ୍ତି। କହିବା ଦିନରୁ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ହୁଏତ ଆଜି ତାଙ୍କର ଏହି ଦଶା ହୋଇନଥାନ୍ତା ବୋଲି ସେ ପୋଲିସ ଉପରେ ଆଙ୍ଗୁଳି ଉଠାଇଛନ୍ତି।

ଶୀଘ୍ର ମୁଖ୍ୟ ଅଭିଯୁକ୍ତଙ୍କ ସହ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସେ ଦାବି କରିବା ସହ ସେ ଯଦି ସୁସ୍ଥ ହୋଇ ଫେରନ୍ତି ତେବେ ବାହାରେ ବୁଲୁଥିବା ଅଭିଯୁକ୍ତମାନେ ତାଙ୍କୁ ଜୀବନରେ ମାରିଦେବା କୁ ପୁଣି ଉଦ୍ୟମ କରିପାରନ୍ତି ବୋଲି ସେ ଆଶଙ୍କା କରିଛନ୍ତି। ବର୍ତ୍ତମାନ ପୋଲିସ ଘଟଣାକୁ ଅତି ସମ୍ବେଦନଶୀଳ ଭାବେ ଗ୍ରହଣ କରି ତଦନ୍ତକୁ ଜୋରଦାର କରିଛି । ସବଇନ୍ସପେକ୍ଟର ଜୟନ୍ତ ସେଠି, ଏଏସଆଇ ଅର୍ଜୁନ ଶବର, ଶ୍ରୀନିବାସ ରାଓ ସଦଳବଳ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିବା ସହ ବୁଧବାର ଏହି ମାମଲାରେ ଜଣେ ମହିଳାଙ୍କୁ ଥାନାରେ ପଚରାଉଚରା କରି ଛାଡ଼ିଦେବା ସହ ବିଳମ୍ବିତ ରାତିରେ କ. ନୂଆଗାଁ ଥାନା ଅଞ୍ଚଳର ଜଣକୁ ଥାନାକୁ ଆଣି ପଚରାଉଚରା କରୁଛି। ପୋଲିସ ଖୁବ ଶୀଘ୍ର ମୁଖ୍ୟ ଅଭିଯୁକ୍ତଙ୍କ ସହ ଅନ୍ୟ ମାନଙ୍କ ନିକଟରେ ପୋଲିସ ପହଞ୍ଚିବ ବୋଲି ପୋଲିସ କହିଛି। ପୋଲିସର ତଦନ୍ତକୁ ନେଇ ଧୀରେ ଧୀରେ କିରିକୁଟି ପଞ୍ଚାୟତବାସୀ ପୁଣି ପୋଲିସ ପ୍ରତି ଆସ୍ଥା ପ୍ରକଟ କରିଥିବା ପୂର୍ବତନ ସମିତିସଭ୍ୟ ଦିଲୀପ ପ୍ରଧାନ, ସୁରେଶନ ସାହୁ ପ୍ରମୁଖ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri