କ୍ୟାପିଟାଲ ଥାନାରେ ପୂର୍ବତନ ଜେଲର ପ୍ରଦୀପ୍ତ ମହାଲିକ: ପୂର୍ବତନ ଜେଲ୍ ଡିଜିଙ୍କ ବିରୋଧରେ..

ଭୁବନେଶ୍ୱର,୨୩।୧୧:  କ୍ୟାପିଟାଲ ଥାନାରେ ହାଜର ହୋଇଛନ୍ତି ବାଲେଶ୍ୱରର ପୂର୍ବତନ ଜେଲର ପ୍ରଦୀପ୍ତ ମହାଲିକ। ଥାନାରେ ତାଙ୍କର ବୟାନ ରେକର୍ଡ କରାଯାଉଥିବା ସୂଚନା ମିଳିଛି। ପୂର୍ବତନ ଜେଲ୍ ଡିଜି ସୁଶାନ୍ତ ନାଥଙ୍କ ବିରୋଧରେ ସେ ଦେଇଥିବା ଏତଲାକୁ ନେଇ ଏହି ପ୍ରକ୍ରିୟା ଚାଲିଛି।

ପ୍ରଦୀପ୍ତଙ୍କ ଅଭିଯୋଗ ଅନୁଯାୟୀ, ଜଣେ ବିଚାରାଧୀନ କଏଦୀଙ୍କୁ ମିଥ୍ୟା ଡ୍ରଗ୍ସ ମାମଲାରେ ଫସାଇବା ପାଇଁ ତାଙ୍କ ଉପରେ ଚାପ ପକାଯାଉଥିଲା। ଏହି କାର୍ଯ୍ୟ କରିବାକୁ ସେ ରାଜି ନ ହେବାରୁ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିବା ସେ ଅଭିଯୋଗ କରିଛନ୍ତି।

ଏହି ଘଟଣାକୁ ନେଇ ପ୍ରଦୀପ୍ତ ମହାଲିକ ପୂର୍ବତନ ଜେଲ୍ ଡିଜି ସୁଶାନ୍ତ ନାଥଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ। ଏବେ ପୋଲିସ ତାଙ୍କ ବୟାନ ରେକର୍ଡ କରୁଥିବାରୁ ମାମଲାର ତଦନ୍ତ ଆଗକୁ ବଢ଼ିବା ନେଇ ଚର୍ଚ୍ଚା ହେଉଛି।

Dharitri – Odisha’s No.1 Odia Daily

Share