ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଗାଡି ଓଭରଟେକ୍କୁ ନେଇ ଏ.ସି.ଏଫ ମାଡ଼ ମାରିଥିବା ଅଭିଯୋଗ । ବରହମପୁର ଥାନା କଳାକାଦ ଛକରେ ଏ.ସି.ଏଫ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସୂଚନାଥାଉକି ଖବର ଲେଖିବା ବେଳକୁ କୌଣସି ପକ୍ଷରୁ ଅଭିଯୋଗ ହୋଇନାହିଁ ।

