ଟିମ୍‌ ଇଣ୍ଡିଆ ବିପକ୍ଷରେ ହାଫ୍‌ସେଞ୍ଚୁରି ମାରିଥିବା ଅନ୍ତର୍ଜାତୀୟ ଖେଳାଳି ଏବେ ଓଡ଼ିଶା ଦଳରେ

ଭୁବନେଶ୍ୱର,୨୯।୮: ହଂକଂର ପୂର୍ବତନ ଅଧିନାୟକ ଅଂଶୁମାନ ରଥ ଚଳିତ ଘରୋଇ ସିଜନରେ ଓଡ଼ିଶା ପାଇଁ ଖେଳିବେ। ଭାରତୀୟ ପାସପୋର୍ଟଧାରୀ ରଥ ଜଣେ ଓଡ଼ିଆ ଖେଳାଳି। ଗତ ଏକ ବର୍ଷ ହେଲା ସେ ହଂକଂ ପାଇଁ ଆଉ ଅନ୍ତର୍ଜାତୀୟ ସ୍ତରରେ ଖେଳୁ ନାହାନ୍ତି। ଏଥି ଯୋଗୁ ବିସିସିଆଇ ଦ୍ୱାରା ଆୟୋଜିତ ଘରୋଇ ସିଜନରେ ଖେଳିବାକୁ ଯୋଗ୍ୟ ହୋଇଛନ୍ତି।

୨୩ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନଙ୍କୁ ବିଦର୍ଭ ଦଳରେ ସ୍ଥାନ ପାଇବା ପାଇଁ ପ୍ରୟାସ କରିଥିଲେ। କିନ୍ତୁ ବିଫଳ ହେବାରୁ ସେ ଓଡ଼ିଶା ଦଳର ମ୍ୟାନେଜମେଣ୍ଟ ସହ କଥା ହୋଇଥିଲେ।

ଉଲ୍ଲେଖଯୋଗ୍ୟ, ଅନ୍ତର୍ଜାତୀୟ ସ୍ତରରେ ସେ ଟିମ୍‌ ଇଣ୍ଡିଆ ବିପକ୍ଷରେ ମ୍ୟାଚ୍‌ ଖେଳିଛନ୍ତି। ତାଙ୍କ ନେତୃତ୍ୱାଧୀନ ହଂକଂ ୨୦୧୮ ଏସିଆ କପ୍‌ର ଏକ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଭାରତକୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲା। ସେ ୯୭ ବଲରେ ୭୩ ରନ୍‌ର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ସେଥିରେ ଥିଲା ୪ ଚୌକା ଓ ଏକ ଛକା। ଅନ୍ତର୍ଜାତୀୟ ସ୍ତରରେ ୧୮ ଦିନିକିଆ ଓ ୨୦ ଟି୨୦ ମ୍ୟାଚ୍‌ ଖେଳିଥିଲେ। ହଂକଂ ପାଇଁ ୧୧୪୯ ରନ୍‌ କରିଥିବା ରଥଙ୍କ ନାମରେ ଅଛି ୧ ଶତକ ଓ ୭ ଅର୍ଦ୍ଧଶଷତକ।