ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ

ରସୁଲପୁର,୨୫।୯(ଡି.ଏନ.ଏ.): ରସୁଲପୁର ତହସିଲ ଅଧୀନ ଭୋଟକା ପଞ୍ଚାୟତ ସେରପୁର ଗ୍ରାମର ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ଉକ୍ତ ପଞ୍ଚାୟତ ସାନରମ୍ପେଇ ଗ୍ରାମର ସୁଧାକର ଦାସ ୪ବର୍ଷ ହେଲା ସେରପୁର ଗ୍ରାମର ଆବାଦଯୋଗ୍ୟ ଅନାବାଦୀ ଖାତା ନଂ.-୨୫୯, ପ୍ଲଟ ନଂ-୭୩୦ର ୧୩ ଡିସିମିଲି ଜମି ଜବରଦଖଲ କରିଥିଲେ। ସେଠାରେ ସେ ଏକ ଆଜ୍‌ବେଷ୍ଟସ୍‌ ଘର କରିଥିଲେ। ଉକ୍ତ ଘରକୁ ତହସିଲ ପ୍ରଶାସନ ଜେସିବି ଲଗାଇ ଭାଙ୍ଗି ଦେଇଛି। ଉଚ୍ଛେଦବେଳେ ଘରୁ କିଛି କାଠ ଓ ଲୁଗା ବୁଣାରେ ବ୍ୟବହୃତ ତନ୍ତ ଥିବା ଦେଖାଯାଇଥିଲା।
ଜମି ଜବରଦଖଲ ନେଇ ଗ୍ରାମବାସୀଙ୍କ ପକ୍ଷରୁ ନରସିଂହପୁର ରାଜସ୍ବ ନିରୀକ୍ଷକଙ୍କୁ ଅବଗତ କରାଯାଇଥିଲା। ୬ମାସ ତଳେ ରାଜସ୍ବ ନିରୀକ୍ଷକ ଦୁର୍ଜେୟ ଷଡ଼ଙ୍ଗୀ ତଦନ୍ତ କରି ଜବରଦଖଲ ହୋଇଥିବା ନେଇ ତହସିଲ କାର୍ଯ୍ୟାଳୟରେ ରିପୋର୍ଟ କରିଥିଲେ। ରିପୋର୍ଟ ମୁତାବକ ତହସିଲ ପକ୍ଷରୁ ସୁଧାକରଙ୍କୁ ନୋଟିସ କରାଯାଇଥିଲା। ନୋଟିସ ପାଇବା ସତ୍ତ୍ୱେ ସେ ତହସିଲଦାରଙ୍କ ନିକଟରେ କୌଣସି ତଥ୍ୟ ରଖି ନ ଥିଲେ। ତେଣୁ ୩ମାସ ତଳେ ତହସିଲଦାରଙ୍କ ପକ୍ଷରୁ ଘର ଭାଙ୍ଗିବାକୁ ନୋଟିସ ଜାରି କରାଯାଇଥିଲା। ସୁଧାକର ପୁଣି ସମୟ ମାଗିଥିଲେ। ମାତ୍ର ସମୟ ଅବଧି ମଧ୍ୟରେ ନିଜର ପକ୍ଷ ରଖିବାରେ ବିଫଳ ହୋଇଥିଲେ। ଶେଷରେ ଘର ଭାଙ୍ଗିବା ପାଇଁ ତହସିଲ ପକ୍ଷରୁ ୩ ଦିନିଆ ନୋଟିସ ଦିଆଯାଇଥିଲା।
ଶୁକ୍ରବାର ଅତିରିକ୍ତ ତହସିଲଦାର ମୋହନ ଜେନାଙ୍କ ନେତୃତ୍ୱରେ ନରସିଂହପୁର ରାଜସ୍ବ ନିରୀକ୍ଷକ ଦୁର୍ଯେୟ ଷଡ଼ଙ୍ଗୀ, ଆଦମପୁର ରାଜସ୍ବ ନିରୀକ୍ଷକ ମନୋଜ କବି, ପହଁଗା ରାଜସ୍ବ ନିରୀକ୍ଷକ ରମେଶ ଚନ୍ଦ୍ର ସାହୁ, ଭାରପ୍ରାପ୍ତ ସୁପରଭାଇଜର ସନ୍ତୋଷ ପରିଡ଼ା ପ୍ରମୁଖ ପହଞ୍ଚତ୍ ଉଚ୍ଛେଦ କାର୍ଯ୍ୟରେ ସାମିଲ ହୋଇଥିଲେ। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି କୁଆଖିଆ ପୋଲିସ ପକ୍ଷରୁ ଫୋର୍ସ ମୁତୟନ କରାଯାଇଥିଲା। ତେବେ ତହସିଲ ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ନେଇ ସୁଧାକର ପରିବାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଭୋଟକା ପଞ୍ଚାୟତର ଅଧିକାଂଶ ସ୍ଥାନରେ ସରକାରୀ ଜମି ଜବରଦଖଲରେ ରହିଛି। ତାହାକୁ ପ୍ରଶାସନ ଉଚ୍ଛେଦ କରୁନାହିଁ। ଜଣେ ଗରିବ, ନିରୀହ ପରିବାର ହୋଇଥିବାରୁ ତହସିଲ ପ୍ରଶାସନ ତାଙ୍କ ପରିବାର ପ୍ରତି ଅନ୍ୟାୟ କରିଛି ବୋଲି ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri