ଫୁଲ ଧରିଲେ ବିଜେଡିର ପୂର୍ବତନ ବିଧାୟକ ବେଦବ୍ୟାସ ନାୟକ

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ) ପୂର୍ବତନ ବିଜେଡି ବିଧାୟକ ବେଦବ୍ୟାସ ନାୟକ ଆଜି ଶଙ୍ଖ ଛାଡ଼ି ଫୁଲ ଧରିଛନ୍ତି। ଭୁବନେଶ୍ୱରରେ ଏକ ମିଶ୍ରଣ କାର୍ଯ୍ୟକ୍ରମରେ ସେ ତାଙ୍କ କେତେକ ସମର୍ଥକଙ୍କ ସହିତ ଭାଜପାର ଯୋଗ ଦେଇଥିବା ଜଣାପଡିଛି।

ସେ ୨୦୧୪ ରେ ବିଜେଡି ଟିକେଟରେ ତେଲକୋଇ ନିର୍ବାଚନ ମଣ୍ଡଳୀରୁ ଲଢି ବିଧାୟକ ହୋଇଥିଲେ। ତେବେ ପରବର୍ତ୍ତୀ ସମୟରେ ତାଙ୍କୁ ଦଳ ଆଉ ଟିକେଟ ଦେଇ ନ ଥିଲା। ସେହିପରି ତାଙ୍କୁ ଦୀର୍ଘ ବର୍ଷ ହେଲା ବିଜେଡିର କାର୍ଯ୍ୟକ୍ରମରେ ଦେଖିବାକୁ ମିଳି ନ ଥିଲା। ତାଙ୍କୁ ଦଳ ଅଣଦେଖା କରିବାରୁ ସେ ବିଜେଡି ଛାଡ଼ି ଭାଜପାରେ ଯୋଗ ଦେଇଥିବାବେଳେ ଦଳ ତାଙ୍କୁ ତେଲକୋଇରୁ ପ୍ରାର୍ଥୀ କରିବ ନା ଆଉ କାହାକୁ କରିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବେଦବ୍ୟାସ ପୂର୍ବତନ ଛଅ ଥର ତେଲକୋଇରୁ ବିଧାୟକ ହୋଇଥିବା ନୀଳାଦ୍ରି ନାୟକଙ୍କ ପୁଅ।