ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ…

ଆଜିକାଲି ରକ୍ତଚାପ ବା ବ୍ଲଡ ପ୍ରେସର ସମସ୍ୟା ଏକ ସାଧାରଣ
ଘଟଣା ପାଲଟି ଗଲାଣି କହିଲେ ଆଦୌ ଭୁଲ ହେବ ନାହିଁ। ଅସନ୍ତୁଳିତ ଜୀବନଶୈଳୀ, ଖାଦ୍ୟପେୟ ଆଦି ଏଥିପାଇଁ କେତେକାଂଶରେ ଦାୟୀ।
ତେବେ ଜଣେ ଉଚ୍ଚ ରକ୍ତଚାପ ରୋଗୀ କେଉଁ ବିଷୟ ପ୍ରତି ଅଧିକ ଧ୍ୟାନ
ଦେବା ଦରକାର ଜାଣନ୍ତୁ ସେ ସମ୍ପର୍କରେ…
ବିଶେଷଭାବରେ ବୟସ ବଢ଼ିଲେ ଉଚ୍ଚ ରକ୍ତଚାପ ସମସ୍ୟା ଦେଖାଯିବାର ଆଶଙ୍କା ରହିଛି। ତେଣୁ ଏଥିପ୍ରତି ସତର୍କ ରହିବା ନିହାତି ଦରକାର।
ଯଦି ଆପଣ ଏପରି ସମସ୍ୟା ସହ ଜଡିତ, ତେବେ ନିଜର ରକ୍ତଚାପ କେତେ ରହୁଛି ତାହା ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ମାପି ଜାଣି ନିଅନ୍ତୁ।
କେତେକ କାରଣରୁ ରକ୍ତଚାପ ଅସନ୍ତୁଳିତ ରହିଥାଏ। ଯଦି ଆପଣ ଏହାର ପ୍ରାକ୍‌ ଲକ୍ଷଣ ବିଷୟରେ ଜାଣିପାରିଲେ ତେବେ ବିଳମ୍ବ ନ କରି ଡାକ୍ତରଙ୍କ ସହ ପରାମର୍ଶ କରି ଔଷଧ ଖାଆନ୍ତୁ।
ଏ ନେଇ ଡାକ୍ତର ପରାମର୍ଶ ଦେବା ସମୟରେ ଔଷଧ ବ୍ୟତୀତ ଖାଦ୍ୟପେୟ, ଜୀବନଶୈଳୀ ପ୍ରତି ନଜର ଦେବାକୁ କହିଥାଆନ୍ତି। ତାହାର ପରାମର୍ଶଗୁଡିକୁ ଠିକ୍‌ ଭାବରେ ପାଳନ କରନ୍ତୁ।
ରକ୍ତଚାପ ବିଷୟରେ ଡାକ୍ତରଙ୍କ ସହ ଆଲୋଚନା କରିବା ସମୟରେ ଆପଣଙ୍କର ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ବିଷୟରେ ସୂଚନା ଦେବାକୁ ଭୁଲନ୍ତୁ ନାହିଁ।
ରକ୍ତଚାପକୁ ସନ୍ତୁଳିତ ରଖିବା ପାଇଁ ନିଜର ଦୈନନ୍ଦିନ ଜୀବନଶୈଳୀରେ ବ୍ୟାୟାମ ସାମିଲ କରନ୍ତୁ।
ନିଶାଦ୍ରବ୍ୟ ସେବନ ଯୋଗୁଁ ରକ୍ତଚାପଜନିତ ସମସ୍ୟା ଆଶଙ୍କା ଅଧିକ ଥାଏ। ତା’ସହ ଯଦି ଆପଣ ଏଭଳି ଅଭ୍ୟାସ ସହ ଜଡିତ ତେବେ ତାହାକୁ ତୁରନ୍ତ ବର୍ଜନ କରନ୍ତୁ।
-ରକ୍ତଚାପରେ ଆକ୍ରାନ୍ତ ହେଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଆନ୍ତୁ। କାରଣ ସେ ରକ୍ତଚାପର ଅବସ୍ଥା ଦେଖି ଔଷଧର ଡୋଜ୍‌ ସ୍ଥିର କରିଥାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆ ପଞ୍ଚାୟତରେ ଆନ୍ଧ୍ର ତହସିଲଦାର, SIR ସର୍ଭେକୁ ନେଇ…

ପଟାଙ୍ଗି,୮ା୭(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମଗୁଡିକରେ ପଡ଼ୋଶୀ ଆନ୍ଧ୍ର ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ଅନୁପ୍ରବେଶ…

ଭିଜିଲାନ୍ସ ଜାଲରେ ରେଞ୍ଜର, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ ସ୍ଥାନରେ ଚଢାଉ

କେନ୍ଦ୍ରାପଡା, ୮।୭ (ଜଗନ୍ନାଥ ଧଳ): କଟକସ୍ଥ ଭିଜିଲାନ୍ସ ବିଭାଗ ସ୍ବତନ୍ତ୍ର ଜଜ୍‌ଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡା ରେଞ୍ଜର ରବିନ୍ଦ୍ର କୁମାର ନାୟକଙ୍କ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…

‘ସେ ଏହାର ଯୋଗ୍ୟ ଥିଲେ’: ବାରୁଇପୁର ବଳାତ୍କାର-ହତ୍ୟା ଅଭିଯୁକ୍ତଙ୍କ ମୃତଦେହ ନେବାକୁ ମନା କଲେ ମାଆ

କୋଲକାତା,୮।୭: ବାରୁଇପୁର ବଳାତ୍କାର ଏବଂ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଭାସ ମଣ୍ଡଳଙ୍କ ମାଆ ବୁଧବାର କହିଛନ୍ତି ଯେ ସେ ତାଙ୍କ ପୁଅର ମୃତଦେହ ଦାବି କରିବେ…

ଭିଜିଲାନ୍ସ ପଞ୍ଝାରେ ଖଣି ଉପନିର୍ଦ୍ଦେଶକ: ଏକକାଳୀନ ଚଢ଼ାଉବେଳେ ଘରୁ ମିଳିଲା ଏତେ ଟଙ୍କା

କୋରାପୁଟ/ଜୟପୁର,୮।୭ (ଅମିତାଭ ବେହେରା/ପବନ ପାଣିଗ୍ରାହୀ): ଜୟପୁରସ୍ଥିତ ଖଣି ବିଭାଗର ଉପନିର୍ଦ୍ଦେଶକ ସତ୍ୟଜିତ୍‌ ରାଉତ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଧରାପଡିଛନ୍ତି। ବାଲିଘାଟ…

ଜନ୍ମଦିନରେ ଗାଙ୍ଗୁଲିଙ୍କୁ ମିଳିଲା ବଡ଼ ସରପ୍ରାଇଜ୍‌: ଫିଲ୍ମ ପୋଷ୍ଟର ଜାରି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଆଜି ୫୪ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ସେହି ପ୍ରଭାବଶାଳୀ ଅଧିନାୟକମାନଙ୍କ ମଧ୍ୟରୁ ଜଣେ ଯିଏ ଟିମ…

ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର କାଠ ସହ…

ଧାମନଗର,୮ା୭(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ରେଞ୍ଜ ଅଧୀନରେ ଖୋଲାଖୋଲି ଚାଲୁଛି ବେଆଇନ କରତକଳ। ଏହି ବେଆଇନ କରତକଳଗୁଡିକୁ ଧରିବା ପାଇଁ କାର୍ଯ୍ୟରତ ରେଞ୍ଜର ବବୁଲ ମଲିକ…

ସୂର୍ଯ୍ୟ-ବୁଧଙ୍କ ଶୁଭ ସଂଯୋଗ: ଜୁଲାଇ ୧୩ରୁ ଚମକିବ ଏହି ୪ ରାଶିର ଭାଗ୍ୟ, ବ୍ୟବସାୟରେ ମିଳିବ ପ୍ରଚୁର ଲାଭ

ସୂର୍ଯ୍ୟ ଓ ବୁଧଙ୍କ ମିଳନରେ ଗଠିତ ହେଉଛି ଶୁଭ ‘ବୁଧାଦିତ୍ୟ ଯୋଗ’ (ସୂର୍ଯ୍ୟ ଓ ବୁଧଙ୍କ ଯୁତି)। ଆସନ୍ତା ଜୁଲାଇ ୧୩ ତାରିଖ ସକାଳ ୬ଟା ୫୩…

Vaibhav Sooryavanshi: ଲଗାତାର ଦୁଇଟି ମ୍ୟାଚରେ ବିଫଳ, ଟିମ୍‌ରୁ ବାହାରି ଯିବେ ବୈଭବ ସୂର୍ଯ୍ୟବଂଶୀ? ଜାଣନ୍ତୁ…

ନୂଆଦିଲ୍ଲୀ,୮।୭: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ, ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛନ୍ତି, ଲଗାତାର ଦୁଇଟି ମ୍ୟାଚରେ ବ୍ୟାଟରେ ବିଫଳ ହୋଇଛନ୍ତି। ପ୍ରଶଂସକମାନେ ଟିମ ଇଣ୍ଡିଆ ପାଇଁ ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri