Posted inରାଜ୍ୟ

ରାଜ୍ୟରେ ଅଣାୟତ୍ତ ଜଙ୍ଗଲ ନିଆଁ: ଦିନକରେ ୧୨୮୨ ସ୍ଥାନରେ ବନାଗ୍ନି

ଭୁବନେଶ୍ୱର, ୧୪ା୩ (ବନ୍ଦନା ସେଠୀ): ବନାଗ୍ନିକୁ ନେଇ ଏବେ ଚିନ୍ତା ବଢ଼ିଛି। ଖରାଦିନ ଆରମ୍ଭରୁ ଏବେ ଓଡ଼ିଶାର ଅଧା ଜଙ୍ଗଲ ଜଳୁଛି। ଚଳିତବର୍ଷ ଜାନୁଆରୀ ୧ରୁ ଫେବୃଆରୀ ୨୮ ମଧ୍ୟରେ ୩,୧୦୭ଟି ସ୍ଥାନରେ ନିଆଁ ଲାଗିଥିଲା। ତେବେ ଚଳିତ ମାସର ମାତ୍ର ୧୩ଦିନରେ ୧୦,୦୫୬ଟି ସ୍ଥାନରେ ନିଅଁା ଲାଗିଥିବାବେଳେ କେବଳ ଦିନକରେ ଅର୍ଥାତ୍‌ ମାର୍ଚ୍ଚ ୧୩ ଗୁରୁବାରରେ ରାଜ୍ୟର ବିଭିନ୍ନ ଜଙ୍ଗଲର ୧୨୮୨ଟି ସ୍ଥାନରେ ନିଅଁା ଲାଗିଥିବା ସୂଚନା ମିଳିଛି। ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଜାନୁଆରୀ ୧ରୁ ମାର୍ଚ୍ଚ ୧୩ ମଧ୍ୟରେ ୧୩,୧୬୩ଟି ସ୍ଥାନରେ ନିଅଁା ଲାଗିଛି।

ରାଉରକେଲା ସର୍କଲରେ ସର୍ବାଧିକ ୨୮୩୫ଟି ସ୍ଥାନରେ ନିଅଁା ଲାଗିଥିବାବେଳେ ସମ୍ବଲପୁର ସର୍କଲର ୨୭୫୦ଟି ସ୍ଥାନରେ, ଭବାନୀପାଟଣା ସର୍କଲର ୨୬୪୭ଟି ସ୍ଥାନରେ, କୋରାପୁଟ ସର୍କଲର ୨୪୫୮ଟି ସ୍ଥାନରେ, ବ୍ରହ୍ମପୁର ସର୍କଲର ୧୩୨୫ଟି ସ୍ଥାନରେ, ଅନୁଗୋଳ ସର୍କଲର ୫୫୩ଟି ସ୍ଥାନରେ, ବାରିପଦା ସର୍କଲର ୫୦୪ଟି ସ୍ଥାନ ଏବଂ ଭୁବନେଶ୍ୱର ସର୍କଲର ୯୧ଟି ସ୍ଥାନରେ ନିଅଁା ଲାଗିଛି। ଏହାକୁ ଆୟତ୍ତ କରିବାକୁ ବନ ବିଭାଗ କର୍ମଚାରୀଙ୍କୁ ନାକେଦମ୍‌ ହେବାକୁ ପଡୁଛି। ଆଗକୁ ଏହି ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି।

୨୦୨୩ରେ ରାଜ୍ୟରେ ଥିବା ବିଭିନ୍ନ ଜଙ୍ଗଲରେ ୩୬,୭୧୩ଟି ସ୍ଥାନରେ ନିଅଁା ଲାଗିଥିବାବେଳେ ୨୦୨୪ରେ ୨୨,୮୬୮ଟି ଫାୟାର ପଏଣ୍ଟ ଚିହ୍ନଟ ହୋଇଥିଲା। ୨୦୨୩ ଅନୁପାତରେ ଗତବର୍ଷ ରାଜ୍ୟରେ କମ୍‌ ନିଅଁା ଲାଗିଥିଲେ ହେଁ ଚଳିତବର୍ଷ ଏହାକୁ ଆହୁରି କମାଇବା ବନ ବିଭାଗ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ମାତ୍ର ଚଳିତ ବର୍ଷ ଆରମ୍ଭରୁ ହିଁ ଏହି ସଂଖ୍ୟା ୧୩ହଜାର ପାର୍‌ କରି ସାରିଲାଣି। ତେଣୁ ଜୁନ୍‌ ବେଳକୁ ଫାୟାର ପଏଣ୍ଟ ସଂଖ୍ୟା ଗତବର୍ଷକୁ ଟପିଯିବ ବୋଲି ଆକଳନ କରାଯାଉଛି।

ଅପରପକ୍ଷେ ଜଙ୍ଗଲ ନିଅଁାକୁ ରୋକିବା ପାଇଁ ବନ ବିଭାଗ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଯଥେଷ୍ଟ ହୋଇପାରୁ ନାହିଁ। ଫାୟାର ଆକ୍ସନ ପ୍ଲାନ୍‌, ଫାୟାର ଲାଇନ୍‌ କିମ୍ବା ସଚେତନତାରେ ଶତପ୍ରତିଶତ ସଫଳତା ମିଳିପାରୁନାହିଁ। ସେହିପରି ଏଫ୍‌ଏସ୍‌ଆଇ ପକ୍ଷରୁ ୨୦୦୪ରୁ ସାଟେଲାଇଟ୍‌ ଜରିଆରେ ନିଅଁା ଲାଗିଥିବା ସ୍ଥାନ ଚିହ୍ନଟ କରାଯାଉଛି। ଏସ୍‌ଏନ୍‌ପିପି ଏବଂ ଏମ୍‌ଓଡିଆଇଏସ୍‌ (ମୋଡିସ୍‌) ସାଟେଲାଇଟ୍‌ ମାଧ୍ୟମରେ ଜଙ୍ଗଲର ଯେଉଁ ସ୍ଥାନରେ ନିଅଁା ଲାଗିଥାଏ, ତାହାର ଫଟୋ ବନ ବିଭାଗ ପାଖକୁ ଆସିଥାଏ।

ଏହି ସାଟେଲାଇଟ୍‌ ଦିନରେ ୪ଥର ଅର୍ଥାତ୍‌ ପୂର୍ବାହ୍ନ ୧୦ଟା, ଅପରାହ୍ନ ୧ଟା, ରାତି ୧୦ଟା ଏବଂ ରାତି ୧ଟାରେ ଫଟୋ ପଠାଇଥାଏ। ମାତ୍ର ସାଟେଲାଇଟ୍‌ରୁ ଫଟୋ ପାଇ ଲିଭାଇବାକୁ ଗଲା ବେଳକୁ ନିଆଁ ବ୍ୟାପିଯାଏ। ଫଳରେ ଏହାକୁ ଆୟତ୍ତ କରିବା ବିଭାଗ ପାଇଁ କଷ୍ଟକର ହୋଇଥାଏ। ସେହିପରି କନ୍ଧମାଳ, ରାୟଗଡ଼ା ଏବଂ ପାରଳାଖେମୁଣ୍ଡି ଆଦି ଅଞ୍ଚଳର ଅଧିବାସୀମାନେ ପୋଡ଼ୁ ଚାଷ ଉପରେ ନିର୍ଭର କରନ୍ତି। ତେଣୁ ଚାଷ ପାଇଁ ନିଆଁ ଲଗାଇବା ସମୟରେ ଏହା ବିଭିନ୍ନ ଅଞ୍ଚଳ ସମେତ ଜଙ୍ଗଲକୁ ବ୍ୟାପି ଯାଇଥାଏ। ଫଳରେ ଏସବୁ ଜିଲାରେ ଥିବା ଜଙ୍ଗଲରେ ଅଧିକାଂଶ ସମୟରେ ନିଆଁ ଲାଗିଥାଏ। ତେଣୁ ଏସବୁ ଅଞ୍ଚଳର ଲୋକଙ୍କୁ ଅଧିକ ସଚେତନ କରାଯିବାର ଆବଶ୍ୟକତା ରହିଛି।

ସାତକୋଶିଆ, ଢେଙ୍କାନାଳର ହିନ୍ଦୋଳ, ଅନୁଗୋଳର ବନ୍ତଳା, ଡେବ୍ରିଗଡ଼ ଭଳି ଜଙ୍ଗଲରେ ଏଆଇ କ୍ୟାମେରା ଲାଗିବା ନେଇ ପ୍ରସ୍ତାବ ରହିଥିଲା। ମାତ୍ର ଆଜିଯାଏ ତାହା କାର୍ଯ୍ୟକାରୀ ହୋଇପାରୁ ନାହିଁ। ଏଆଇ କ୍ୟାମେରା ଲାଗିଲେ ଜଙ୍ଗଲ ନିଆଁ ସମେତ ଜୀବଜନ୍ତୁ ଶିକାର, ଶିକାରୀଙ୍କ ଗତିବିଧି ଏବଂ ଅନ୍ୟାନ୍ୟ ଦିଗ ଉପରେ ନଜର ରଖିହେବ। ମାତ୍ର ବନ ବିଭାଗ ଏ ଦିଗରେ ଯଥେଷ୍ଟ ଧ୍ୟାନ ଦେଉନାହିଁ। ଶିମିଳିପାଳ ଜଙ୍ଗଲ ଭଳି ବାରମ୍ବାର ନିଅଁା ଲାଗୁଥିବା ଜଙ୍ଗଲଗୁଡ଼ିକରେ ଏଆଇ କ୍ୟାମେରା ଲଗାଗଲେ ନିଆଁ ଆୟତ୍ତ କରିବାରେ ସକ୍ଷମ ହେବ ବୋଲି ପରିବେଶବିତ୍‌ମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର ପରେ…

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ...

ଧାନମଳା ମେଶିନରେ ପଶିଗଲା ଯୁବକଙ୍କ ହାତ, ଆଉ ତା’ ପରେ…

ମୋହନା,୧୩ା୧୨(ମନ୍ମଥ ମିଶ୍ର): ଧାନମଳା ମେଶିନରେ ହାତକଟି ଯିବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତ ନିଜୁମା...

ଧାନ ଉଠାଇବା ପାଇଁ ଜିଲାପାଳଙ୍କୁ ଗୁହାରି: ଗୋଡ଼ତଳେ ଧାନ ପକାଇ ମୁଣ୍ଡିଆ ମାରିଲେ ଚାଷୀ

ପଦ୍ମପୁର,୧୩ା୧୨(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ସ୍ବାଭାବିକ ହୋଇ ପାରିନାହିଁ। ଜିଲାର ବିଭିନ୍ନ ମଣ୍ଡିରେ ବହୁ ପରିମାଣରେ ଧାନ ପଡ଼ିରହିଛି। ଏହାକୁ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri