ଦ୍ୱିତୀୟ ଡୋଜ୍‌ ପାଇଁ ହିତାଧିକାରୀ ହଟହଟା

ଭୁବନେଶ୍ୱର, ୮।୬ (ବ୍ୟୁରୋ):  ଟିକା ଅଭାବର ବିକଳ୍ପ ପନ୍ଥା ବାହାର କରାଯିବା ପରେ ୧୮ରୁ ୪୪ ବର୍ଷୀୟ ହିତାଧିକାରୀଙ୍କ ପାଇଁ ସୋମବାରଠାରୁ ଟିକାକରଣ ଆରମ୍ଭ ହୋଇଛି। ପ୍ରଥମ ଡୋଜ୍‌ ନେଇ ସାରିଥିବା ବ୍ୟକ୍ତିମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଏହି ଟିକାକରଣ କରାଯାଉଛି। ଯାତ୍ରୀ ନିବାସ ଓ ତେରାପନ୍ଥ ଭବନ ବ୍ୟତୀତ ବାକି ହିତାଧିକାରୀମାନେ ଯେଉଁଠାରେ ପ୍ରଥମ ଡୋଜ୍‌ ଟିକା ନେଇଥିଲେ ଦ୍ୱିତୀୟ ଡୋଜ୍‌ ମଧ୍ୟ ସେହିଠାରେ ନେବେ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଥିଲା। ମାତ୍ର ଆରମ୍ଭରୁ ବହୁ ଅବ୍ୟବସ୍ଥା ନଜରକୁ ଆସିଥିଲା। କେବଳ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର, ବୁଦ୍ଧେଶ୍ୱରୀ କମ୍ୟୁନିଟି ସେଣ୍ଟର ଓ ୟୁନିଟ-୧ ବାଳିକା ଉଚ୍ଚ ବିଦ୍ୟାଳୟ ଟିକା କେନ୍ଦ୍ରକୁ ଛାଡିଦେଲେ ଅନ୍ୟ କୌଣସି ସ୍ଥାନରେ ଟିକାକରଣ କରାଯାଉ ନ ଥିବା ଦେଖାଯାଇଥିଲା। ବିଏମ୍‌ସି ନିର୍ଦ୍ଧାରଣ କରିଥିବା ବହୁ ଟିକାକରଣ କେନ୍ଦ୍ର ବନ୍ଦ ରହିଥିଲା। ଫଳରେ ଲୋକେ ନିରାଶରେ ଫେରିବା ସହ ଅସନ୍ତୋଷ ପ୍ରକାଶ କରୁଥିବା ଦେଖିବାକୁ ମିଳିଥିଲା।
ସୂଚନାଯୋଗ୍ୟ, ବିଏମ୍‌ସିର ୬୭ ଓ୍ବାର୍ଡର ୧୯ କମ୍ୟୁନିଟି ସେଣ୍ଟର, ୧୪ କଲ୍ୟାଣ ମଣ୍ଡପ ଓ ୩ ଜୋନ୍‌ ଅଫିସ୍‌କୁ ମିଶାଇ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ସ୍ଥାନରେ ସ୍ବତନ୍ତ୍ର ଟିକାକରଣ କରାଯାଇଥିଲା। ଏପରି କି କେତେକ ଓ୍ବାର୍ଡ ଅଫିସ୍‌ ଓ ସ୍ବତନ୍ତ୍ର ସ୍ଥାନ ନିରୂପଣ କରି ଗତ ମେ ୩ରୁ ୧୮ରୁ ୪୪ ବର୍ଗଙ୍କୁ ଟିକାକରଣ କରାଯାଇଥିଲା। ଦ୍ୱିତୀୟ ଡୋଜ୍‌ ଟିକା ପାଇବା ପାଇଁ ଏବେ ହିତାଧିକାରୀମାନେ ଅପେକ୍ଷା କରି ରହିଥିବାବେଳେ ସୋମବାରଠାରୁ ଟିକାକରଣ ଆରମ୍ଭ ହେବ ବୋଲି ରବିବାର ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଥିଲା। ଏଥିସହ ଯେଉଁମାନେ ମେ’ ୩ କିମ୍ବା ତା’ ପୂର୍ବରୁ ଓ ମେ ୪ରେ ପ୍ରଥମ ଡୋଜ୍‌ ନେଇଥିବା ହିତାଧିକାରୀ ସିଧାସଳଖ ଉକ୍ତ ଟିକାଦାନ କେନ୍ଦ୍ରରୁ ଦ୍ୱିତୀୟ ଡୋଜ୍‌ ନେଇପାରିବେ। ତେଣୁ ହିତାଧିକାରୀମାନେ ଟିକା ନେବା ପାଇଁ ନିର୍ଦ୍ଧାରିତ ସମୟରେ ସମ୍ପୃକ୍ତ ସ୍ଥାନକୁ ଯାଇଥିଲେ। ମାତ୍ର ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକ ବ୍ୟତୀତ ଅନ୍ୟ କୌଣସି କେନ୍ଦ୍ରରେ ଟିକାକରଣ ହେଉ ନ ଥିବା ଦେଖିବାକୁ ପାଇଥିଲେ। ଟିକା ନେଇ ନ ପାରିବାରୁ ସେସବୁ ସ୍ଥାନରେ ଉତ୍ତେଜନା ପ୍ରକାଶ ପାଇଥିଲା। ଶହୀଦ ନଗର, ଝାରପଡା, ଲକ୍ଷ୍ମୀସାଗର, ପୁରୁଣା ଭୁବନେଶ୍ୱର, ରେଣ୍ଟାଲ କଲୋନୀ, ବରମୁଣ୍ଡା, ୟୁନିଟ୍‌-୮, ପୋଖରୀପୁଟ ଆଦି ସ୍ଥାନରେ ଟିକା ନ ପାଇ ଲୋକେ ନିରାଶ ହେବାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା।
ସମ୍ପର୍କରେ ବିଏମ୍‌ସିର ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ଅନ୍ତର୍ଯ୍ୟାମୀ ମିଶ୍ର କହିଛନ୍ତି, ସମସ୍ତ ଟିକାକେନ୍ଦ୍ରରେ ଦ୍ୱିତୀୟ ଡୋଜ୍‌ ଟିକା ଦିଆଯାଉଛି। ତେବେ କିଛିଟା କେନ୍ଦ୍ରରେ ଟିକାକରଣ କରାଯାଇ ପାରିନାହିଁ। ଯେଉଁ ସ୍ଥାନରେ ଏଭଳି ପରିସ୍ଥିତି ଉପୁଜିଛି ସେଠାରେ ସମ୍ପୃକ୍ତ ହିତାଧିକାରୀ ନିକଟ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ପ୍ରଥମ ଡୋଜ୍‌ ଟିକାର ସାର୍ଟିଫିକେଟ ଦେଖାଇ ଦ୍ୱିତୀୟ ଡୋଜ୍‌ ଟିକା ନେଇ ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri