ଜଟିଳ ନିୟମ ପାଇଁ ଜରାଜୀର୍ଣ୍ଣ

ଢେଙ୍କାନାଳ ଅଫିସ,(ରତନ ନାୟାର)୧।୧୨: ଲୁହା ଭାରା ଆଶ୍ରାରେ ଛିଡ଼ା ହୋଇଛି ସପ୍ତମ ଶତାବ୍ଦୀର ଐତିହ୍ୟ କୁଆଳୋ ଅଷ୍ଟଶମ୍ଭୁ ଶୈବପୀଠ। ମନ୍ଦିର ଦଧିନଉତି ଆଖପାଖ ସ୍ଥାନରୁ ପଥର ଖସି ଲଣ୍ଡା ହୋଇଗଲାଣି। ବର୍ଷା ହେଲେ ବେଢ଼ାରେ ଲହଡ଼ି ମାରୁଛି ପାଣି। କେତେବେଳେ ହାତୀ ଉପଦ୍ରବ କରୁଛନ୍ତି ତ ଆଉ କେବେ ଠାକୁରଙ୍କ ସମ୍ପତ୍ତି ଉପରେ ଦୁର୍ବୃତ୍ତ ପକାଉଛନ୍ତି ଲୋଲୁପଦୃଷ୍ଟି। ବର୍ଷ ବର୍ଷ ଧରି ଅବହେଳିତ ଅବସ୍ଥାରେ ଥିବା ଏହି ପ୍ରାଚୀନ କୀର୍ତ୍ତିରାଜି କୌଣସି ସମୟରେ ଯେ ଭୁଶୁଡ଼ି ନ ପଡ଼ିବ ତାହା କହିହେଉନାହିଁ। ସମାନ ସ୍ଥିତି ଦେଖିବାକୁ ମିଳିଛି ପ୍ରସିଦ୍ଧ ଅନନ୍ତଶୟନ ପୀଠରେ। ଆବଶ୍ୟକ ରକ୍ଷଣାବେକ୍ଷଣ ହେଉ ନ ଥିବାରୁ ଏହା ମଧ୍ୟ ବ୍ରାହ୍ମଣୀ ଗର୍ଭରେ ବିଲୀନ ହେବାକୁ ବସିଛି। ଏହି ଦୁଇ ପୁରାତନ ପୀଠର ସୁରକ୍ଷା ଦାୟିତ୍ୱ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) କାନ୍ଧରେ ନ୍ୟସ୍ତ ଥିବାବେଳେ ଏହାର ବିକାଶ ଲାଗି କେହି ଦେଖାଉନାହାନ୍ତି ସାମାନ୍ୟ ଦରଦ। ଏଏସ୍‌ଆଇର ଜଟିଳ ନିୟମ ଉନ୍ନୟନ କାର୍ଯ୍ୟରେ ପ୍ରତିବନ୍ଧକ ସାଜିଥିବାବେଳେ ଅତୀତକୁ ବର୍ତ୍ତମାନ ସହିତ ଯୋଡ଼ି ଆସିଥିବା ଏହି ପ୍ରତ୍ନତାତ୍ତ୍ୱିକ ଗବେଷଣା ସ୍ଥଳ ବର୍ଷ କେଇଟାରେ ଜନମାନସରୁ ହଜିଯିବ ବୋଲି ସାଧାରଣରେ ଆଲୋଚନା ହେଉଛି।
ନୂଆ ରୂପ ପାଉଛି ପୁରାତନ ମଠମନ୍ଦିର। ଆଧ୍ୟାତ୍ମିକ କ୍ଷେତ୍ରଗୁଡ଼ିକୁ ପର୍ଯ୍ୟଟକ ଅନୁକୂଳ କରିବା ପାଇଁ ‘୫-ଟି’ ବ୍ୟବସ୍ଥା ଅନ୍ତର୍ଭୁକ୍ତ କରି ଜାରି ରହିଛି ବିକାଶ। ହେଲେ ଏଏସ୍‌ଆଇ ଅଧୀନରେ ଥିବା ପୁରାତନ କୀର୍ତ୍ତିରାଜି ପାରିପାର୍ଶ୍ୱିକ ଅଞ୍ଚଳର ଉନ୍ନୟନ କାର୍ଯ୍ୟ ଇଚ୍ଛାଶକ୍ତିର ଅଭାବରୁ ଆଣ୍ଠେଇ ପଡ଼ିଛି। ଏଏସ୍‌ଆଇ ପକ୍ଷରୁ ଘୋଷିତ ନିଷିଦ୍ଧାଞ୍ଚଳରେ ସ୍ଥାନୀୟ ପ୍ରଶାସନ ମାଟି ମୁଠାଏ ପକାଇପାରୁ ନ ଥିବାବେଳେ ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକର କୁଆଳୋସ୍ଥିତ ପ୍ରସିଦ୍ଧ ଶୈବକ୍ଷେତ୍ର ଅଷ୍ଟଶମ୍ଭୁ ଏବଂ ସରାଙ୍ଗସ୍ଥିତ ଅନନ୍ତଶୟନ ପୀଠ ଗୁରୁତ୍ୱ ହରାଉଥିବା ଅଭିଯୋଗ ହେଉଛି।
ଅଷ୍ଟଶମ୍ଭୁ ମନ୍ଦିରର ପ୍ରମୁଖ ଦେବତା ମହାପ୍ରଭୁ କନକେଶ୍ୱର। ଏହାବାଦ୍‌ ପୀଠ ପରିସରରେ ସ୍ବପ୍ନେଶ୍ୱର, ଅଶ୍ୱନେଶ୍ୱର, କପିଳେଶ୍ୱର, ବୈଦ୍ୟନାଥେଶ୍ୱର, ବାଣେଶ୍ୱର, ଲୋକନାଥେଶ୍ୱର ଏବଂ ଉତ୍ତରେଶ୍ୱର ମହାଦେବଙ୍କ ଛୋଟବଡ଼ ଦେଉଳ ରହିଛି। ମା’ ପାର୍ବତୀଙ୍କ ମନ୍ଦିର ମଧ୍ୟ ଏଠାକାର ଅନ୍ୟତମ ଆକର୍ଷଣ। ହେଲେ ଆବଶ୍ୟକ ମରାମତି କରାଯାଉ ନ ଥିବାରୁ ମନ୍ଦିରଗୁଡ଼ିକ ଜରାଜୀର୍ଣ୍ଣ ଅବସ୍ଥାରେ। ଖସିଯାଇଥିବା ପଥର ଲଗାଇବା ଦିଗରେ ଏଏସ୍‌ଆଇ କୌଣସି ପଦକ୍ଷେପ ନେଉନାହିଁ। କୁଆଳୋ ଗ୍ରାମରୁ ପୀଠର ଦୂରତା ୫ କି.ମି. ହୋଇଥିବାବେଳେ ସେଠାକୁ ଯିବା ପାଇଁ ଭଲ ରାସ୍ତା ନାହିଁ। ଅଞ୍ଚଳର ଗର୍ବ ସାଜିଥିବା ଏହି ପୀଠକୁ ଅନ୍ଧକାରରୁ ମୁକ୍ତ କରିବା ଲାଗି ଗ୍ରାମବାସୀ ନିଜସ୍ବ ଉଦ୍ୟମରେ ଆଲୋକୀକରଣ କରିଛନ୍ତି। ୨୦୦୪ରୁ ଏଏସ୍‌ଆଇ ଦାୟିତ୍ୱ ନେବା ପରେ ସୁରକ୍ଷା ପାଇଁ ଯଦିଓ କେତେକ ସ୍ଥାନରେ କାମ ହୋଇଛି, ତଥାପି ଏହା ସମୁଦ୍ରକୁ ଶଙ୍ଖେ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ସବୁଠାରୁ ବଡ଼କଥା ହେଉଛି, ଏଏସ୍‌ଆଇର ଜଟିଳ ନିୟମ ଆଗରେ ସରକାର, ଜିଲା ପ୍ରଶାସନ ଏବଂ ଦେବୋତ୍ତର ବିଭାଗ ଅସହାୟ ହୋଇପଡ଼ିବା। କାରଣ ପୂର୍ବରୁ ରାସ୍ତା ଉନ୍ନତୀକରଣ ପାଇଁ ଉଦ୍ୟମ କରିଥିବା ଜଣେ ଜିଲାପାଳଙ୍କ ନାମରେ ଏଏସ୍‌ଆଇ କର୍ତ୍ତୃପକ୍ଷ ଥାନାରେ ଅଭିଯୋଗ କରିଥିଲେ। ଏହାପରେ କୌଣସି ପ୍ରଶାସନିକ ଅଧିକାରୀ ଅଷ୍ଟଶମ୍ଭୁ ପୀଠର ଉନ୍ନତି ପାଇଁ ପଦକ୍ଷେପ ନେବାକୁ ସାହସ ଜୁଟାଇ ପାରୁନାହାନ୍ତି।
ସେହିପରି ବ୍ରାହ୍ମଣୀ ନଦୀ ଶଯ୍ୟାରେ ଅବସ୍ଥିତ ନବମ ଶତାବ୍ଦୀର ପ୍ରସ୍ତର ଭାସ୍କର୍ଯ୍ୟ କୀର୍ତ୍ତି ଅନନ୍ତଶୟନ ପୀଠରେ ପର୍ଯ୍ୟଟକ ଅନୁକୂଳ ବାତାବରଣ ନାହିଁ। ବର୍ଷାଦିନେ ନଈ ବଢ଼ି ଆସିଲେ ମହାପ୍ରଭୁ ବିଷ୍ଣୁଙ୍କ ମୂର୍ତ୍ତି ବାଲିଚର ହୋଇଯାଉଛି। ଜଳସ୍ରୋତ ଏବଂ ଅନ୍ୟାନ୍ୟ କାରଣରୁ ମୂର୍ତ୍ତି ମଧ୍ୟ ଅବକ୍ଷୟ ହେବାରେ ଲାଗିଛି। ଢେଙ୍କାନାଳ ଜିଲାର ପର୍ଯ୍ୟଟନର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୫୦ କୋଟି ଟଙ୍କା ଦେଇଥିବା ବେଳେ ଏଏସ୍‌ଆଇର ନିୟମ ପାଇଁ କପିଳାସ, କୁଆଳୋ ଅଷ୍ଟଶମ୍ଭୁ ଏବଂ ଅନନ୍ତଶୟନ ପୀଠରେ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ ହୋଇପାରୁନାହିଁ। ଏଏସ୍‌ଆଇ କର୍ତ୍ତୃପକ୍ଷ ନିଜେ କାମ କରୁ ନ ଥିବା ବେଳେ ଅନ୍ୟକୁ ବାଟ ଛାଡୁନାହାନ୍ତି। ସମନ୍ବୟ ଅଭାବରୁ ଏଭଳି ପ୍ରାଚୀନ କୀର୍ତ୍ତିରାଜିର ବିକାଶ କେବଳ କାଗଜ କଲମରେ ସୀମିତ ରହିଯାଇଛି ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।

ପୀଠକୁ ଭଲ ରାସ୍ତା ନାହିଁ
ଏଏସ୍‌ଆଇ ହାତକୁ ଯିବା ପରେ ଅଷ୍ଟଶମ୍ଭୁ ପୀଠର ଚତୁଃପାର୍ଶ୍ୱରେ ପାଚେରି ଓ ଶୌଚାଳୟ ନିର୍ମାଣ ହୋଇଛି। ହେଲେ ମନ୍ଦିରକୁ ଭଲ ରାସ୍ତା, ପର୍ଯ୍ୟଟକଙ୍କ ପାଇଁ ବିଶ୍ରାମସ୍ଥଳୀ, ଯାନବାହନ ପାଇଁ ପାର୍କିଂ ସ୍ଥଳ ନାହିଁ। ବୃଦ୍ଧାବୃଦ୍ଧ, ବରିଷ୍ଠ ନାଗରିକ ଚାଲି ଚାଲି ଆସୁଛନ୍ତି।
-ରଣଜିତ୍‌ କୁମାର ରଣା, ମନ୍ଦିର ସଭାପତି
ମନ୍ଦିର କାମ ଆଗେଇ ପାରୁନାହିଁ
ଅଷ୍ଟଶମ୍ଭୁ ମନ୍ଦିରକୁ କଳାପାହାଡ଼ ଭାଙ୍ଗି ଦେଇଥିବା ଶୁଣି ଆସିଛୁ। ଦୀର୍ଘ ୨୫ ବର୍ଷ ହେଲା ଠାକୁରଙ୍କ ସେବା କରି ଆସୁଛି। ହେଲେ ମନ୍ଦିର କାର୍ଯ୍ୟ ଆଗେଇ ପାରୁନାହିଁ। ସରକାରଙ୍କଠାରୁ ଆରମ୍ଭ କରି ପ୍ରଶାସନଙ୍କୁ ଜଣାଇବା ସତ୍ତ୍ୱେ ଫଳ ମିଳୁନାହିଁ।
-ଆଦିତ୍ୟ କୁମାର ରଣା, ମନ୍ଦିର ପୂଜକ
କୌଣସି ବିଭାଗ ବିକାଶ କାର୍ଯ୍ୟ କରିପାରିବ ନାହିଁ
କୁଆଳୋ ଅଷ୍ଟଶମ୍ଭୁ ମନ୍ଦିର, ବ୍ରାହ୍ମଣୀ ନଦୀ କୂଳରେ ଥିବା ଅନନ୍ତଶୟନ ମୂର୍ତ୍ତି ବହୁ ପ୍ରାଚୀନ। ଯେହେତୁ ଏହି ଦୁଇଟି ସ୍ଥାନ ଏଏସ୍‌ଆଇ ଦାୟିତ୍ୱରେ ରହିଛି, ତେଣୁ ସେମାନଙ୍କ ନିୟମ ଅନୁଯାୟୀ ଅନ୍ୟ କୌଣସି ବିଭାଗ ପକ୍ଷରୁ ଏଠାରେ ବିକାଶ କାର୍ଯ୍ୟ କରାଯାଇପାରିବ ନାହିଁ।
-ପ୍ରଦ୍ୟୁମ୍ନ ତ୍ରିପାଠୀ, ଦେବୋତ୍ତର ନିରୀକ୍ଷକ
ସମୀକ୍ଷା ପାଇଁ ନିର୍ଦ୍ଦେଶ ଦିଆଯାଇଛି
ଜିଲାରେ ଯେଉଁ ପୀଠଗୁଡ଼ିକ ଏଏସ୍‌ଆଇ ଅଧୀନରେ ରହିଛି, ସେଠାରେ ନିୟମ ଅନୁଯାୟ କୌଣସି କାର୍ଯ୍ୟ କରାଯାଇପାରିବ ନାହିଁ। ସମସ୍ତ ପର୍ଯ୍ୟଟନସ୍ଥଳୀର ଉନ୍ନତି ପାଇଁ ଉଦ୍ୟମ ଜାରି ରହିଛି। ବିଡିଓମାନଙ୍କୁ ଏହାର ଅନୁଧ୍ୟାନ ଓ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
-ସରୋଜ କୁମାର ସେଠୀ, ଜିଲାପାଳ, ଢେଙ୍କାନାଳ


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ବିବାହରେ ଯୋଗ ଦେଇ ଘେରୁଥିଲେ, ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌; ଚାଲିଗଲା ୨ ଜୀବନ, ଡ୍ରାଇଭର…

ଲଇକେରା,୯।୨(ରଞ୍ଜନ କୁମାର ମେହେର): ଝାରସୁଗୁଡା ଜିଲା ଲଇକେରା ବ୍ଳକ ସ୍ଥିତ ଧୂକା ଚୌକଠାରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର ଭାରସାମ୍ୟ ହରାଇ ଗଛକୁ ପିଟିବାରୁ ୨…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ଇଟାଭାଟିରେ ୧୧ରେ ଶିଶୁ ଶ୍ରମିକ, ରାୟଗଡ଼ା ଜିଲା ପ୍ରଶାସନର ତନାଘନା

ରାୟଗଡ଼ା,୯।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବ୍ଲକ ଚାନ୍ଦିଲି ଥାନା ଅର୍ନ୍ତଗତ ଭାକୁରଗୁଡ଼ା ସ୍ଥିତ ଏକ ଇଟାଭାଟିରେ ବେଆଇନ ଭାବେ ଶିଶୁ ଶ୍ରମିକ ନିଯୁକ୍ତି ଅଭିଯୋଗ ସାମ୍ନାକୁ ଆସିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri