କଂଗ୍ରେସ ଛାଡ଼ିପାରନ୍ତି ମହାରାଷ୍ଟ୍ର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଅଶୋକ ଚୋୖହ୍ୱାନ, ବିଧାୟକ ପଦରୁ ଦେଲେ ଇସ୍ତଫା

ନୂଆଦିଲ୍ଲୀ,୧୨।୨: ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଆଉ ଏକ ବଡ଼ ଝଟକା ଲାଗିଛି। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ହେଭିୱେଟ୍ ଅଶୋକ ଚୋୖହ୍ୱାନ ଦଳର ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। 65 ବର୍ଷୀୟ ନେତା ସୋମବାର ବିଧାନସଭା ବାଚସ୍ପତିଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଦେଇଥିଲେ।

ମହାରାଷ୍ଟ୍ରର ବରିଷ୍ଠ ନେତା ବାବା ସିଦ୍ଦିକ ଏବଂ ମିଲିନ୍ଦ ଦେଓରା କଂଗ୍ରେସ ଛାଡିବାର କିଛି ଦିନ ପରେ ଏହି ଘଟଣା ଘଟିଛି। ତେବେ ଅଶୋକ ଏପର୍ଯ୍ୟନ୍ତ କଂଗ୍ରେସ ଦଳରୁ ଇସ୍ତଫା ଦେଇନାହାଁନ୍ତି।