ଗୁଣପୁର,୧୨।୬(ସଂକେତ ପାତ୍ର): ରାୟଗଡା ଜିଲା ଗୁଣପୁରର ପୂର୍ବତନ ବିଧାୟକଙ୍କ ମୃତ୍ୟୁ ହୋଇଛି। ଶୁକ୍ରବାର ଅମଡିଙ୍ଗ୍ ଗ୍ରାମର ରାମମୂର୍ତ୍ତି ଗମାଙ୍ଗଙ୍କ ଭୁବନେଶ୍ୱରରେ ଦେହାନ୍ତ ହୋଇଯାଇଛି । ସେ କିଛି ଦିନ ଧରି ଭୁବନେଶ୍ୱରରେ ଘରଭଡ଼ା ନେଇ ସପରିବାର ରହୁଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବରରେ ପରଲୋକ ହୋଇଛି । ପତ୍ନୀ ହତ୍ୟା ମାମଲାରେ ଆଜୀବନ ସଜା କାଟୁଥିଲେ ରାମମୂର୍ତ୍ତି ଗମାଙ୍ଗ ।
ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟରେ ପଢ଼ୁଥିବା ସମୟରେ ସେ ଜଣେ ଅତି ମେଧାବୀ ଓ ପରିଶ୍ରମୀ ଛାତ୍ର ଥିଲେ । ଅତି କମ୍ ବୟସରେ ସେ ପ୍ରଥମେ ସେବାଶ୍ରମ ବିଭାଗର ଜଣେ ଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ । ପରେ ବ୍ୟାଙ୍କ ପରିକ୍ଷାରେ ସଫଳ ହୋଇ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଗୁଣୁପୁରରେ କ୍ୟାଶିୟର ଭାବେ କିଛି ବର୍ଷ କାର୍ଯ୍ୟ କରିଥିଲେ । ଏହାପରେ ତାଙ୍କ ରାଜନୈତିକ ଜୀବନର ଶୁଭାରମ୍ଭ ହୋଇଥିଲା। ସେ ଦୁଇ ଥର ଗୁଣୁପୁର ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଗୁଣୁପୁର ଜନସାଧାରଣଙ୍କ ପ୍ରତିନିଧିତ୍ଵ କରିଥିଲେ।
ପରବର୍ତ୍ତୀ ସମୟରେ ଭାଗ୍ୟ ତାଙ୍କୁ ସାଥି ଦେଲେ ନାହିଁ। ସେ ତାଙ୍କର ଜୀବିତାବସ୍ଥାରେ ଶବର ସାଂସ୍କୃତିକ ସଙ୍ଘ ଜଣେ ହିତାକାଂକ୍ଷୀ ତଥା ସକ୍ରୀୟ ସଦସ୍ୟ ଥିଲେ। ତାଙ୍କର ଅକାଳ ବିୟୋଗ ଶବର ସାଂସ୍କୃତିକ ସଙ୍ଘର ଏକ ଅପୂରଣୀୟ କ୍ଷତି କହିଲେ ଅତ୍ୟୁକ୍ତି ହେବ ନାହିଁ । ତାଙ୍କ ନିଧନରେ ଶବର ସାଂସ୍କୃତିକ ସଙ୍ଘ ଗଭୀର ଶୋକ ପ୍ରକାଶ କରିଛି । ଭଗବାନ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଧୌର୍ଯ୍ୟ ଓ ସାହାସ ପ୍ରଦାନ କରନ୍ତୁ ଏବଂ ଦିବଙ୍ଗତ ରାମ ମୂର୍ତ୍ତି ଗମାଙ୍ଗଙ୍କ ଅମର ଆତ୍ମା ଭଗବାନଙ୍କ ଚରଣାବିନ୍ଦରେ ଲୀନ ହେଉ ଏତିକି ଜଗନ୍ନାଥଙ୍କ ନିକଟରେ ଶବର ସାଂସ୍କୃତିକ ସଙ୍ଘ ପରିବାର ପ୍ରଣତି ଜଣାଉଛି ।