ଜଙ୍ଗଲ ଅବକ୍ଷୟମୁଖୀ, ବନ୍ୟପ୍ରାଣୀ ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୨।୩:  ପ୍ରତିବର୍ଷ ମାର୍ଚ୍ଚ ୨୧ ତାରିଖରେ ବିଶ୍ୱ ବନ ଦିବସ ପାଳନ କରାଯାଉଛି। ଏହି ଦିବସର ମୂଳ ଲକ୍ଷ୍ୟ ହେଉଛି ବନ ସଂରକ୍ଷଣ ସାଙ୍ଗକୁ ବନ୍ୟଜନ୍ତୁ, ସରୀସୃପ ଆଦିଙ୍କ ସୁରକ୍ଷା ପାଇଁ ଅଧିକ ଦାୟିତ୍ୱବାନ ହେବା। ସବୁଜ ବଳୟ ସୃଷ୍ଟି ପାଇଁ ସଚେତନତା ବାର୍ତ୍ତା ଦେବା। ମାତ୍ର ଜଗତ୍‌ସିଂହପୁର ଜିଲାରେ ବନ ବିଭାଗ ଏହି ଦିବସକୁ କେବଳ ଉପରଠାଉରିଆ ଭାବେ ପାଳନ କଲା ପରି ମନେ ହେଉଛି। ଏଠାରେ ଜଙ୍ଗଲ ଅବକ୍ଷୟମୁଖୀ ହୋଇପଡିଛି। ବନ୍ୟପ୍ରାଣୀ ସୁରକ୍ଷିତ ମଣୁନାହାନ୍ତି। ସେମାନଙ୍କ ପାଇଁ ବନ ବିଭାଗ ସେଭଳି ଦାୟିତ୍ୱବାନ ଥିବାଭଳି ଅନୁଭବ ହେଉନାହିଁ। ଏହି ଜିଲାରେ ୧୦ ବର୍ଷ ମଧ୍ୟରେ ଜଙ୍ଗଲ ଅବକ୍ଷୟ ସାଙ୍ଗକୁ ବନ୍ୟଜନ୍ତୁଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇବାରେ ଲାଗିଛି।
ମିଳିଥିବା ତଥ୍ୟ ଅନୁଯାୟୀ, ଜିଲାରେ ଧଳତଙ୍ଗଗଡ଼ ସଂରକ୍ଷିତ ଜଙ୍ଗଲ, ତିର୍ତ୍ତୋଲର କିଲିପାଳ, ଏରସମାର ସିଆଳି ଲୁଣା ଜଙ୍ଗଲ, କୁଜଙ୍ଗର ହେନ୍ତାଳ ବଣ, ବାଲିକୁଦାର ବେରୁହଁା ଜଙ୍ଗଲ, ରଘୁନାଥପୁର ନୂଆଗାଁ ଅଗସ୍ତି ମୁନି ଆଶ୍ରମ ନିକଟ ଜଙ୍ଗଲ, ସିଦ୍ଧବାରଙ୍ଗ ପୀଠକୁ ଲାଗି ରହିଥିବା ଜଙ୍ଗଲ ଆଦି ରହିଛି। ଏସବୁ ଜଙ୍ଗଲରେ ବହୁ ମୂଲ୍ୟବାନ ଗଛ ସାଙ୍ଗକୁ ବନ୍ୟପ୍ରାଣୀ ରହିଛନ୍ତି। ଧଳତଙ୍ଗଗଡ଼ ଜଙ୍ଗଲକୁ ପର୍ଯ୍ୟଟନ କ୍ଷେତ୍ର୍ର ଭାବରେ ଗ୍ରହଣ କରାଯାଇଛି। ଏହା ହରିଣମାନଙ୍କ ଯୋଗୁ ବେଶ୍‌ ପରିଚିତ। ପ୍ରତ୍ୟହ ଶତାଧିକ ହରିଣ ଖାଦ୍ୟ ସଂଗ୍ରହ ପାଇଁ ଏଣେତେଣେ ବୁଲୁଥିବା ଦୃଶ୍ୟ ଖବର ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। କେବଳ ଏତିକି ନୁହେଁ, ଧଳତଙ୍ଗଗଡ଼ ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟକ ଠେକୁଆ, ହେଟା ବାଘ, ଝିଙ୍କ, ସାଳିଆପତନି, କଟାସ, ବିଲୁଆ ଏବଂ ସରୀସୃପ ଆଦି ଦେଖିବାକୁ ମିଳେ। ହେଲେ ସେମାନେ ଅସୁରକ୍ଷିତ। ବନ ବିଭାଗ ପକ୍ଷରୁ ତାରବାଡ ଏବଂ ଅନ୍ୟାନ୍ୟ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉ ନ ଥିବାରୁ ଏହି ପ୍ରାଣୀଗୁଡିକ ବିପଜ୍ଜନକ ଅବସ୍ଥାରେ ଏଣେତେଣେ ବୁଲୁଥିବା ଅଭିଯୋଗ ହୋଇଛି। ବିଶେଷକରି ହରିଣମାନଙ୍କ ନିରାପଦ ଖାଦ୍ୟ ସଂଗ୍ରହ ପାଇଁ ଏକ ମିଡୋ (ହରିଣମାନଙ୍କ ଖାଦ୍ୟ ସଂଗ୍ରହ ପାଇଁ ଘାସ ଚାଷ) କରାଯିବା ଜରୁରୀ ଥିବାବେଳେ ତାହା ଏଯାଏ କରାଯାଇ ପାରିନାହିଁ। ନିକଟରେ ଥିବା ହଂସୁଆ ନଦୀର ଉତ୍ତର ପାର୍ଶ୍ୱରେ ଟ୍ରେନ୍‌ ଲାଇନ୍‌ ଯାଇଛି। ଅନେକ ସମୟରେ ହରିଣମାନେ ଏହି ଟ୍ରେନ୍‌ ଲାଇନ ଆଡକୁ ଚାଲି ଯାଉଛନ୍ତି। ବେଳେବେଳେ ଏହି ଲାଇନ୍‌ ଅତିକ୍ରମ କଲାବେଳେ ଟ୍ରେନ୍‌ ଦୁର୍ଘଟଣାରେ ହରିଣଙ୍କ ମୃତ୍ୟୁ ଘଟୁଛି। କେବଳ ଏତିକି ନୁହେଁ, ଶିକାରୀ କୁକୁରମାନେ ମଧ୍ୟ ହରିଣମାନଙ୍କ ଯାତାୟାତ ସମୟକୁ ଜଗି ରହୁଛନ୍ତି। ଯେତେବେଳେ ହରିଣମାନେ ଖାଦ୍ୟ ଅନ୍ବେଷଣରେ ବିଲ ଆଡ଼କୁ ମୁହଁାଉଛନ୍ତି ସେତେବେଳେ ଏହି କୁକୁରମାନେ ସେମାନଙ୍କୁ ଆକ୍ରମଣ କରୁଛନ୍ତି। ଅନେକ ସମୟରେ ମଧ୍ୟ ବୁଲା କୁକୁରମାନେ ହରିଣ ମାରି ଖାଇ ଯାଉଛନ୍ତି । ତେଣୁ ଏହି ପାର୍ଶ୍ୱରେ ତାରବାଡ଼ (ସୋଲାର ଫ୍ୟାନ୍ସି) କରାଯାଉ ବୋଲି ବରିଷ୍ଠ ନାଗରିକ ଚୈତନ୍ୟ ଚରଣ ଦାସ, ଅରଣ୍ୟ ଅଭିଯାନ ଆବାହକ ସନ୍ତୋଷ ପ୍ରଧାନଙ୍କ ସମେତ କେତେଜଣ ପରିବେଶବିତ୍‌ ଦାବି କରିଛନ୍ତି। ସେମାନଙ୍କ କହିବା କଥା ହେଲା, ଏବେ ଖରାଦିନ ହୋଇଯାଇଥିବାରୁ ଜଙ୍ଗଲରେ ଥିବା ଏକାଧିକ ପୋଖରୀ ଶୁଖିଗଲାଣି। ଫଳରେ ବନ୍ୟପ୍ରାଣୀଙ୍କ ପାଇଁ ସମସ୍ୟା ବଢ଼ିବାରେ ଲାଗିଛି। ଏହା ଭିତରେ ବର୍ଷତମାମ ଯେପରି ପାଣି ଗଚ୍ଛିତ ରହିପାରିବ ସେଥିପ୍ରତି ବିଭାଗ ଦାୟିତ୍ୱବାନ ହେବା ଦରକାର। ନିଆଁ ଦାଉରୁ ରକ୍ଷା କରିବା ପାଇଁ ଅଧିକ ଫାୟାର ଲାଇନ୍‌ ସୃଷ୍ଟି ହେବା ଆବଶ୍ୟକ। ଖରାଦିନେ କେନ୍ଦୁ, ଆମ୍ବ ଆଦି ଚୋରା ବ୍ୟବସାୟୀମାନଙ୍କ କବ୍‌ଜାକୁ ଚାଲି ଯାଉଛି। ଏହାର ସୁରକ୍ଷା କରାଯାଉ। ପାରମ୍ପରିକ ବୃକ୍ଷ ଯଥା ସଇତା ଆମ୍ବ, ପୋଲାଙ୍ଗ, ବେତକୋଳି, ଭଇଁସି କୋଳି, ଖିରିକୋଳି, ମିର୍ଜାକୋଳି ଏସବୁକୁ ସଂରକ୍ଷିତ କରିବା ସହ ପୁନରୁଦ୍ଧାର ପାଇଁ ବିଭାଗ ଅଧିକ ଦାୟିତ୍ୱବାନ ହେଉ। ଜଙ୍ଗଲରେ ବେତ ଗଛ ଚୋରିକୁ ରୋକାଯାଉ। ଏହି ଜଙ୍ଗଲରେ ଥିବା ପର୍ଯ୍ୟାପ୍ତ ପରିମାଣର ମାଙ୍କେଡା କେନ୍ଦୁ ସଂରକ୍ଷଣ କରାଗଲେ ମାଙ୍କଡମାନେ ଆଉ ଜନବସତିକୁ ଯିବେ ନାହିଁ। ସେମାନେ କେନ୍ଦୁ ଖାଇ ଜଙ୍ଗଲରେ ରହିବାକୁ ପସନ୍ଦ କରିବେ। ସେହିପରି କିଲିପାଳ ଜଙ୍ଗଲରେ ପର୍ଯ୍ୟାପ୍ତ ପରିମାଣର କଣ୍ଟା ବାଉଁଶ ସମେତ ଶାଗୁଆନ, ଆକାଶିଆ, ଝାଉଁ ଆଦି ଗଛ ଦେଖିବାକୁ ମିଳେ। କିନ୍ତୁ ଏସବୁ ଏବେ ଅବକ୍ଷୟମୁଖୀ। ସିଆଳି ଲୁଣା ଜଙ୍ଗଲରେ ଝାଉଁ, ଗୁଆଁ, ବନୀ ଆଦି ବୃକ୍ଷ ବହୁଳ ପରିମାଣରେ ରହିଛି। ଏହା ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇଥିଲେ ସୁଦ୍ଧା ଏଥିପ୍ରତି ବିଶେଷ ଧ୍ୟାନ ଦିଆଯାଉନାହିଁ। ଏହାଛଡ଼ା ବେରୁହାଁ ଜଙ୍ଗଲ ସମେତ ଅନ୍ୟ ଜଙ୍ଗଲ ମଧ୍ୟ କ୍ଷତିଗ୍ରସ୍ତ ହେବାରେ ଲାଗିଛି।
ଏ ସମ୍ପର୍କରେ ଧଳତଙ୍ଗଗଡ଼ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ରେଞ୍ଜ ଅଫିସର ରବୀନ୍ଦ୍ର କୁମାର ମହାନ୍ତି କହିଛନ୍ତି, ବିରିଡ଼ି ବ୍ଲକ ମହେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାର ବିଶ୍ୱ ବନ ଦିବସ ପାଳନ କରାଯାଇ ପିଲାଙ୍କ ମଧ୍ୟରେ ସଚେତନତା ବାର୍ତ୍ତ ଦିଆଯାଇଛି। ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ସାଙ୍ଗକୁ ଜୈବ ବିବିଧତା ସୃଷ୍ଟି ପାଇଁ ବିଭାଗ ଦାୟିତ୍ୱବାନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ବେହାଲ ଦିଗପହଣ୍ଡି: ମୁଖ୍ୟ ରାସ୍ତାରେ ୨ ଫୁଟର ପାଣି, ଦୋକାନ-ବ୍ୟାଙ୍କରେ ନର୍ଦ୍ଦମା ଜଳ, ଜଳବନ୍ଦୀ ବସଷ୍ଟାଣ୍ଡ ବାସିନ୍ଦା

ଦିଗପହଣ୍ଡି,୨୩।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘନୀଭୂତ ଲଘୁଚାପ ପ୍ରଭାବରେ ତୁହାକୁ ତୁହା ଲଗାଣ ବର୍ଷା ଯୋଗୁ ବୁଧବାର ଦିଗପହଣ୍ଡି ସହର ସମ୍ପୂର୍ଣ୍ଣ ଉବୁଟୁବୁ ହୋଇପଡ଼ିଛି।…

ଆପଣଙ୍କର SBIରେ ଆକାଉଣ୍ଟ ଅଛି କି? ଅକ୍ଟୋବର ୧ରୁ ATMରୁ ଟଙ୍କା କାଢ଼ିବା ହେବ ମହଙ୍ଗା, ଜାଣନ୍ତୁ କେତେ କଟିବ…

ନୂଆଦିଲ୍ଲୀ,୨୩।୯: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ‘ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ’ (SBI) ନିଜ ଗ୍ରାହକମାନଙ୍କ ପାଇଁ ATM ଏବଂ ନଗଦ ଟଙ୍କା ଉଠାଣ (Cash…

ନ୍ୟାସନାଲ ପେନଚାକ ପ୍ରତିଯୋଗିତା, ସ୍ବର୍ଣ୍ଣପଦକ ବିଜେତାଙ୍କୁ ଗଞ୍ଜାମରେ ସମ୍ବର୍ଦ୍ଧନା

ଗଞ୍ଜାମ,୨୩ା୯(ବିଦ୍ୟାଧର ସାହୁ ): ଲେହ ଲଦାଖରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପେନଚାକ ସିଲାଟ ପ୍ରତିଯୋଗିତା 2026 ରେ ଓଡ଼ିଆ ପୁଅ ଶିବପ୍ରସାଦ ଜେନା ଗୋଲ୍ଡ ମେଡାଲ ହାସଲ…

ଆୟ ବର୍ହିଭୂତ ସମ୍ପତ୍ତି ଠାବ, PEO କାର୍ତ୍ତିକେଶ୍ୱର ବେହେରା ଗିରଫ

ବରଗଡ଼,୨୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କଟାବାହାଲ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) କାର୍ତ୍ତିକେଶ୍ୱର ବେହେରାଙ୍କୁ ଗିରିଫ କରିଛି ଭିଜିଲାନ୍ ଟିମ୍ । ତାଙ୍କ ଜଣାଶୁଣା ଆୟର…

କେସିଙ୍ଗାରେ ରେକର୍ଡ ବର୍ଷା, ଆତଙ୍କିତ ସ୍ଥାନୀୟ ବାସିନ୍ଦା

କେସିଙ୍ଗା,୨୩।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ବର୍ଷାରେ କେସିଙ୍ଗା ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତରେ ଦୀର୍ଘ ଦୁଇଦିନ ଧରି ବର୍ଷା ଲାଗି ରହିଛି ।କେତେବେଳେ ବର୍ଷା ହେଉଛି ତ ଆଉ…

IPL ଅକ୍ସନ୍‌କୁ ନେଇ ବଡ଼ ଘୋଷଣା: ଡିସେମ୍ବରରେ ଏହି ସ୍ଥାନରେ ହେବ….

ନୂଆଦିଲ୍ଲୀ,୨୩।୯: IPLର ଆଗାମୀ ସିଜନ୍‌କୁ ନେଇ ପ୍ରସ୍ତୁତି ଜୋରଦାର ହେଉଥିବା ବେଳେ ଅକ୍ସନକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । BCCI ସଚିବ ଦେବଜିତ ସାଇକିଆଙ୍କ…

ନାଗାବଳୀ କୂଳରେ ଝଲସୁଛି କାଶତଣ୍ଡି, ଧରାପୃଷ୍ଠକୁ ଆସିବେ ଜଗତଜନନୀ

କଲ୍ୟାଣସିଂହପୁର,୨୩ା୯(ଦୀପକ କୁମାର ପରିଡା ): ​ପ୍ରକୃତିର କୋଳରେ ଏବେ ଉତ୍ସବର ଋତୁ । ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବେଲକନା ଗାଁ ନିକଟସ୍ଥ ନାଗାବଳୀ ନଦୀ…

ଗଞ୍ଜାମ ଜିଲାରେ ଲଗାଣ ବର୍ଷା; ମା’ ତାରାତାରିଣୀ ପାହାଡ଼ରୁ ଧସିଲା ମାଟି ଆତଡା-ପଥର ଖଣ୍ଡ

ପୁରୁଷୋତ୍ତମପୁର,୨୩ା୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦୁଇଦିନ ହେଲା ବର୍ଷା ଲାଗିରହିଛି । ଏହାର ପ୍ରଭାବରେ ଦକ୍ଷିଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?