ଚିଲିରେ ଜଳୁଛି ଜଙ୍ଗଲ: ମୃତ୍ୟୁସଂଖ୍ୟା ୧୧୨କୁ ବୃଦ୍ଧି, ଜରୁରିକାଳୀନ ପରିସ୍ଥିତି ଘୋଷଣା କଲେ ସରକାର

ସାଣ୍ଟିଆଗୋ,୫ା୨: କେନ୍ଦ୍ରୀୟ ଚିଲିରେ ଜଙ୍ଗଲ ଜଳୁଛି। ଏହି ନିଆଁ ଏତେ ଭୟଙ୍କର ଯେ, ବର୍ତ୍ତମାନ ସୁଦ୍ଧା ୧୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬୦୦ ଘର ଜଳିପୋଡ଼ି ଛାରଖାର ହୋଇଯାଇଛି। ହଜାର ହଜାର ଲୋକ ବର୍ତ୍ତମାନ ସୁଦ୍ଧା ନିଖୋଜ ହୋଇଛନ୍ତି। ଏନେଇ ଚିଲିରେ ଜରୁରିକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ସରକାର।

ଅଧିକାରୀ କହିଛନ୍ତି, ୧୬୦୦ ଘର ନଷ୍ଟ ହୋଇଯାଇଛି। ଶନିବାର କେନ୍ଦ୍ରୀୟ ଚିଲିର ଭାଲପାରାଇଜୋ ଅଞ୍ଚଳର ଧୂଆଁ ଆଚ୍ଛାଦିତ ହୋଇଛି। ହଜାର ହଜାର ଲୋକଙ୍କୁ ସେମାନଙ୍କ ଘର ଛାଡ଼ିବାକୁ ଅଧିକାରୀମାନେ ନିବେଦନ କରିଛନ୍ତି। ଚିଲିର ଅଧିକାରୀ କହିଛନ୍ତି, ଉପକୂଳ ପର୍ଯ୍ୟଟନ ସହର ଭିନା ଡେଲ ମାର୍‌ ଚାରିପାଖରେ ପ୍ରଭାବିତ ହୋଇଛି। ସମସ୍ତ ପ୍ରଭାବିତ ଅଞ୍ଚଳରେ ପହଞ୍ଚିବା ପାଇଁ ଉଦ୍ଧାରକାରୀ ଦଳ ସଂଘର୍ଷ କରୁଛନ୍ତି। ନିଆଁ ଲିଭାଇବା ପାଇଁ ୧୯ଟି ହେଲିକପ୍ଟର ଏବଂ ୪୫୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ନିୟୋଜିତ ହୋଇଛନ୍ତି।

Share