ଟିମ୍‌ ଇଣ୍ଡିଆ ବିପକ୍ଷରେ ହାଫ୍‌ସେଞ୍ଚୁରି ମାରିଥିବା ଅନ୍ତର୍ଜାତୀୟ ଖେଳାଳି ଏବେ ଓଡ଼ିଶା ଦଳରେ

ଭୁବନେଶ୍ୱର,୨୯।୮: ହଂକଂର ପୂର୍ବତନ ଅଧିନାୟକ ଅଂଶୁମାନ ରଥ ଚଳିତ ଘରୋଇ ସିଜନରେ ଓଡ଼ିଶା ପାଇଁ ଖେଳିବେ। ଭାରତୀୟ ପାସପୋର୍ଟଧାରୀ ରଥ ଜଣେ ଓଡ଼ିଆ ଖେଳାଳି। ଗତ ଏକ ବର୍ଷ ହେଲା ସେ ହଂକଂ ପାଇଁ ଆଉ ଅନ୍ତର୍ଜାତୀୟ ସ୍ତରରେ ଖେଳୁ ନାହାନ୍ତି। ଏଥି ଯୋଗୁ ବିସିସିଆଇ ଦ୍ୱାରା ଆୟୋଜିତ ଘରୋଇ ସିଜନରେ ଖେଳିବାକୁ ଯୋଗ୍ୟ ହୋଇଛନ୍ତି।

୨୩ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନଙ୍କୁ ବିଦର୍ଭ ଦଳରେ ସ୍ଥାନ ପାଇବା ପାଇଁ ପ୍ରୟାସ କରିଥିଲେ। କିନ୍ତୁ ବିଫଳ ହେବାରୁ ସେ ଓଡ଼ିଶା ଦଳର ମ୍ୟାନେଜମେଣ୍ଟ ସହ କଥା ହୋଇଥିଲେ।

ଉଲ୍ଲେଖଯୋଗ୍ୟ, ଅନ୍ତର୍ଜାତୀୟ ସ୍ତରରେ ସେ ଟିମ୍‌ ଇଣ୍ଡିଆ ବିପକ୍ଷରେ ମ୍ୟାଚ୍‌ ଖେଳିଛନ୍ତି। ତାଙ୍କ ନେତୃତ୍ୱାଧୀନ ହଂକଂ ୨୦୧୮ ଏସିଆ କପ୍‌ର ଏକ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଭାରତକୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲା। ସେ ୯୭ ବଲରେ ୭୩ ରନ୍‌ର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ସେଥିରେ ଥିଲା ୪ ଚୌକା ଓ ଏକ ଛକା। ଅନ୍ତର୍ଜାତୀୟ ସ୍ତରରେ ୧୮ ଦିନିକିଆ ଓ ୨୦ ଟି୨୦ ମ୍ୟାଚ୍‌ ଖେଳିଥିଲେ। ହଂକଂ ପାଇଁ ୧୧୪୯ ରନ୍‌ କରିଥିବା ରଥଙ୍କ ନାମରେ ଅଛି ୧ ଶତକ ଓ ୭ ଅର୍ଦ୍ଧଶଷତକ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟରୁ ୮୬ ପଜିଟିଭ୍‌ ଚିହ୍ନଟ, ସମ୍ବଲପୁରରୁ ସର୍ବାଧିକ

ଭୁବନେଶ୍ୱର,୧।୩(ବ୍ୟୁରୋ): ସୋମବାର ରାଜ୍ୟରୁ ୮୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୭,୨୭୭ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ବ୍ୟାନର ଟାଙ୍ଗିଲେ ମାଓବାଦୀ, ରାଶନ ଦୋକାନୀଙ୍କୁ ଦେଲେ ଚେତାବନୀ

ପାଇକମାଳ,୨ା୬(ଡି.ଏନ୍‌.ଏ.): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ପୁଣି ମାଓବାଦୀ ନିଜର ସ୍ଥିତି ଜାହିର କରିଛନ୍ତି। ବୁଧବାର ବିଳମ୍ବିତ ରାତିରେ ପାଇକମାଳ ଥାନା ଅନ୍ତର୍ଗତ ଭୁଲିଆବନ୍ଧ ନିକଟରେ...

ମୁଖ୍ୟ କୋଚ୍‌ ପଦବୀରୁ ଅବ୍ୟାହତି ନେଲେ ବାହାଦୁର ସିଂ

ନୂଆଦିଲ୍ଲୀ, ୮ା୭ (ପି.ଟି.)-ଭାରତୀୟ ଆଥଲେଟିକ୍ସ କୋଚ୍‌ ପଦବୀରୁ ବାହାଦୁୁର ସିଂ ଅବ୍ୟାହତି ନେଇଛନ୍ତି। ସେ ଦୀର୍ଘ ୨୫ବର୍ଷ ଧରି ଏହି ପଦବୀରେ ଥିଲେ। ଭାରତରେ କୌଣସି...

୧୪ ଭାରତୀୟ ଖେଳାଳିଙ୍କୁ କୋଚିଂ ଦେବେ କ୍ରାମ୍‌ନିକ୍‌

ଚେନ୍ନାଇ, ୩୦ା୧୨ (ପି.ଟି.): ବିଶ୍ୱର ଦ୍ୱିତୀୟ ସର୍ବକନିଷ୍ଠ ଗ୍ରାଣ୍ଡମାଷ୍ଟର ଡି. ଗୁକେଶ ଏବଂ ଆର. ପ୍ରଗ୍ନାନନ୍ଧାଙ୍କ ସମେତ ୧୪ଜଣ ଯୁବ ଭାରତୀୟ ଚେସ୍‌ ଖେଳାଳିଙ୍କୁ କୋଚିଂ...

କୃଷକଙ୍କ ପାଇଁ ‘ସମୃଦ୍ଧି’

ଭୁବନେଶ୍ୱର,୧୮।୧୨(ବ୍ୟୁରୋ):ରାଜ୍ୟରେ କୃଷି ଓ କୃଷକର ଉନ୍ନତି ପାଇଁ ରାଜ୍ୟ ସରକାର ନୂଆ କୃଷି ନୀତି-୨୦୧୯ ‘ସମୃଦ୍ଧି’ ପ୍ରଣୟନ କରିଛନ୍ତି। ମଙ୍ଗଳବାର ରାଜ୍ୟ କ୍ୟାବିନେଟ୍‌ ଏହି କୃଷି...

ଡେପୁଟି କଲେକ୍ଟରଙ୍କ ସ୍ତ୍ରୀ ନାଁରେ ରାଶନ କାର୍ଡ

ମାଲକାନଗିରି,୨୧।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲାର ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ନିଜ ସ୍ତ୍ରୀଙ୍କ ନାଁରେ ରାଶନ କାର୍ଡ କରାଇଥିବା ଅଭିଯୋଗ ହୋଇଛି। ଏମିତି କି ମ୍ୟୁନିସିପାଲିଟି ଲ୍ୟାଣ୍ଡ୍‌...

ରୋମାଣ୍ଟିକ୍‌ ହେଲେ କୋହଲି: କହିଲେ, ତୁମେ ମୋ ସହ ଥିଲେ…

ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବେ କ୍ରିକେଟ ପଡ଼ିଆରୁ ଦୂରରେ ଅଛନ୍ତି। ତାଙ୍କୁ ଟି -୨୦ ବିଶ୍ୱକପ -୨୦୨୧ ପରେ ବିଶ୍ରାମ ଦିଆଯାଇଥିଲା। ସେ...

ଏଣିକି ଡ. ସୁରେଶ ରାଇନା

ନୂଆଦିଲ୍ଲୀ,୫।୮: ‘ଡକ୍ଟରେଟ୍‌’ ଉପାଧି ପାଇଲେ ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ସୁରେଶ ରାଇନା। ଓ୍ବେଲ୍ସର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଆଣ୍ଡ ଆଡଭାନ୍ସ ଷ୍ଟଡିଜ୍‌(ଭିଇଏଲ୍‌ଏସ୍‌) ପକ୍ଷରୁ...

Advertisement
Archives

Model This Week