ହୀରାକୁଦ ଜଳଭଣ୍ଡାରରେ ବିଦେଶାଗତ ପକ୍ଷୀଙ୍କ ସମାଗମ

ସମ୍ବଲପୁର,୨୨।୧୨(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରରେ ବିଦେଶାଗତ ପକ୍ଷୀଙ୍କ ସମାଗମ ଆରମ୍ଭ ହୋଇଛି। ସୁବିସ୍ତୀର୍ଣ୍ଣ ଆର୍ଦ୍ରଭୂମିର ଅନୁକୂଳ ପରିବେଶ ପ୍ରତି ଆକର୍ଷିତ ହୋଇ ସୁଦୂର ୟୁରୋପ, ଆମେରିକା ସହିତ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ବିଦେଶାଗତ ପକ୍ଷୀ ଏଠାରେ ଏକତ୍ରିତ ହେବାରେ ଲାଗିଛନ୍ତି। ୟୁରେସିଆନ୍‌ ଓ୍ବିଜନ, ଗଡ଼ୱାଲ, ମାଲାର୍ଡ, ଭିନ୍ନ ଭିନ୍ନ ପ୍ରକାର ଗେବ୍‌ସ, ନର୍ଦ୍ଦର୍ନ ସୋଭଲର୍‌, ଗୁଲ୍‌, ଟର୍ଣ୍ଣସ, ବାର୍‌ ହେଡେଡ୍‌ ଗୁସ୍‌, ଟୁଫଟେଡ୍‌ ଡକ୍‌, ପୋଚାର୍ଡ, ହ୍ବିସିଲ୍‌ଡକ୍‌, ସ୍ୟାଣ୍ଡପାଇପର, ପିଣ୍ଟେଲ୍‌ ଆଦି ଅନେକ ବିରଳ ପ୍ରଜାତିର ବିଦେଶୀ ପକ୍ଷୀ ଏଠାରେ ପହଞ୍ଚିଥିବା ଦେଖିବାକୁ ମିଳିଛି। ଏହି ପକ୍ଷୀମାନେ ଖାଦ୍ୟ ଓ ଅପେକ୍ଷାକୃତ ଉଷ୍ମ ଜଳବାୟୁ ଅଞ୍ଚଳର ସନ୍ଧାନରେ ହଜାର ହଜାର କିଲୋମିଟର ଯାତ୍ରା କରି ହୀରାକୁଦର ଆର୍ଦ୍ରଭୂମି (ରାମସାର)ରେ ପହଞ୍ଚୁଥିବା ଜଣାପଡିଛି।

ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଅଂଶୁପ୍ରଜ୍ଞା ଦାଶଙ୍କ ସୂଚନା ଅନୁସାରେ, ହୀରାକୁଦ ଜଳଭଣ୍ଡାରରେ ଶୀତଋତୁରେ ଦିନର ତାପମାତ୍ରା ୨୦ରୁ ୨୬ ଡିଗ୍ରୀ ମଧ୍ୟରେ ରହୁଥିବା ବେଳେ ରାତିର ତାପମାତ୍ରା ପ୍ରାୟ ୧୦ ଡିଗ୍ରୀକୁ ଖସିଯାଇଥାଏ। ଯାହା ବିଦେଶାଗତ ପକ୍ଷୀଙ୍କ ରହଣୀ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଥାଏ। ଆସନ୍ତା ୨୦୨୫ ଜାନୁଆରୀ ୧୮ରୁ ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା ଆରମ୍ଭ ପାଇଁ ସ୍ଥିର ହୋଇଛି। ଚଳିତବର୍ଷ ବିଦେଶାଗତ ପକ୍ଷୀଙ୍କ ସମାଗମ ଆରମ୍ଭ ହୋଇଯାଇଥିବାରୁ ସେମାନଙ୍କ ସଂରକ୍ଷଣ ଓ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବିଦେଶାଗତ ପକ୍ଷୀଙ୍କୁ ବାଧାମୁକ୍ତ ସ୍ବାଚ୍ଛନ୍ଦ ବିଚରଣର ସୁବିଧା ସ୍ବରୂପ ଜଳଭଣ୍ଡାରରେ ପର୍ଯ୍ୟଟକଙ୍କ କ୍ରୁଜ୍‌ ଡଙ୍ଗା ସହିତ ମତ୍ସ୍ୟଜୀବୀଙ୍କ ଡଙ୍ଗା ଚଳପ୍ରଚଳ ଉପରେ ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କଟକଣା ଲଗାଯାଇଛି। ଏପରିକି ନଦୀ ମଧ୍ୟରେ ପାଟ୍ରୋଲିଂ ପ୍ରକ୍ରିୟାକୁ ମଧ୍ୟ କେବଳ ମାନବ ଗତିବିଧି ଅଞ୍ଚଳରେ ସୀମିତ ରଖାଯାଇଛି। ବିଶେଷକରି ହୀରାକୁଦ ଜଳଭଣ୍ଡାରର ଆର୍ଦ୍ରଭୂମି ଅଞ୍ଚଳକୁ ମାନବ ପ୍ରବେଶକୁ ବାରଣ କରାଯାଇାଛି। ସେହିପରି ବିଦେଶାଗତ ପକ୍ଷୀଙ୍କୁ ଏକ ସ୍ବଚ୍ଛ ପରିବେଶ ଉପଲବ୍ଧ ପାଇଁ ହୀରାକୁଦର ଜଳଭଣ୍ଡାରର ପୂର୍ବ ଓ ପଶ୍ଚିମ ଭାଗରେ ସେମାନେ ଦେଉଥିବା ଅଣ୍ଡାର ସୁରକ୍ଷା ପାଇଁ ସ୍ଥାନୀୟ ସମ୍ପ୍ରଦାୟଙ୍କ ସହଯୋଗରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ବୋଲି ବନଖଣ୍ଡ ଅଧିକାରୀ ଦାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏକମାତ୍ର ଦେଶ ଭାବେ ଭାରତ ହରାଇଛି…ଯୁଦ୍ଧ ମଧ୍ୟରେ ୬୦ ଦେଶକୁ ନେଇ ଚାଲିଥିବା ବୈଠକରେ ହୃଦୟର କଥା କହିଲା ଭାରତ

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ ନିୟନ୍ତ୍ରଣରେ ଥିବା ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ ଭାରତ ଦାବି କରିଛି। ଭାରତ ଏହା ମଧ୍ୟ…

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

ଲୋକ ସଭା ଆସନ ୮୧୬କୁ ବଢ଼ିବ: ୧୬ରୁ ୩ ଦିନ ପାଇଁ ପୁଣି ବଜେଟ ଅଧିବେଶନ

ନୂଆଦିଲ୍ଲୀ,୩ା୪(ପି.ଟି.):ପାର୍ଲାମେଣ୍ଟର ବଜେଟ ଅଧିବେଶନ ସ୍ବଳ୍ପକାଳୀନ ଅବକାଶ ପରେ ଏପ୍ରିଲ ୧୬ରୁ ପୁଣି ଚାଲିବ। ବିଶେଷକରି ଲୋକ ସଭାର ଆସନ ସଂଖ୍ୟା ୫୪୩ରୁ ୮୧୬କୁ ବୃଦ୍ଧି କରାଯିବା ସଂକ୍ରାନ୍ତ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri