ଦଳ ଛାଡ଼ିଲେ କଂଗ୍ରେସ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝି

ସୁନ୍ଦରଗଡ,୬।୧୨(ଡି.ଏନ୍‌.ଏ.): ବରିଷ୍ଠ ନେତା ତଥା ତଳସରା ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଡା. ପ୍ରଫୁଲ୍ଲ କୁମାର ମାଝି ସୋମବାର କଂଗ୍ରେସ ଛାଡ଼ିଛନ୍ତି। ଡା ମାଝି ଆନୁଷ୍ଠାନିକ ଭାବେ ଦଳରୁ ଇସ୍ତଫା ଦେଇଛନ୍ତି। ଏ ନେଇ ସେ ଖବରଦାତା ସମ୍ମିଳନୀରେ ଘୋଷଣା କରିଛନ୍ତି। ଲଗାତର ଭାବେ ସେ ତଳସରା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତେବେ ଗତ ନିର୍ବାଚନରେ ଭାଜପା ପ୍ରାର୍ଥୀ ଭବାନୀ ଶଙ୍କର ମାଝିଙ୍କ ଠାରୁ ପରାଜିତ ହୋଇଥିଲେ। ପରେ ଦଳରେ ତାଙ୍କୁ ଗୁରୁତ୍ୱ ଦିଆ ନ ଯାଇ ଅଣଦେଖା କରାଯାଉଥିବାରୁ ସେ ଦଳଛାଡ଼ି ଥିବା କହିଛନ୍ତି।