ଭବାନୀପାଟଣା,୨।୮(ଉତ୍ତମ କୁମାର ଦାଶ): ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା କଳାହାଣ୍ଡି ଜିଲା ଜୁନାଗଡ଼ର ପୂର୍ବତନ ବିଡ଼ିଓ ପରମ ବ୍ରହ୍ମ ଯୋଶୀ (୬୭)ଙ୍କ ଶନିବାର ଅପରାହ୍ନରେ ହୃଦଘାତରେ ପରଲୋକ ହୋଇଯାଇଛି । ତାଙ୍କ ପରଲୋକ ଖବର ଶୁଣି କଳାହାଣ୍ଡି ଜିଲାରେ ଶୋକର ଲହରୀ ଖେଳିଯାଇଛି। ପୂର୍ବତନ ବିଡ଼ିଓ ସ୍ୱର୍ଗତ ଯୋଶୀ ଜୁନାଗଡ଼ ସମେତ ଧର୍ମଗଡ଼ ଓ ଭବାନୀପାଟଣା ବ୍ଲକରେ ବିଡ଼ିଓ ଭାବେ କାର୍ଯ୍ୟରତ ଥିଲେ। ସେ ଜଣେ ଦକ୍ଷ ଓ ସଚ୍ଚୋଟ ଅଧିକାରୀ ଭାବେ ଜିଲାରେ ବେଶ ପରିଚିତ ଥିଲେ। ଭବାନୀପାଟଣା ରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବାବେଳେ ବଡ଼ ପୁଅ ସୌମ୍ୟରଞ୍ଜନ ଯୋଶୀ ମୁଖାଗ୍ନି ଦେଇଥିଲେ।