ପୂର୍ବତନ ଡିଜିପି ଅଭୟଙ୍କୁ ନୂଆ ନିଯୁକ୍ତି: ହେଲେ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ ଅଧ୍ୟକ୍ଷ

ଭୁବନେଶ୍ୱର,୧୩।୪(ବ୍ୟୁରୋ): ପୂର୍ବତନ ପୋଲିସ ଡିଜିି ଅଭୟଙ୍କୁ ରାଜ୍ୟ ସରକାର ନୂତନ ନିଯୁକ୍ତି ଦେଇଛନ୍ତି। ତାଙ୍କୁ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ(ଓଏସ୍‌ଏସ୍‌ସି) ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ସେ ୫ ବର୍ଷ କିମ୍ବା ୬୨ ବର୍ଷ ବୟସ ହେଲା ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବେ। ଏନେଇ ବୁଧବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି।

ପ୍ରକାଶ ଯେ, ୨୦୨୧ ଡିସେମ୍ବର ୩୧ ତାରିଖରେ ଡିଜିପି ଅଭୟ ଚାକିରିରୁ ଅବସର ନେଇଥିଲେ। ସେ ଜଣେ ଦକ୍ଷ ପୋଲିସ ଅଫିସର ଭାବେ ସୁନାମ ଅର୍ଜନ କରିଥିଲେ। ଅବସର ପରେ ତାଙ୍କୁ ପୁନଃ ନିଯୁକ୍ତି ମିଳିଥିବାରୁ ସେ ଓଏସ୍‌ଏସ୍‌ସିରେ ସ୍ବଚ୍ଛତା ବଜାୟ ରହିପାରିବ ବୋଲି କୁହାଯାଉଛି।