ଶୁଳିଆ ପାହାଡ଼ରେ ରୋପଣ ହେଲା ୪ ହଜାର ବାଉଁଶ ଚାରା: ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ପାଇଁ…

ଦିଗପହଣ୍ଡି,୬|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ପୋଡ଼ାମାରି ଗ୍ରାମ ସ୍ଥିତ ଚନ୍ଦ୍ରଗିରି ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ରେଞ୍ଜର ରୂପକ ପ୍ରଧାନ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପଦ୍ମପୁର ଗ୍ରାମ ନିକଟ ଶୁଳିିଆ ପାହାଡର ପ୍ରାୟ ୧୦ ହେକ୍ଟର ଇଲାକାରେ ୪ ହଜାର ବାଉଁଶ ଗଛ ଚାରା ରୋପଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ନାଏବ ସରପଞ୍ଚ ବୁଦ୍ଧିଆ ଗୌଡ଼ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବହୁ ସଂଖ୍ୟକ ଗ୍ରାମବାସୀ ଉପସ୍ଥିତ ଥିଲେ। ସେହିପରି  ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି ମୃଗ ବିହାରରେ ସାନଖେମୁଣ୍ଡି ବ୍ଳକ ଟି. ଗୋବିନ୍ଦପୁର ପଞ୍ଚାୟତ ସରପଞ୍ଚ ମଙ୍ଗଳା ଗମାଙ୍ଗ ଅତିଥି ଭାବେ ଯୋଗଦେଇ ମୃଗଙ୍କ ରହଣି ପାଇଁ ବିଭିନ୍ନ କିସମର ୩୦ ଟି ଛାୟା ପ୍ରଦାନକାରୀ ବୃକ୍ଷ ଚାରା ରୋପଣ କରିଥିଲେ। ଢେପାଗୁଡ଼ା ପଞ୍ଚାୟତ ଅନୁସୂଚିତ ଜନଜାତି ବହୁଳ ଦା – ବାଡ଼ ଗ୍ରାମରେ ବନ ବିଭାଗ ପକ୍ଷରୁ ରେଞ୍ଜରଙ୍କ ଅଧ୍ୟକ୍ଷତାରେ ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ସହ ବୃକ୍ଷ ରୋପଣ ସମ୍ପର୍କିତ ସଚେତନତା ସଭା କରାଯାଇଥିଲା। ସରପଞ୍ଚ ସୁନୀଲ ରାଇକା ଅତିଥି ଭାବେ ଯୋଗଦେଇଥିଲେ। ପରେ  ଗ୍ରାମ ସଂଲଗ୍ନ ଜଙ୍ଗଲ ଜମିରେ ଆମ୍ବ, ପଣସ, ଅଁଳା,ବାହାଡା, ତେନ୍ତୁଳି ପ୍ରଭୃତି ୧ ଶହଟି ବିଭିନ୍ନ ଫଳ ଗଛ ଚାରା ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଫରେଷ୍ଟର ଦେବାଶିଷ ଶତପଥି, ସୁନୀଲ ମଣ୍ଡଳ, ଆଲୋକ ଜେନା,ସୁଧାକର କାଣ୍ଡୁଲା, ଧର୍ମାରାଜୁ ମିସାଲ,ଫରେଷ୍ଟଗାର୍ଡ ବନ୍ଧିଆ ଗମାଙ୍ଗ,ବିଷ୍ଣୁପ୍ରିୟା ଗୌଡ଼,ଦମୟନ୍ତୀ ଗୌଡ଼,କେ.ଗୌତମୀ, ଗିରିଜା ଶଙ୍କର ଦୋରା,ସରୋଜ କୁମାର,ଲକ୍ଷପତି ଗମାଙ୍ଗ,ପ୍ରଭାତ ଓରାମ,ଝସକେତନ ବରିହାଙ୍କ ସମେତ ବହୁ ସଂଖ୍ୟକ ପ୍ରକୃତି ପ୍ରେମୀ ଜନସାଧାରଣ ଓ ବନ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Share