ସିଂହାପୁର ଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର

ରସୁଲପୁର,୧୩।୪(ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳର ପ୍ରସିଦ୍ଧ ଐତିହାସିକ ସିଂହାପୁର ଯାତ୍ରା ୧୪ତାରିଖରୁ ଆରମ୍ଭ ହେବ। ଏହାକୁ ନେଇ ପ୍ରସ୍ତୁତି ଜୋରଦାର ହୋଇଛି। ମଧୁତୀର୍ଥ ପୁଷ୍କରିଣୀ ତଟସ୍ଥ ମଦନମୋହନ ମନ୍ଦିର, ପ୍ରଭୁ ନାରାୟଣ ଗୋସାଇଁଙ୍କ ସ୍ଥଳଦେଶର ସିଂହାସିନ ଓ ମନ୍ଦିର ନାନା ପ୍ରକାର ରଙ୍ଗବେରଙ୍ଗରେ ସଜେଇ ହେଉଛି। ଯାତ୍ରା ପଡ଼ିଆ ଅଞ୍ଚଳକୁ ସ୍ବଚ୍ଛ ଓ ଶୁଦ୍ଧ କରିବା ଦାୟିତ୍ୱ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗ୍ରାମୀଣ ଏକତା ମଞ୍ଚ ହାତକୁ ନେଇଛି। ମଞ୍ଚ ପକ୍ଷରୁ ପ୍ରଥମେ ପ୍ରଭୁ ନାରାୟଣ ଗୋସାଇଁ ଜଳଶୟନ କରୁଥିବା ପୁଷ୍କରିଣୀ ମଧୁତୀର୍ଥକୁ ସଫେଇ କରାଯାଇଛି। ମଞ୍ଚ ପକ୍ଷରୁ ସଞ୍ଜୀବ ପଣ୍ଡା, ଦୀପକ ସାହୁ, ଜ୍ଞାନରଞ୍ଜନ ମଲିକ, ଜିତେନ୍ଦ୍ର ମଲିକ, ସ୍ବରୂପ ରଞ୍ଜନ କାଣ୍ଡିଙ୍କ ସମେତ ଯାତ୍ରା କମିଟି ସଦସ୍ୟ କମଳାକାନ୍ତ ପ୍ରଧାନ, ଦୁଃଶାସନ ପ୍ରଧାନ, ଗିରିଜା ଶଙ୍କର ନାୟକ ଓ ପ୍ରଭାକର ପ୍ରଧାନ ପ୍ରମୁଖ ପୁଷ୍କରିଣୀ ସଫେଇ କରିଛନ୍ତି।
ଜଳ ବିଶୋଧନ ପାଇଁ ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ଚୁନ ଏବଂ ଔଷଧ ସିଞ୍ଚନ କରାଯାଇଛି। ପ୍ରଭୁଙ୍କୁ ଜଳ ଗର୍ଭରୁ ବାହାର କରିବା ପାଇଁ ଘଣ୍ଟାଘଣ୍ଟା ପାଣିରେ ଫସି ରହିବାକୁ ପଡ଼ିବ। ତେବେ ଏହି ସମୟରେ ଭକ୍ତ ଯେପରି କୌଣସି ଚର୍ମ ରୋଗରେ ପୀଡ଼ିତ ନ ହେବେ ସେ ଦିଗରେ ଧ୍ୟାନ ଦେଇ ମଞ୍ଚ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ସଭାପତି ଅଭିମନ୍ୟୁ ସାହୁ ମତ ରଖିଛନ୍ତି। ଏଥିସହିତ ମଞ୍ଚ ପକ୍ଷରୁ ଯାତ୍ରା ପଡ଼ିଆକୁ ପରିସ୍କାର କରାଯାଇଛି। ଯାତ୍ରା ଅବସରରେ ବିଭିନ୍ନ ସ୍ଥାନରୁ ବାହାରୁଥିବା ଆବର୍ଜନାକୁ କିପରି ଠିକ୍‌ରେ ପରିଚାଳନା କରାଯାଇ ପାରିବ ସେ ଦିଗରେ ମଞ୍ଚ ପକ୍ଷରୁ ଗୁରୁତ୍ୱ ଦିଆଯିବ ବୋଲି କୁହାଯାଇଛି। ମଞ୍ଚ ପକ୍ଷରୁ ନିଆଯିଥିବା ପଦକ୍ଷେପକୁ ଯାତ୍ରା ପରିଚାଳନା କମିଟି ପକ୍ଷରୁ ପ୍ରସଂଶା କରାଯାଇଛି। ଏହାବାଦ୍‌ ମଞ୍ଚ ପକ୍ଷରୁ ପ୍ରଦାନ କରାଯାଇଥିବା ଆମ୍ବୁଲାନ୍ସ ଓ ଲୋକଙ୍କୁ ସୁବିଧା ଯୋଗାଇବା ଦିଗରେ ବ୍ୟବହାର ହେଉଥିବା ୪ ଚକିଆ ଯାନ ଯାତ୍ରା ସମୟରେ ୨୪ ଘଣ୍ଟିଆ ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ୟୁଏଇକୁ ହରାଇଲା ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri