Posted inଜାତୀୟ

ଧୀରଜଙ୍କ କଳାଧନକୁ ସମର୍ଥନ କଲେ ଆରବିଆଇ ପୂର୍ବତନ ଗଭର୍ନର, ଭିଡିଓ ଭାଇରାଲ…

ନୂଆଦିଲ୍ଲୀ,୧୨।୧୨ : ମଙ୍ଗଳବାର ପ୍ରକାଶିତ ଏକ ସାକ୍ଷାତକାରରେ ପୂର୍ବତନ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଗଭର୍ନର ଡ. ରଘୁରାମ ରାଜନ କଂଗ୍ରେସ ରାଜ୍ୟସଭା ଏମପି ଧୀରଜ ପ୍ରସାଦ ସାହୁଙ୍କ ପାଖରୁ ଜବତ କରାଯାଇଥିବା ନଗଦ ଟଙ୍କାକୁ ସମର୍ଥନ କରିଛନ୍ତି। ରାଜନ ଦାବି କରିଛନ୍ତି ବିରୋଧୀ ଦଳମାନେ ବେଆଇନ ଟଙ୍କା ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି, କାରଣ ନିର୍ବାଚନ ବଣ୍ଡ ଶାସକ ଦଳର ସପକ୍ଷରେ ଏକ ଅସମାନ ସ୍ଥିତି ସୃଷ୍ଟି କରିଛି।

ସଂକେତ ଉପାଧ୍ୟାୟ ତାଙ୍କ ପ୍ରଶ୍ନରେ ପୂର୍ବତନ ଅର୍ଥ ସଚିବ ସୁଭାଷ ଚନ୍ଦ୍ର ଗର୍ଗ ଦେଇଥିବା ବିବୃତ୍ତିକୁ ଦର୍ଶାଇ ନିର୍ବାଚନ ବଣ୍ଡ ଉପରେ ତାଙ୍କ ମତାମତ ମାଗିଥିଲେ। ଦିର୍ବାଚନ ବଣ୍ଡ କାହିଁକି ଉପସ୍ଥାପିତ ହେଲା ଏବଂ ଏହାକୁ ସିଷ୍ଟମରୁ ହଟାଇବାର ପରିଣାମ କ’ଣ ହେବ ବୋଲି ଗର୍ଗ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ। ସାଙ୍କେତ ରାଜନଙ୍କୁ ଏନେଇ ତାଙ୍କ ବିବୃତ୍ତି ଲୋଡିଥିଲେ ଯେଉଁଠାରେ ଗର୍ଗ କହିଥିଲେ ଯଦି ନିର୍ବାଚନ ବଣ୍ଡ ହଟାଯାଏ ତେବେ ରାଜନୈତିକ ପ୍ରକ୍ରିୟାରେ ପ୍ରତିବର୍ଷ ନଗଦ ଟଙ୍କା ଧରାପଡିବ।

ଏହା ଉପରେ ରଘୁରାମ ରାଜନ କହିଛନ୍ତି ନିର୍ବାଚନୀ ବଣ୍ଡ ଅର୍ଥ ପ୍ରଦାନର ଏକ ସମ୍ପୂର୍ଣ୍ଣ ସ୍ବଚ୍ଛ ପଦ୍ଧତି ।ଦଳଗୁଡିକ ପାଣ୍ଠି ପାଆନ୍ତି ଏବଂ ସେମାନେ କ’ଣ ପାଆନ୍ତି ତାହା କେହି ଜାଣନ୍ତି ନାହିଁ ।ଯଦି ଜଣେ ଶିଳ୍ପପତି ଏକ ପାର୍ଟିକୁ ୧୦୦୦ କୋଟି ଟଙ୍କା ଦିଅନ୍ତି, ତେବେ ଜନସାଧାରଣ ଏହା ବିଷୟରେକିଛି ଜାଣନ୍ତି ନାହିଁ । ନିର୍ବାଚନକୁ ଅର୍ଥ ପ୍ରଦାନ ଏକ ଅନୁକୂଳ ଉପାୟ ବୋଲି କହିଛନ୍ତି । ଦିଆଯାଇଥିବା ଦାନର ସବିଶେଷ ତଥ୍ୟ କେବଳ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ଜାଣିଛି। ଭାରତରେ ରହସ୍ୟ ବଜାୟ ରଖିବା କଷ୍ଟସାଧ୍ୟ ଏବଂ ଶାସକ ଦଳ ବିରୋଧୀ ଦଳମାନଙ୍କୁ ଦାନ କରିଥିବା ବ୍ୟବସାୟ ଘର ବିଷୟରେ ସୂଚନା ପାଇପାରିବେ।

ରଘୁରାମ ରାଜନ କହିଛନ୍ତି, ’ମୁଁ ଏହା କହୁ ନାହିଁ ଯେ ଏହା ସର୍ବଦା ଘଟେ, କିନ୍ତୁ ଶାସକ ଦଳ ଯେଉଁମାନେ ବିରୋଧୀ ଦଳକୁ ଟଙ୍କା ଦେଇଥିଲେ ସେମାନଙ୍କୁ ଡାକି ସେମାନଙ୍କୁ ଏକ ର୍ନିଦ୍ଦିଷ୍ଟ ଦଳକୁ କାହିଁକି ଦାନ କରିଛନ୍ତି ବୋଲି ପଚାରିପାରିବେ। ରାଜନ ଆହୁରି ଦାବି କରିଛନ୍ତି ବିରୋଧୀ ଦଳ ଏହି କାରଣରୁ ନିର୍ବାଚନ ବଣ୍ଡ ବଦଳରେ ନଗଦ ବ୍ୟବହାର କରିବା ଉଚିତ। ସେ କହିଛନ୍ତି, ଟଙ୍କା ଦ୍ୱାରା ନିର୍ବାଚନ ଲଢ଼ାଯାଏ। ଏଥିସହ ରଘୁରାମ ରାଜନ କହିଛନ୍ତି ନିର୍ବାଚନ ପାଇଁ ଶାସକ ଦଳ, ବିରୋଧୀ ଦଳ ନେତାଙ୍କ ଉପରେ ଆୟକର ବିଭାଗ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଏବଂ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଭଳି ଏଜେନ୍ସି ବ୍ୟବହାର କରୁଛନ୍ତି। ରାଜନ କହିଛନ୍ତି ଏହି କଳାଧନ ଦ୍ୱାରା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରାଯାଇଥାନ୍ତା।

 

 


Enter your email to get our daily news in your inbox.

All Right Reserved By Dharitri.Com

ସିକ୍ରେଟ କ୍ୟାବିନରେ ଚାଲାଣ ହେଉଥିଲା ୧୮୭ କେଜି ଗଞ୍ଜେଇ, ମାଡ଼ିବସିଲା ସୁବଳୟା ପୋଲିସ

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ପୋଲିସ ଗୁରୁବାର ସୋନପୁର-ବୀରମହାରାଜପୁର ରାସ୍ତାର ଦୁରଦୁରା ନର୍ସରୀ ନିକଟରୁ ଏକ ପିକଅପରେ ଚାଲାଣ ହେଉଥିବା ୧୮୭ କେଜି ଗଞ୍ଜେଇ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ଗାଁଦାଣ୍ଡରେ ଯୁବକଙ୍କୁ ପିଟି ହତ୍ୟା

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଛନ୍ତି…

ବଡ଼ବଡ଼ିଆ ଜବରଦଖଲକାରୀଙ୍କ ବଦଳରେ ଗରିବଙ୍କ କୁଡ଼ିଆ ଉଚ୍ଛେଦ, ପ୍ରତିବାଦରେ ତାତିଲେ ଲୋକେ

ବରଗଡ଼,୨୭।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଛି। ଏହି କ୍ରମରେ ବୁଲଡୋଜର ପର୍ଯ୍ୟାୟକ୍ରମେ ସହରର ଗୋଟିଏ ସ୍ଥାନରୁ ଅନ୍ୟ ଜବରଦଖଲ ସ୍ଥାନକୁ ମାଡ଼ି ବସିଛି।…

ସୃଜନଶୀଳତାକୁ ପ୍ରାଧାନ୍ୟ

ଖୋର୍ଦ୍ଧାସ୍ଥିତ ଆର୍ଯ୍ୟବର୍ତ୍ତ ଆନ୍‌ସିଏଣ୍ଟ ଏକାଡେମୀ (ଏଏଏ)ର ପ୍ରିନ୍ସିପାଲ ଭାବେ ଡ. ଦୀପ୍ତିମୟୀ ମହାନ୍ତି କାର୍ଯ୍ୟରତ ଥିବାବେଳେ ତାଙ୍କର ଶିକ୍ଷାକ୍ଷେତ୍ରରେ ୩୦ ବର୍ଷର ଅଭିଜ୍ଞତା ରହିଛି। ଅବିରତ ଉତ୍ସାହ…

ବଚସା ହେଲା କାଳ…ସ୍ତ୍ରୀକୁ ସିଲିଣ୍ଡର ଛେଚି ହତ୍ୟା କଲେ ସ୍ବାମୀ

ଚଣ୍ଡିଗଡ଼,୨୭।୩: ହରିୟାଣାର ଗୁରୁଗ୍ରାମ ଜିଲାରୁ ଏକ ହୃଦୟ ବିଦାରକ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ଗୁରୁଗ୍ରାମର ଚୌମା ଗାଁରେ, ଗୁଞ୍ଜନ ନାମକ ଜଣେ ୨୨ ବର୍ଷୀୟା…

କାହିଁକି ପଛଘୁଞ୍ଚା ଦେଲେ ଟ୍ରମ୍ପ, କହିଦେଲେ ଏହି ବଡ଼ କାରଣ

ଓ୍ବାଶିଂଟନ,୨୭ା୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୧୦ ଦିନ ପାଇଁ ଯୁଦ୍ଧ ବିରତି ଘୋଷଣା କରିଛନ୍ତି। ତେବେ ଟ୍ରମ୍ପ କାହିଁକି ଏପରି ନିଷ୍ପତ୍ତି ନେଇଛନ୍ତି ସେନେଇ ସୋସିଆଲ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri