ଆମେରିକାରେ ବିଦେଶୀ ଛାତ୍ର: ଭାରତରୁ ସର୍ବାଧିକ

ଓ୍ବାଶିଂଟନ,୧୯।୧୧: ଗତ ୧୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଆମେରିକାରେ ପଢ଼ୁଥିବା ବିଦେଶୀ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଭାରତୀୟଙ୍କ ସଂଖ୍ୟା ସର୍ବାଧିକ। ସୋମବାର ଆମେରିକୀୟ ସଙ୍ଗଠନ ‘ଓପନ ଡୋର୍‌ସ’ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ସମ୍ପ୍ରତି ଆମେରିକାରେ ୩.୩ ଲକ୍ଷରୁ ଅଧିକ ଭାରତୀୟ ଛାତ୍ରୀଛାତ୍ର ପଢ଼ୁଛନ୍ତି। ଆମେରିକୀୟ ଶିକ୍ଷାବର୍ଷ ୨୦୨୨-୨୩ ଅନୁଯାୟୀ, ଦେଶରେ ପଢ଼ୁଥିବା ବିଦେଶୀ ଛାତ୍ରୀଛାତ୍ରଙ୍କ ମଧ୍ୟରେ ସର୍ବାଧିକ ଚାଇନାରୁ ଥିଲେ। ସେତେବେଳେ ଉକ୍ତ ତାଲିକାରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଥିଲା। ତେବେ ‘ଓପନ ଡୋର୍‌ସ ରିପୋର୍ଟ ୨୦୨୪’ ଅନୁଯାୟୀ, ଶିକ୍ଷାବର୍ଷ ୨୦୨୩-୨୪ରେ ୩ ଲକ୍ଷ ୩୧ ହଜାର ୬୦୨ ଜଣ ଭାରତୀୟ ଛାତ୍ରୀଛାତ୍ର ଆମେରିକାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପଢ଼ୁଛନ୍ତି। କୌଣସି ମଧ୍ୟ ଶିକ୍ଷାବର୍ଷରେ ଆମେରିକାରେ ପଢ଼ୁଥିବା ଭାରତୀୟ ଛାତ୍ରୀଛାତ୍ରଙ୍କର ଏହା ସର୍ବକାଳୀନ ସର୍ବାଧିକ ସଂଖ୍ୟା ବୋଲି ଉକ୍ତ ରିପୋର୍ଟ କହିଛି। ୨୦୨୨-୨୩ ଶିକ୍ଷାବର୍ଷ ତୁଳନାରେ ୨୩% ଅଧିକ ଭାରତୀୟ ଛାତ୍ରୀଛାତ୍ର ୨୦୨୩-୨୪ ଶିକ୍ଷାବର୍ଷରେ ଆମେରିକାରେ ପଢ଼ୁଥିବା ନେଇ ଏହି ରିପୋର୍ଟ କହିଛି। ୨୦୨୨-୨୩ ଶିକ୍ଷାବର୍ଷରେ ୨ ଲକ୍ଷ ୬୮ ହଜାର ୯୨୩ ଜଣ ଛାତ୍ରୀଛାତ୍ର ଆମେରିକାରେ ପଢ଼ୁଥିଲେ।
ତେବେ ଆମେରିକାରେ ପଢ଼ୁଥିବା ବିଦେଶୀ ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ କେବଳ ୨୯% ଭାରତର ହୋଇଥିବା ଉକ୍ତ ରିପୋର୍ଟ କହିଛି। ଏହି ତାଲିକାରେ ୨ ଲକ୍ଷ ୭୭ ହଜାର ୩୭୮ ଜଣ ଛାତ୍ରୀଛାତ୍ରଙ୍କ ସହ ଚାଇନା ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ୪୩ ହଜାର ୧୪୯ ଛାତ୍ରୀଛାତ୍ରଙ୍କ ସହ ଦକ୍ଷିଣ କୋରିଆ ତୃତୀୟ ସ୍ଥାନରେ ରହିଛି। ସେହିପରି ୨୮ ହଜାର ୯୯୮ ଜଣ ଛାତ୍ରୀଛାତ୍ରଙ୍କ ସହ କାନାଡା ଏବଂ ୨୩ ହଜାର ୧୫୭ ଜଣ ଛାତ୍ରୀଛାତ୍ରଙ୍କ ସହ ତାଇଓ୍ବାନ ଏହି ତାଲିକାରେ ଯଥାକ୍ରମେ ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ରହିଛନ୍ତି। ସେହିପରି ସ୍ନାତକ ଏବଂ ସ୍ନାତକୋତ୍ତର ଶିକ୍ଷା କ୍ଷେତ୍ରରେ ଭାରତ ଲଗାତର ଦ୍ୱିତୀୟ ବର୍ଷ ପାଇଁ ଆମେରିକାରେ ପଢ଼ୁଥିବା ସର୍ବାଧିକ ବିଦେଶୀ ଛାତ୍ରୀଛାତ୍ର ଥିବା ଦେଶ ହୋଇପାରିଛି। ୨୦୨୨-୨୩ ଶିକ୍ଷାବର୍ଷ ତୁଳନାରେ ୨୦୨୩-୨୪ ଶିକ୍ଷାବର୍ଷରେ ଏହି ସଂଖ୍ୟାରେ ୧୯% ବୃଦ୍ଧି ଘଟି ୧ ଲକ୍ଷ ୯୬ ହଜାର ୫୬୭ରେ ପହଞ୍ଚିଛି। ସେହିପରି ଅଣ ସ୍ନାତକ ଶିକ୍ଷା କ୍ଷେତ୍ରରେ ୩୬ ହଜାର ୫୩ ଜଣ ଭାରତୀୟ ଛାତ୍ରୀଛାତ୍ର ଆମେରିକାରେ ପଢ଼ୁଛନ୍ତି। ବର୍ଷକ ମଧ୍ୟରେ ଏହି ସଂଖ୍ୟାରେ ୧୩% ବୃଦ୍ଧି ଘଟିଛି। ପ୍ରକାଶ ଯେ, ଆମେରିକାରେ ସାଧାରଣତଃ ଶିକ୍ଷାବର୍ଷ ସେପ୍ଟେମ୍ବରରୁ ଆରମ୍ଭ ହୋଇ ପରବର୍ତ୍ତୀ ବର୍ଷ ମେ’ ପର୍ଯ୍ୟନ୍ତ ଚାଲିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?