Posted inଖେଳ

୩୯ ବର୍ଷ ବୟସରେ ଏହି ଭାରତୀୟ ଫୁଟବଲ ଖେଳାଳିଙ୍କ ପରଲୋକ

କୋଲକାତା,୯।୮(ପି.ଟି.): ପୂର୍ବତନ ଭାରତୀୟ ଡିପେଣ୍ଡର ତଥା ଜଣାଶୁଣା କ୍ଲବ ମୋହନ ବାଗାନ ଅଧିନାୟକ ମାନିଟୋମ୍ବି ସିଂ ମାତ୍ର ୩୯ ବର୍ଷରେ ପରଲୋକ ଗମନ କରିଛନ୍ତି। ଉତ୍ତରପୂର୍ବାଞ୍ଚଳ ରାଜ୍ୟ ମଣପୁର ରାଜଧାନୀ ଇମ୍ପାଲ ନିକଟସ୍ତ ନିଜ ଗ୍ରାମରେ ସେ ମୃତ୍ୟୁ ବରଣ କରିଛନ୍ତି ବୋଲି ରବିବାର ମୋହନ ବାଗାନ ତରଫରୁ ସୂଚନା ଦିଆଯାଇଛି। ଦୀର୍ଘଦିନ ଧରି ସେ ଅସୁସ୍ଥ ରହିଆସୁଥିଲେ ଓ ରବିବାର ସକାଳେ ତାଙ୍କର ଦେହାନ୍ତ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କ ପାଖରେ ସ୍ତ୍ରୀ ଓ ୮ ବର୍ଷର ପୁଅ ଉପସ୍ଥିତ ଥିଲେ। ମାନିଟୋମ୍ବିଙ୍କ ଦେହାନ୍ତରେ ମୋହନ ବାଗାନ ପରିବାର ଅତ୍ୟାନ୍ତ ଦୁଃଖିତ ଓ ମର୍ମାହତ ବୋଲି କ୍ଲବର ଟୁଇଟର ହ୍ୟାଣ୍ଡଲରେ ଉଲ୍ଲେଖ କରାଯାଇଛି। ତାଙ୍କ ଆତ୍ମାର ସଦ୍‌ଗତି ହେଉି ଓ ତାଙ୍କ ପରିବାରକୁ ସମବେଦନା ଜଣାଉଛୁ ବୋଲି କ୍ଲବ ତରଫରୁ ଟୁଇଟ୍‌ କରାଯାଇଛି।
୨୦୦୩ରେ କୋଚ୍‌ ଷ୍ଟିଫେନ୍‌ କନ୍‌ଷ୍ଟଣ୍ଟିନ୍‌ଙ୍କ ତତ୍ତ୍ୱାବଧାନରେ ହୋ ଚି ମିନ୍‌ ସିଟିରେ ଘରୋଇ ଭିଏତ୍‌ନାମକୁ ୩-୨ ଗୋଲରେ ହରାଇ ଏଲଜି କପ୍‌ ହାସଲ କରିଥିଲା ଓ ମାନିଟୋମ୍ବି ଭାରତୀୟ ଦଳର ପ୍ରମୁଖ ସଦସ୍ୟ ଥିଲେ। ୧୯୭୧ରେ ସିଙ୍ଗାପୁରରେ ୮ ନେଶନ ଟୁର୍ନାମେଣ୍ଟ ଜିତିବା ପରେ ଭାରତ ପାଇଁ ଏହା ଦ୍ୱିତୀୟ ଅନ୍ତର୍ଜାତୀୟ ସଫଳତା ଥିଲା। ସେ ମଧ୍ୟ ୨୦୦୨ ବୁସାନ ଏସିଆନ ଗେମ୍ସରେ ଭାରତ ତରଫରୁ ପ୍ରତିନିଧିତ୍ୱ କରିଥିଲେ। ସେହିପରି ମୋହନ ବାଗନ ତରଫରୁ ପ୍ରତିନିଧିତ୍ୱ କରି ସେ ପଦାର୍ପଣ ମ୍ୟାଚ୍‌ରେ ହିଁ ଗୋଲ ସ୍କୋର କରିଥିଲେ। ସେ କାଲକାଟା ଫୁଟବଲ ଲିଗ୍‌ ପ୍ରିମିୟର ଡିଭିଜନ୍‌ରେ ୨୦୦୩ରେ ଏହି ସଫଳତା ପାଇଥିଲେ। ୨୦୦୪ରେ ଅଲ ଏୟାରଲାଇନ୍ସ ଗୋଲ୍ଡ କପ୍‌ ମୋହନ ବାଗାନ ଚାମ୍ପିୟନ ହୋଇଥିଲା। କ୍ଲବର ଏହି ସଫଳତାରେ ତାଙ୍କର ବିଶେଷ ଭୂମିକା ରହିଥିଲା। ଆର୍ମି ବଏଜ୍‌ ଓ ସର୍ଭିସେସ୍‌ରେ ମାନିଟୋମ୍ବି ଫୁଟବଲ ଖେଳିବା ଆରମ୍ଭ କରିଥିଲେ। ଏହାପରେ ସେ ଏୟାର ଇଣ୍ଡିଆ ଓ ସାଲଗାଓକର ତରଫରୁ ଖେଳିଥିଲେ। ତେବେ ୨୦୦୩ରେ ସେ ମୋହନ ବାଗନ ପାଇଁ ଖେଳିବା ଆରମ୍ଭ କରିଥିଲେ। ଶେଷଥର ପାଇଁ ସେ ମଣିପୁର ଷ୍ଟେଟ୍‌ ଲିଗ୍‌ ୨୦୧୫- ୧୬ ସଂସ୍କରଣରେ ଖେଳିଥିଲେ ଓ ଏହାପରେ ସେ କୋଚିଂ କରିବାକୁ ମନୋ ବଳାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri