କେନ୍ଦ୍ରାପଡ଼ା ସହରରେ ବଢ଼ୁଛି ଜବରଦଖଲ

କେନ୍ଦ୍ରାପଡ଼ା ଅଫିସ, ୪ା୧: କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ଘୋଷଣାକୁ ଇତିମଧ୍ୟରେ ୧୫୪ ବର୍ଷ ପୂରିଛି। ତେବେ ଏହି ସର୍ବପୁରାତନ ମ୍ୟୁନିସିପାଲିଟି ବିବିଧ ସମସ୍ୟାରେ ବୁଡି ରହିଛି। ଜବରଦଖଲ ଏକ ମୁଖ୍ୟ ସମସ୍ୟା ହୋଇଥିବା ବେଳେ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ଠିକ୍‌ ଧରଣର ଚାଲୁନାହିଁ। ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ପୁରାଣ ପ୍ରସିଦ୍ଧ ପୋଖରୀ ଓ ନାଳ ଅଳିଆ ଆବର୍ଜନାରେ ଭରି ରହିଛି। ଏଥିଯୋଗୁ ବର୍ଷ ସାରା ମଶାଙ୍କ ବାସସ୍ଥଳୀ ପାଲଟିଛି। ଏହି ପୁରାତନ ସହରର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସ୍ଥାନୀୟ ସହରବାସୀ ଦାବି କରିଛନ୍ତି।
ଏ ସମ୍ପର୍କରେ ଅମରବର ବିଶ୍ୱାଳ କହିଛନ୍ତି, ଏହି ସହର ସମେତ ଆଖପାଖ ଅଞ୍ଚଳରେ ପୂର୍ବରୁ ନୌପରିବହନ ହେଉଥିଲା। ସେହିପରି ଏହା ଅଧୀନରେ ଥିବା ୨୧ଟି ୱାର୍ଡରେ ଗୋଟିଏ, ୨ଟି ପୋଖରୀ ଅଛି। ପ୍ରାୟ ୨୦ଟି ପୁରାଣ ପ୍ରସିଦ୍ଧ ପୋଖରୀ, ନିକଟସ୍ଥ ଗୋବରୀ ନଦୀ ଓ କେନାଲ ଏବେ ଜବରଦଖଲକାରୀଙ୍କ କବଳକୁ ଚାଲିଯାଇଛି। ନାଳ ଓ ପୋଖରୀଗୁଡିକ ଆବର୍ଜନାରେ ଭର୍ତ୍ତି ହୋଇଛି। ଫଳରେ ମଶା ମାଛିଙ୍କ ଉପଦ୍ରବ ସହ ପରିବେଶ ପ୍ରଦୂଷିତ ହେଉଛି। କେନ୍ଦ୍ର, ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ଏହି ପୋଖରୀ ଓ ନାଳର ପୁନରୁଦ୍ଧାର ହୋଇପାରନ୍ତା। ତେବେ ସ୍ଥାନୀୟ ନେତୃତ୍ୱର ଅଭାବ ସହ ପ୍ରଶାସକଙ୍କର ଏଥିପ୍ରତି ଦୃଷ୍ଟି ପଡୁନାହିଁ। କ୍ଷୀତିଶ କୁମାର ସିଂହ କହିଛନ୍ତି ଯେ, ଜଳ ନିଷ୍କାସନ ସମସ୍ୟା ପାଇଁ ପ୍ରଶାସନର ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଛି। ମହିପାଳ, ବଣିଆମାଳ, ନୂଆ ବସ୍‌ଷ୍ଟାଣ୍ଡ ଆଦି ପୋଖରୀଗୁଡିକ ପୌରପାଳିକା ଅଧୀନରେ ଥିଲେ ମଧ୍ୟ ସଫା ହୋଇପାରୁନାହିଁ। ଏପରି କି ପୌରପାଳିକା କାର୍ଯ୍ୟାଳୟ ପରିସରରେ ଥିବା ପୋଖରୀର ଅବସ୍ଥା ଭଲ ନାହିଁ। ସହର ମଧ୍ୟରେ ଟ୍ରାଫିକ୍‌ ବ୍ୟବସ୍ଥା ଅସମ୍ଭାଳ ହୋଇଛି। ସୁଚିନ୍ତିତ ଯୋଜନା ନ ଥିବାରୁ ରାସ୍ତାଗୁଡିକ ସଂକୁଚିତ ହୋଇରହିଛି। ଉଚ୍ଛେଦକୁ ସ୍ଥାନୀୟ ଲୋକ ମାନୁ ନ ଥିବାରୁ ଜବରଦଖଲ ସମସ୍ୟା ବଢ଼ିଛି ା ଗୋବରୀ ନଦୀ ପଠା ଓ ଗୋବରୀ କେନାଲର ସରକାରୀ ଜମି ଏବେ ଜବରଦଖଲକାରୀଙ୍କ ମାଲିକାନାରେ ଅଛି। କେଉଁ ପରିସ୍ଥିତିରେ ଏହି ଜବରଦଖଲକାରୀଙ୍କୁ ଜମି ଦଖଲ ପାଇଁ ମଞ୍ଜୁରୀ ମିଳିଛି ବୋଲି ପ୍ରଶ୍ନ କଲେ ଏହାର ଉତ୍ତର ପ୍ରଶାସକ ଦେଇ ପାରୁନାହାନ୍ତି। ରାସ୍ତା ସମ୍ପ୍ରସାରଣ ସମୟରେ ବିଦ୍ୟୁତ୍‌ ଖୁଣ୍ଟ ଉଠା ଯାଉ ନ ଥିବାରୁ ଯାତାୟାତ ସମୟରେ ଗାଡିମୋଟର ଅଟକି ରହୁଛି। ସେହିପରି ସହର ପାଇଁ ଦ୍ୱିତୀୟ ବାଇପାସ ରୋଡ ନିର୍ମାଣ କାର୍ଯ୍ୟ ବହୁଦିନରୁ ଅଟକି ରହିଛି। ସେକ୍‌ ସାବିର କହିଛନ୍ତି, ରାଜ୍ୟର ଏହି ସର୍ବପୁରାତନ ସହରର ଉନ୍ନତି ପାଇଁ ସ୍ବତନ୍ତ୍ର ଯୋଜନା ଆବଶ୍ୟକ। ଏଥିପ୍ରତି ରାଜ୍ୟ ଓ କେନ୍ଦ୍ର ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବା ସହ ଅନୁଦାନ ଯୋଗାଇ ଦେବା କଥା। ଏକା ଦିନରେ କେନ୍ଦ୍ରାପଡ଼ା ସହ ଯାଜପୁର ମ୍ୟୁନିସିପାଲିଟିର ଘୋଷଣା ହୋଇଥିଲା। ଯାଜପୁର ସହରର ଉନ୍ନୟନ କାର୍ଯ୍ୟ ସମ୍ମୁଖରେ କେନ୍ଦ୍ରାପଡ଼ା ପୌରାଞ୍ଚଳ ବହୁ ପଛରେ ପଡିଛି ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ କହିଛନ୍ତି ଯେ, ବିଗତ କିଛିବର୍ଷ ମଧ୍ୟରେ ସହରର ରୂପରେଖ ବଦଳିଛି। ଆଲୋକୀକରଣ, ରାସ୍ତାଘାଟର ଉନ୍ନତି ସହ ପାର୍କ ଆଦି ସ୍ଥାପନ ହୋଇଛି। ଏହାବ୍ୟତୀତ ପ୍ରତି ୱାର୍ଡ ମଧ୍ୟରେ ଥିବା ସ୍ଥାନୀୟ ସମସ୍ୟାଗୁଡିକ ବିଧାୟକ, ପୌରାଧ୍ୟକ୍ଷାଙ୍କ ସହ ପୌର ପ୍ରଶାସନ ଅନୁଧ୍ୟାନ କରୁଛି। ଏହି ସହରକୁ ରାଜ୍ୟର ଉନ୍ନତ ସହର ମଧ୍ୟରେ ରଖିବାକୁ ପ୍ରକ୍ରିୟା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

ANM ସ୍ତ୍ରୀଙ୍କୁ ମାରି ନିଆଁ ଲଗାଇବା ବେଳେ ନିଜେ ଜଳିଯାଇଥିଲେ, ଅର୍ଦ୍ଧଦଗ୍ଧ ସ୍ବାମୀରବି ହେଲା ମୃତ୍ୟୁ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri