Categories: ଖେଳ

ପୂର୍ବତନ କ୍ରିକେଟର ଆଣିଲେ ଯୌନ ଶୋଷଣ ଅଭିଯୋଗ

ମେଲବୋର୍ନ, ୪ା୧- ୧୯୮୫ରେ ଶ୍ରୀଲଙ୍କା ଟୁର୍‌ ସମୟରେ ଟିମ୍‌ ଅଫିସିଆଲଙ୍କ ଦ୍ୱାରା ଯୌନ ଶୋଷଣର ଶିକାର ହୋଇଥିଲେ ବୋଲି ଅଭିଯୋଗ ଆଣିଛନ୍ତି ଜଣେ ପୂର୍ବତନ କ୍ରିକେଟର। ଘଟଣା ବେଳେ ୧୯ ବର୍ଷରୁ କମ୍‌ ଅଷ୍ଟ୍ରେଲିଆ ଦଳର ସଦସ୍ୟ ଥିଲେ ଜେମି ମିଚେଲ। ତାଙ୍କୁ ଏବେ ୫୫ବର୍ଷ ବୟସ।

ଅଷ୍ଟ୍ରେଲିଆନ ବ୍ରଡକାଷ୍ଟିଂ କର୍ପୋରେଶନ (ଏବିସି)କୁ ଏକ ସାକ୍ଷାତ୍‌କାର ଦେବା ବେଳେ ସେ ଏହି ଅଭିଯୋଗ କରିଛନ୍ତି। ସେହି ଟୁର୍‌ ସମୟରେ ମିଚେଲ ଜଣେ ୧୮ ବର୍ଷୀୟ ବ୍ୟାଟ୍ସମ୍ୟାନ ଥିଲେ। ଜାତୀୟ ଦଳର ଜଣେ ଫିଡର ଭାବେ ତାଙ୍କୁ ୧୯ ବର୍ଷରୁ କମ୍‌ ଦଳରେ ସାମିଲ କରାଯାଇଥିଲା। ଅଷ୍ଟ୍ରେଲିଆ ପୋଲିସ ବର୍ତ୍ତମାନ ମିଚେଲଙ୍କ ଅଭିଯୋଗର ତଦନ୍ତ ଆରମ୍ଭ କରିଛି। ତଦନ୍ତ କାର୍ଯ୍ୟରେ ସହଯୋଗ କରିବ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ନିର୍ଭର ପ୍ରତିଶ୍ରୁତି ଦେଇଛି।

ମିଚେଲ ତାଙ୍କ ଓକିଲମାନଙ୍କ ଜରିଆରେ କହିଛନ୍ତି, ଏହି ଟୁର୍‌ ତାଙ୍କୁ ଗଭୀର ମାନିସକ ଆଘାତ ଦେଇଥିଲା। ତାହାକୁ ସେ ଆଦୌ ଭୁଲିପାରୁ ନାହାନ୍ତି। ଟୁର୍‌ ବେଳେ ଏସବୁ ଘଟଣା ପଛରେ କି କାରଣ ଥାଇପାରେ ସେ ସବୁର ଉତ୍ତର ଅପେକ୍ଷାରେ ସେ ଅଛନ୍ତି। ୧୯୮୫ ଟୁର୍‌କୁ ନେଇ ତଦନ୍ତ ଆରମ୍ଭ ହୋଇଥିବାରୁ ସେ ବର୍ତ୍ତମାନ ଅଶ୍ୱସ୍ତି ଅନୁଭବ କରୁଥିବା ଏବିସି ଓ୍ବେବ୍‌ସାଇଟ୍‌କୁ କହିଛନ୍ତି।

Share