ବହୁଗୁଣ ଲାଭ ଦେବା ଆଳରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକଙ୍କୁ ୧.୪ କୋଟି ଠକେଇ

ଭୁବନେଶ୍ୱର,୩୦।୩(ସତ୍ୟଜିତ୍‌ ରାଉତ): ଅନଲାଇନ୍‌ ଟ୍ରେଡିଂରେ ବହୁଗୁଣ ଲାଭ ଦେବାର ପ୍ରତିଶ୍ରୁତି ଦେଇ ସାଇବର ଠକମାନେ ଓଡ଼ିଶାର ଜଣେ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକଙ୍କୁ ୧ କୋଟି ୪୦ କୋଟି ଟଙ୍କା ଠକି ନେଇଛନ୍ତି। ଏହି ମାମଲାରେ କ୍ରାଇମବ୍ରାଞ୍ଚ ସାଇବର ୟୁନିଟ୍‌ ୭ ଜଣ ସାଇବର ଠକଙ୍କୁ କର୍ନାଟକ ଓ ତାମିଲନାଡୁରୁ ଗିରଫ କରିଛି।

ଅଭିଯୁକ୍ତମାନଙ୍କ ମଧ୍ୟରୁ ୪ଜଣ କର୍ନାଟକରୁ ଏବଂ ୩ ଜଣ ତାମିଲନାଡୁରୁ ରହିଛନ୍ତି। ସେମାନେ ହେଲେ କର୍ନାଟକର ରାଜୁ ସି (୩୪), ତାଙ୍କ ସ୍ତ୍ରୀ ଜ୍ୟୋତି ରାଜୁ (୩୯), ଇସ୍ମାଇଲ୍‌ ରାହାଇଦ୍‌ (୨୭) ବାସିମ୍‌ (୨୮) ଏବଂ ତାମିଲନାଡୁ ଟେଙ୍କାଶି ଜିଲାର ପଟ୍ଟରାଜା ଏସ୍‌ (୩୪), କୋଇମ୍ବାତୁର୍‌ର ଜେଗାଥୀଶ୍‌ ରାଧାକୃଷ୍ଣନ୍‌ (୪୦) ଓ ଇ ସକ୍‌ଥିକୁମାରଭେଲ (୫)। ଗିରଫ ପରେ ଅଭିଯୁକ୍ତମାନଙ୍କୁ କର୍ନାଟକ ଓ ତାମିଲନାଡୁର ଭିନ୍ନ ଭିନ୍ନ କୋର୍ଟରେ ହାଜର କରାଯାଇଥିଲା।

କ୍ରାଇମବ୍ରାଞ୍ଚ ଟିମ୍‌ ସମସ୍ତଙ୍କୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଓଡିଶା ଆଣି ରବିବାର ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ପରେ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୋଲିସ ଅଭିଯୁକ୍ତମାନଙ୍କଠାରୁ ମୋବାଇଲ, ସିମକାର୍ଡ, ହ୍ବାଟ୍‌ସଆପ୍‌ ଚାଟ୍‌ ସ୍କ୍ରିନ୍‌ଶଟ୍‌, ଆଧାର କାର୍ଡ, ପାନ କାର୍ଡ, ବ୍ୟାଙ୍କ ପାସବୁକ୍‌, ଚେକବୁକ ଓ ଡେବିଟ୍‌ କାର୍ଡ ଆଦି ଜବତ କରିଛି। ଏହି ମାମଲାରେ ମାଷ୍ଟରମାଇଣ୍ଡଙ୍କୁ ଧରିବାକୁ କ୍ରାଇମବ୍ରାଞ୍ଚ ପ୍ରୟାସ ଚଳାଇଛି।

ସୂଚନା ଅନୁଯାୟୀ, ଠକେଇର ଶିକାର ବିଧାୟକଙ୍କୁ କିଛି ମାସ ତଳେ ଅଭିଯୁକ୍ତମାନେ ହ୍ବାଟ୍‌ସଆପ୍‌ରେ ମେସେଜ୍‌ କରିଥିଲେ। ଏଥିସହ ଅନଲାଇନ୍‌ ଟ୍ରେଡିଂରେ ନିବେଶ କରେ ବହୁଗୁଣ ଲାଭ ମିଳିବାର ପ୍ରତିଶ୍ରୁତି ଦେଇଥିଲେ। ପରେ ବିଧାୟକଙ୍କୁ ଏକ ହ୍ବାଟ୍‌ସଆପ୍‌ ଗ୍ରୁପରେ ଯୋଡ଼ି ଅଭିଯୁକ୍ତ ଏବଂ ତାଙ୍କର ସହଯୋଗୀମାନେ ନିଜକୁ ଟ୍ରେଡ୍‌ ଆନାଲିସିସ୍‌ ଭାବେ ପରିଚୟ ଦେଇ ଫଶାଇଥିଲେ। ଠକଙ୍କ କଥାରେ ପଡ଼ି ବିଧାୟକ ଓଟିସି (ଓଭର୍‌-ଦି-କାଉଣ୍ଟର) ଓ ଆଇପିଓ (ଇନିସିଆଲ୍‌ ପବ୍ଲିକ୍‌ ଅଫରିଙ୍ଗ୍‌) ଟ୍ରେଡିଂରେ ନିବେଶ କରିଥିଲେ। ସେ ୨୦୨୪ ନଭେମ୍ବର ୧୩ରୁ ୨୦୨୫ ଜାନୁଆରୀ ୧ ମଧ୍ୟରେ ୧ କୋଟି ୪୦ ଲକ୍ଷ ଟଙ୍କା ଟ୍ରାନ୍‌ଫର୍‌ କରିଥିଲେ।

ତେବେ ପ୍ରଥମେ କ୍ଷତି ହେବା ପରେ ମଧ୍ୟ ଠକମାନେ ତାଙ୍କୁ ପୁଣି ନିବେଶ କରିବାକୁ ପ୍ରବର୍ତ୍ତାଇଥିଲେ। ବିଧାୟକ ଜଣକ ଟଙ୍କା ଉଠାଣ କରିବାକୁ ଚାହିଁବାରୁ ଠକମାନେ ଅତିରିକ୍ତ ଦେୟ ମାଗି ଭୁଆଁ ବୁଲାଇଥିଲେ। ଏନେଇ ବିଧାୟକ ଜଣକ କ୍ରାଇମବ୍ରାଞ୍ଚରେ ଏତଲା ଦେଇଥିଲେ। ଜାନୁଆରୀ ୧୩ରେ କ୍ରାଇମବ୍ରାଞ୍ଚର ସାଇବର ଥାନା ଏସଂକ୍ରାନ୍ତରେ ମାମଲା (ନଂ.୩/୨୦୨୫) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତମାନଙ୍କ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍‌ କରାଯାଇଛି। ଏଯାଏ ୧୫ ଲକ୍ଷ ଟଙ୍କା ଫ୍ରିଜ୍‌ କରାଯାଇଥିବା ବେଳେ ୪ ଲକ୍ଷ ଟଙ୍କା ଫେରାଇ ଅଣାଯାଇଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ବର୍ଷା, ପବନରେ ଓଲଟିଲା ପୂଜା ମଣ୍ଡପ: ଚାପି ହୋଇଗଲା କାର୍‌, ବାଇକ୍‌

ପାରାଦୀପ,୨୧।୯(ଶରତ ରାଉତ): ପାରାଦୀପର ପ୍ରସିଦ୍ଧ ବିଶ୍ବକର୍ମା ପୂଜା ମହୋତ୍ସବ ସୋମବାର ପଞ୍ଚମ ଦିନରେ ପହଞ୍ଚିଛି। ହେଲେ ଲଘୁଚାପ ଜନିତ ବର୍ଷା, ପବନ ଯୋଗୁ ପାରାଦୀପ ପୋର୍ଟ ଆଣ୍ଡ…

ସମ୍ଭାବ୍ୟ ବାତ୍ୟା ଭୟ ଭିତରେ ବଡ଼ ସୂଚନା ଦେଲେ IMD ଡିଜି: ୨୨ ତାରିଖ ସନ୍ଧ୍ୟାରୁ…

ଭୁବନେଶ୍ୱର,୨୧।୯:ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। IMD ଡିଜିଙ୍କ କହିବାନୁସାରେ, ପୁରୀରୁ ଦକ୍ଷିଣକୁ ଥିବା…

ରୁଷିଆ ନିର୍ବାଚନରେ ପୁଟିନଙ୍କ ଦବଦବା, ୪୫୦ରୁ ୩୫୫ ଆସନ ଜିତିଲା ୟୁନାଇଟେଡ୍…

ମସ୍କୋ,୨୧।୯: ରୁଷିଆର ସଂସଦୀୟ ନିର୍ବାଚନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମର୍ଥନ ଥିବା ୟୁନାଇଟେଡ୍ ରୁଷିଆ ପାର୍ଟି ବଡ଼ ବିଜୟ ହାସଲ କରିଛି । ପୁଟିନ୍‌ଙ୍କ ଦଳ ସଂସଦର…

ଅନ୍ତେବାସୀଙ୍କୁ ମିଳୁଥିଲା ପୋକରା ଚାଉଳ ଭାତ: ଅଧିକାରୀଙ୍କୁ ଜଣାଇବାକୁ ୮ କି.ମି. ଚାଲିଲେ ଛାତ୍ରୀଛାତ୍ର

ଉଦଳା,୨୧।୯(ସନ୍ତୋଷ ବାଛିନୀ): ହଷ୍ଟେଲରେ ଦୁଇ ମାସରୁ ଊର୍ଦ୍ଧ୍ୱ ହେଲା ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଛାତ୍ରୀଛାତ୍ରମାନଙ୍କୁ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦିଆଯାଉ ନାହିଁ। ଯାହାକୁ ନେଇ…

ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା ବସ୍‌, ଆଉ ତା’ପରେ…

କୁଚିଣ୍ଡା,୨୧।୯(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ପତ୍ରାପାଲି ନିକଟରେ ଏକ ଘରୋଇ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୁଚିଣ୍ଡା…

୭୮ ଘରୋଇ ହସ୍ପିଟାଲରୁ କଟିଯିବ ଆୟୁଷ୍ମାନ, ନାମ ଗୋପନ ରଖି କର୍ତ୍ତୃପକ୍ଷ କହିଲେ ସରକାର ଯେତେବେଳେ…

ଭୁବନେଶ୍ୱର,୨୧।୯(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଓଡ଼ିଶା ଡେଭଲପ୍‌ମେଣ୍ଟ ଅଥରିଟି(ଓଡିଏ)ଆକ୍ଟକୁ ନେଇ ଜୋରଦାର ଖୋଳତାଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବିଏମ୍‌ସି ପକ୍ଷରୁ ୭,୩୦୦ ବେଆଇନ…

ପୁଣି ରାଜଧାନୀରେ ଫୁଟିଲା ଗୁଳି, ଫେସ୍‌ବୁକ୍‌ ଲାଇଭ୍‌ରେ ବିବାଦୀୟ ମନ୍ତବ୍ୟ ପରେ…

ଭୁବନେଶ୍ୱର,୨୧ା୯: ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ଏହି ଥାନା ଅଞ୍ଚଳରେ ଫୁଟିଛି ଗୁଳି। ଗଣେଶ ପୂଜାର ବିସର୍ଜନ ଉତ୍ସବ, ଆଉ ନାଚଗୀତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?