ସିଂହାପୁର ଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର

ରସୁଲପୁର,୧୩।୪(ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳର ପ୍ରସିଦ୍ଧ ଐତିହାସିକ ସିଂହାପୁର ଯାତ୍ରା ୧୪ତାରିଖରୁ ଆରମ୍ଭ ହେବ। ଏହାକୁ ନେଇ ପ୍ରସ୍ତୁତି ଜୋରଦାର ହୋଇଛି। ମଧୁତୀର୍ଥ ପୁଷ୍କରିଣୀ ତଟସ୍ଥ ମଦନମୋହନ ମନ୍ଦିର, ପ୍ରଭୁ ନାରାୟଣ ଗୋସାଇଁଙ୍କ ସ୍ଥଳଦେଶର ସିଂହାସିନ ଓ ମନ୍ଦିର ନାନା ପ୍ରକାର ରଙ୍ଗବେରଙ୍ଗରେ ସଜେଇ ହେଉଛି। ଯାତ୍ରା ପଡ଼ିଆ ଅଞ୍ଚଳକୁ ସ୍ବଚ୍ଛ ଓ ଶୁଦ୍ଧ କରିବା ଦାୟିତ୍ୱ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗ୍ରାମୀଣ ଏକତା ମଞ୍ଚ ହାତକୁ ନେଇଛି। ମଞ୍ଚ ପକ୍ଷରୁ ପ୍ରଥମେ ପ୍ରଭୁ ନାରାୟଣ ଗୋସାଇଁ ଜଳଶୟନ କରୁଥିବା ପୁଷ୍କରିଣୀ ମଧୁତୀର୍ଥକୁ ସଫେଇ କରାଯାଇଛି। ମଞ୍ଚ ପକ୍ଷରୁ ସଞ୍ଜୀବ ପଣ୍ଡା, ଦୀପକ ସାହୁ, ଜ୍ଞାନରଞ୍ଜନ ମଲିକ, ଜିତେନ୍ଦ୍ର ମଲିକ, ସ୍ବରୂପ ରଞ୍ଜନ କାଣ୍ଡିଙ୍କ ସମେତ ଯାତ୍ରା କମିଟି ସଦସ୍ୟ କମଳାକାନ୍ତ ପ୍ରଧାନ, ଦୁଃଶାସନ ପ୍ରଧାନ, ଗିରିଜା ଶଙ୍କର ନାୟକ ଓ ପ୍ରଭାକର ପ୍ରଧାନ ପ୍ରମୁଖ ପୁଷ୍କରିଣୀ ସଫେଇ କରିଛନ୍ତି।
ଜଳ ବିଶୋଧନ ପାଇଁ ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ଚୁନ ଏବଂ ଔଷଧ ସିଞ୍ଚନ କରାଯାଇଛି। ପ୍ରଭୁଙ୍କୁ ଜଳ ଗର୍ଭରୁ ବାହାର କରିବା ପାଇଁ ଘଣ୍ଟାଘଣ୍ଟା ପାଣିରେ ଫସି ରହିବାକୁ ପଡ଼ିବ। ତେବେ ଏହି ସମୟରେ ଭକ୍ତ ଯେପରି କୌଣସି ଚର୍ମ ରୋଗରେ ପୀଡ଼ିତ ନ ହେବେ ସେ ଦିଗରେ ଧ୍ୟାନ ଦେଇ ମଞ୍ଚ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ସଭାପତି ଅଭିମନ୍ୟୁ ସାହୁ ମତ ରଖିଛନ୍ତି। ଏଥିସହିତ ମଞ୍ଚ ପକ୍ଷରୁ ଯାତ୍ରା ପଡ଼ିଆକୁ ପରିସ୍କାର କରାଯାଇଛି। ଯାତ୍ରା ଅବସରରେ ବିଭିନ୍ନ ସ୍ଥାନରୁ ବାହାରୁଥିବା ଆବର୍ଜନାକୁ କିପରି ଠିକ୍‌ରେ ପରିଚାଳନା କରାଯାଇ ପାରିବ ସେ ଦିଗରେ ମଞ୍ଚ ପକ୍ଷରୁ ଗୁରୁତ୍ୱ ଦିଆଯିବ ବୋଲି କୁହାଯାଇଛି। ମଞ୍ଚ ପକ୍ଷରୁ ନିଆଯିଥିବା ପଦକ୍ଷେପକୁ ଯାତ୍ରା ପରିଚାଳନା କମିଟି ପକ୍ଷରୁ ପ୍ରସଂଶା କରାଯାଇଛି। ଏହାବାଦ୍‌ ମଞ୍ଚ ପକ୍ଷରୁ ପ୍ରଦାନ କରାଯାଇଥିବା ଆମ୍ବୁଲାନ୍ସ ଓ ଲୋକଙ୍କୁ ସୁବିଧା ଯୋଗାଇବା ଦିଗରେ ବ୍ୟବହାର ହେଉଥିବା ୪ ଚକିଆ ଯାନ ଯାତ୍ରା ସମୟରେ ୨୪ ଘଣ୍ଟିଆ ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri