ସାମାନ୍ୟ ବନାନ ତ୍ରୁଟି ପାଇଁ

ଯାଜପୁର ଅଫିସ,୧୭ା୫ : ପୂର୍ବତଟ ରେଳପଥ ଅଧୀନ ହାୱାଡା-ଚେନ୍ନାଇ ମୁଖ୍ୟ ରେଳଲାଇନରେ ଥିବା ଯାଜପୁର-କେନ୍ଦୁଝର ରୋଡ ଷ୍ଟେଶନର ନାମ ପରିବର୍ତ୍ତନ କରି ଯାଜପୁର ରୋଡ ନାମରେ ନାମିତ କରିବାକୁ ରାଜ୍ୟ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେଇ ସାରିଛନ୍ତି। ହେଲେ ବିଜ୍ଞାନ ଏବଂ ବୈଷୟିକ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ପ୍ରସ୍ତାବ ଅନୁସାରେ ଇଂଲିଶରେ ନାମର ସ୍ପେଲିଂ ଉପରେ ସାମାନ୍ୟ ପାର୍ଥକ୍ୟ ରହିଥିବାରୁ ତାହା ଅଟକି ରହିଛି। ତା୨୦ା୧୨ା୨୦୨୨ରିଖରେ ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଜି. ପାର୍ଥସାରଥି ନାମକରଣକୁ ନେଇ ଚୂଡ଼ାନ୍ତ ମତାମତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ହେଁ ତାହା ଏଯାଏ ଅଟକି ରହିଛି। କେନ୍ଦ୍ର ସରକାରଙ୍କ ରିପୋର୍ଟ ଅନୁସାରେ JAJAPUR ROAD ଏବଂ ରାଜ୍ୟ ସରକାରଙ୍କ ରିପୋର୍ଟରେ JAJPUR ROAD ରହିଛି। ସାମାନ୍ୟତମ ଇଂଲିଶ ଅକ୍ଷର A କୁ ନେଇ ଦିନ ଗଡ଼ି ଚାଲିଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି କ୍ରମରେ ରାଜ୍ୟ ସରକାରଙ୍କ ବାଣିଜ୍ୟ ଏବଂ ପରିବହନ ବିଭାଗ ପକ୍ଷରୁ ଅଧୀସ୍ଥନ ସଚିବ ଦେବାଶିଷ ମହାନ୍ତି ୧୫ା୫ା୨୦୨୩ରେ ତୁରନ୍ତ ନାମକରଣ ଉପରେ ମତ ରଖିବାକୁ ଯାଜପୁର ଜିଲାପାଳଙ୍କୁ ଅନୁରୋଧ କରିଛନ୍ତି।
କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଲାଗି ବ୍ୟାସନଗର ସହରରେ ଥିବା ଯାଜପୁର-କେନ୍ଦୁଝରରୋଡ ରେଳଷ୍ଟେଶନକୁ ନାମ ପରିବର୍ତ୍ତନ କରି ଯାଜପୁର ରେଳ ଷ୍ଟେଶନ ନାମରେ ନାମିତ କରିବାକୁ ୩୦ା୧୦ା୨୦୧୮ ଓ ୩୦ା୧୧ା୨୦୧୮ରେ ତତ୍କାଳୀନ ରେଳମନ୍ତ୍ରୀ ପିୟୁସ ଗୋୟେଲଙ୍କୁ ଦିଲ୍ଲୀ ବାରଡପୁରରେ ରହୁଥିବା ହରିଶ୍ଚନ୍ଦ୍ର ସାହୁ ପତ୍ର ମାଧ୍ୟମରେ ଦାବି କରିଥିଲେ ା ଏପରି କି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଏନେଇ ୨୨ା୭ା୨୦୧୯ରେ ଦୃଷ୍ଟି ଆକର୍ଷଣ କରିଥିଲେ ା ଦାବିପତ୍ରରେ ସେ ଦର୍ଶାଇଥିଲେ, ଇଷ୍ଟକୋଷ୍ଟ ରେଲୱେର ଖୋର୍ଦ୍ଧା ଡିଭିଜନ ଅନ୍ତର୍ଗତ ଯାଜପୁର ଜିଲାର ଯାଜପୁର-କେନ୍ଦୁଝରରୋଡ ରେଳଷ୍ଟେଶନର ନାମ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି। ଯାଜପୁର-କେନ୍ଦୁଝରରୋଡ ରେଳଷ୍ଟେଶନର ନାମ ସମ୍ପୂର୍ଣ୍ଣ ଭୁଲ ା କେନ୍ଦୁଝର ଜିଲାକୁ ପୂର୍ବରୁ ରେଳଲାଇନ ଯାଇଛି ଓ କେନ୍ଦୁଝର ରୋଡ ରେଲୱେ ଷ୍ଟେଶନ ନାମ ରହିଛି, ଯାହାକି କେନ୍ଦୁଝର ଜିଲା ଅନ୍ତର୍ଗତ ା ଇଂରେଜ ଶାସନ କାଳରେ ଏହି ଷ୍ଟେଶନ ସ୍ଥାପିତ ହୋଇଥିଲା ା ଯାଜପୁର ଓ କେନ୍ଦୁଝର ଜିଲା ସମ୍ପୂର୍ଣ୍ଣ ଅଲଗା ା ଯାଜପୁର-କେନ୍ଦୁଝରରୋଡ ନାମ କେନ୍ଦୁଝର ଜିଲା ଅର୍ନ୍ତଗତ ବୋଲି ମନେ ହେଉଛି ା ଯେହେତୁ ଯାଜପୁର ଜିଲା ଏକ ସ୍ବତନ୍ତ୍ର ଜିଲାର ମାନ୍ୟତା ପାଇ ସାରିଛି, ତେଣୁ ଏହି ଷ୍ଟେଶନର ନାମରେ କେନ୍ଦୁଝର ଯୋଡିବାର ଆଉ ଆବଶ୍ୟକତା ନାହିଁ ା ଗୋଟିଏ ଷ୍ଟେଶନର ନାମରେ ଦୁଇଟି ଜିଲାର ନାମ ରହିବା ଆଦୌ ଯୁକ୍ତିଯୁକ୍ତ ନୁହେଁ ା ତେଣୁ ଏହି ଷ୍ଟେଶନର ନାମ ପରିବର୍ତ୍ତନ କରିବାକୁ ସାହୁ ଦାବି କରିଥିଲେ। ଏହି ଦାବି ଉପରେ ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ଯାଜପୁର ଜିଲାପାଳ ଏବଂ ସ୍ଥାନୀୟ ଲୋକଙ୍କ ମତାମତ ଲୋଡା ଯାଇଥିଲା। ଜିଲାପାଳ ଯାଜପୁର ରୋଡର କେତେକ ବୁଦ୍ଧିଜୀବୀଙ୍କ ସହ ବୈଠକ କରି ଏହି ନାମ ପରିବର୍ତ୍ତନ ସଂକ୍ରାନ୍ତରେ ଆଲୋଚନା କରିଥିଲେ। ସ୍ଥାନୀୟ ଲୋକେ ଏହି ଷ୍ଟେଶନର ନାମ ଯାଜପୁର ରୋଡ କରିବାକୁ ଦାବି କରିଥିଲେ, ଅନ୍ୟଥା ନାମ ପରିବର୍ତ୍ତନର କୌଣସି ଆବଶ୍ୟକତା ନାହିଁ ବୋଲି ମତ ଦେଇଥିଲେ। ତଦନୁସାରେ ଯାଜପୁର ଜିଲାପାଳ ତାଙ୍କ ପତ୍ରସଂଖ୍ୟା ୯୫୨/ଜିଏମ୍‌/ ୧୮ା୩ା୨୦୨୦ରେ ପରିବହନ ବିଭାଗରେ ଯଥାର୍ଥତା ରିପୋର୍ଟ ଦାଖଲ କରିଥିଲେ। କିନ୍ତୁ ଆଜକୁ ପ୍ରାୟ ୩ ବର୍ଷ ହେଲା ଏହି ନାମ ପରିବର୍ତ୍ତନ ପ୍ରସଙ୍ଗ ଗଡ଼ି ଚାଲିଛି। ସାମାନ୍ୟ ସ୍ପେଲିଂ ତ୍ରୁଟିକୁ ନେଇ ପାଖାପାଖି ୧ ବର୍ଷ ପତ୍ର ଆଦାନ ପ୍ରଦାନରେ ପଦକ୍ଷେପ ସୀମିତ ରହିଛି ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

କମାଲ ଦେଖାଇଲେ ଶିଶୁ ବୈଜ୍ଞାନିକ, ଜିଲାପାଳ କହିଲେ…

ବରଗଡ଼,୬ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲ ପଡ଼ିଆରେ ଶନିବାର ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଛି। ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କ ଅଧ୍ୟକ୍ଷତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri