Posted inଜାତୀୟ

ଲିଙ୍ଗ ଅନୁପାତରେ ପ୍ରଥମ ଥର ପାଇଁ ମହିଳା ଆଗରେ…

ନୂଆଦିଲ୍ଲୀ,୨୫।୧୧: ଭାରତର ଜନସଂଖ୍ୟାରେ ପ୍ରଥମ ଥର ପାଇଁ ଲିଙ୍ଗ ଅନୁପାତରେ ମହିଳା ଆଗରେ ରହିଛନ୍ତି। ଦେଶରେ ୧୦୦୦ ଜଣ ପୁରୁଷ ପ୍ରତି ମହିଳାଙ୍କ ସଂଖ୍ୟା ୧୦୨୦କୁ ବୃଦ୍ଧି ପାଇଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ନୀତି ଆୟୋଗ ସ୍ବାସ୍ଥ୍ୟ ସଦସ୍ୟ ଡାକ୍ତର ବିନୋଦ କୁମାର ପାଲ ଏବଂ କେନ୍ଦ୍ରୀୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସଚିବ ରାଜେଶ ଭୂଷଣ ୨୦୧୯-୨୧ ପାଇଁ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ତଥ୍ୟପତ୍ର ଏନଏଫଏଚଏସ୍‌-୪୫ ପ୍ରକାଶ କରିଛନ୍ତି। ଏହାପୂର୍ବରୁ, ଏନଏଫଏଚଏସ୍‌-୪ରେ, ୧୦୦୦ ପୁରୁଷ ପ୍ରତି ମହିଳାଙ୍କ ସଂଖ୍ୟା ୯୯୧ ଥିଲା।

ସର୍ଭେର ପ୍ରଥମ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ ୨୨ ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ସମ୍ବନ୍ଧରେ ଏନଏଫଏଚଏସ୍‌-୫ର ଅନୁସନ୍ଧାନ ଡିସେମ୍ବର ୨0୦୨୦ରେ ପ୍ରକାଶ ପାଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ସର୍ଭେ କରାଯାଇଥିବା ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ହେଉଛି ଅରୁଣାଚଳ ପ୍ରଦେଶ, ଚଣ୍ଡିଗଡ଼, ଛତିଶଗଡ, ହରିୟାଣା, ଝାଡଖଣ୍ଡ, ମଧ୍ୟପ୍ରଦେଶ, ଦିଲ୍ଲୀ, ଓଡିଶା, ପୁଡୁଚେରୀ, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ, ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶ।

ଦେଶର ୭୦୭ ଟି ଜିଲାର ପ୍ରାୟ ୬.୧ ଲକ୍ଷ ନମୁନା ପରିବାରରେ (ମାର୍ଚ୍ଚ ୨୦୧୭ସୁଦ୍ଧା) ଏନଏଫଏଚଏସ୍‌-୫ ସର୍ବେକ୍ଷଣ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା। ଏଥିରେ ୭୨୪,୧୧୫ ମହିଳା ଏବଂ ୧୦୧,୮୩୯ ପୁରୁଷଙ୍କୁ ସାମିଲ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଧୁନିକ ଭାରତରେ ରାମରାଜ୍ୟର ପ୍ରତୀକ ହେବ ରାମମନ୍ଦିର: ରାଷ୍ଟ୍ରପତି

ନୂଆଦିଲ୍ଲୀ, ୫।୮: ଆଧୁନିକ ଭାରତରେ ରାମରାଜ୍ୟର ପ୍ରତୀକ ଭାବେ ରାମମନ୍ଦିର ଉଭା ହେବ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର କହିଛନ୍ତି। ଅଯୋଧ୍ୟାରେ ରାମମନ୍ଦିରର ଶିଳାନ୍ୟାସ...

ଜେଲ୍‌ରୁ ମୁକୁଳିବା ପରେ ମାତୋଶ୍ରୀରେ ପହଞ୍ଚିଥିଲେ ସଞ୍ଜୟ

ମୁମ୍ବାଇ,୧୦।୧୧: ମନି ଲଣ୍ଡରିଂ ମାମଲାରେ ଜେଲ୍‌ରୁ ମୁକୁଳିବାର ଗୋଟିଏ ଦିନ ପରେ ସଞ୍ଜୟ ରାଉତ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଭେଟିବା ପାଇଁ ତାଙ୍କ...

ଯାଦୁ ଦେଖାଇବାକୁ ଯାଇ ଗଙ୍ଗାନଦୀରେ ବୁଡ଼ି ଜୀବନ ହାରିଲେ ଯାଦୁକର

କୋଲକାତା, ୧୮।୬: ଗଙ୍ଗାନଦୀରେ ଦୁଃସାହସିକ ଯାଦୁ ଦେଖାଇବାକୁ ଯାଇ ଯାଦୁକର ଚଞ୍ଚଳ ଲହରୀଙ୍କ ମୃତ୍ୟୁ ଘଟିଛି। ଗତ ୩୦ ଘଣ୍ଟା ହେବ ନିଖୋଜ ଥିବା ଚଞ୍ଚଳଙ୍କୁ...

‘ଦଳ ଯେଉଁଠି କହିବ ସେଇଠି ଲଢିବି’

ଲକ୍ଷ୍ନୌ,୧୧।୧୨: ସମଗ୍ର ଉତ୍ତରପ୍ରଦେଶ ତାଙ୍କ ନିର୍ବାଚନ ମଣ୍ଡଳୀ ଓ ସେ ଯେକୌଣସି ସ୍ଥାନରୁ ଲଢ଼ିପାରିବେ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି। ତେବେ ଆଗାମୀ ନିର୍ବାଚନରେ...

ଏମ୍‌ପି କି ମନ୍ତ୍ରୀ ହେବାକୁ ଚାହୁଁନାହାନ୍ତି ଗୁଲାମ ନବି

ନୂଆଦିଲ୍ଲୀ,୧୧ ।୨: କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବି ଆଜାଦ ରାଜ୍ୟ ସଭାରୁ ବିଦାୟ ନେଇଛନ୍ତି । ଏହାପରେ ସେ କହିଛନ୍ତି ଲୋକେ ଏବେ ତାଙ୍କୁ...

ଗାଜିପୁର ରାସ୍ତାରୁ ଉଠିଲେ ଚାଷୀ

ନୂଆଦିଲ୍ଲୀ,୨୧।୧୦: କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ବିରୋଧରେ ଗତ ୧୧ ମାସ ହେଲା ଦିଲ୍ଲୀ ଗାଜିପୁର ସୀମାରେ ସର୍ଭିସ୍‌ ରୋଡ୍‌କୁ ଅବରୋଧ କରି ରଖିଥିବା...

ରାତି ଅନ୍ଧାରରେ ଭୁଶୁଡ଼ିଲା ୪ ମହଲା କୋଠା

ମୁମ୍ବାଇ, ୧୮।୮: ଦେଶର ଆର୍ଥିକ ସହର ବଲିଉଡ୍‌ର ବାନ୍ଦ୍ରାଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକ ୪ ମହଲା କୋଠାଘର ଭୁଶୁଡ଼ି ପଡ଼ିଛି। କୋଠାଘରେ...

ବଜେଟରେ ୨୫ ବର୍ଷର ବ୍ଲୁ ପ୍ରିଣ୍ଟ୍‌: ଅର୍ଥମନ୍ତ୍ରୀ…

ନୂଆଦିଲ୍ଲୀ,୧।୨ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ବାହ୍ନ ୧୧ ଟାରେ ଦେଶର ସାଧାରଣ ବଜେଟ ୨୦୨୩ ଉପସ୍ଥାପନ କରଛନ୍ତି। ଦେଶର ସ୍ବାଧୀନତାର ସୁବର୍ଣ୍ଣ ଯୁଗର...

Advertisement
Archives

Model This Week