ବଲିଉଡ୍‌ ପାଇଁ…

ରାଧିକା ମଦନ ଯେତେବେଳେ ବଲିଉଡ୍‌ରେ ଏଣ୍ଟ୍ରି ପାଇଁ ମନ ବଳାଇଲେ, ସେତେବେଳେ ତାଙ୍କୁ ଦୁଇଟି ଜିନିଷ ମଧ୍ୟରୁ ଗୋଟିଏକୁ ଚଏସ୍‌ କରିବାକୁ ପଡିଥିଲା। କାରଣ ସେତେବେଳେ ସେ ଧାରାବାହିକରେ ଅଭିନୟ କରୁଥାଆନ୍ତି। ଏହି ସମୟରେ ତାଙ୍କୁ ବଡ ପରଦା ପାଇଁ ଅଫର ଦେଇଥିଲେ ନିର୍ଦ୍ଦେଶକ-କମ୍‌-ପ୍ରଯୋଜକ ବିଶାଲ ଭରଦ୍ୱାଜ। ଆଉ ତାଙ୍କର କଣ୍ଡିସନ ଥିଲା, ଯଦି ସେ ତାଙ୍କ ସିନେମାର ଅଭିନୟ କରିବାକୁ ରାଜି ହୁଅନ୍ତି ତେବେ ଧାରାବାହିକରୁ ଅବ୍ୟାହତି ନେବାକୁ ପଡିବ। ଏ ନେଇ ରାଧିକା କହନ୍ତି, ‘ମୋର ଛୋଟ ପରଦା କ୍ୟାରିୟର ଆରମ୍ଭ ହୋଇଥିଲା ୨୦୧୪ରୁ। ଏହାର ଚାରି ବର୍ଷ ପରେ ମୋତେ ହିନ୍ଦୀ ସିନେମା ‘ପଟାଖା’ରେ ଅଭିନୟ କରିବାକୁ ସୁଯୋଗ ମିଳିଥିଲା। ସେତେବେଳେ ମୋତେ ପ୍ରଯୋଜକ ଯେଉଁ କଣ୍ଡିସନ ରଖିଥିଲେ ସେ ନେଇ ମୁଁ ଗଭୀର ଭାବରେ ଚିନ୍ତା କରିଥିଲି। ଆଉ ଶେଷରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲି।’ ବଲିଉଡ୍‌ରରେ ଯେତେବେଳେ ରାଧିକା ଏଣ୍ଟ୍ରି କଲେ ସେତେବେଳେ ତାଙ୍କ ଆଖିରେ ଆଖିଏ ସ୍ବପ୍ନ ଥିଲା। ହେଲେ ଗତ କିଛି ବର୍ଷ ମଧ୍ୟରେ ସେ ମାତ୍ର ହାତଗଣତି କେତୋଟି ସିନେମାର ଅଭିନୟ କରିଛନ୍ତି। ସେଗୁଡିକ ମଧ୍ୟରେ ରହିଛି- ‘ମର୍ଦ୍ଦ କୋ ଦର୍ଦ୍ଦ ନେହିଁ ହୋତା’, ‘ଅଙ୍ଗ୍ରେଜି ମିଡିୟମ’, ‘ସିଦ୍ଦତ୍‌’, ‘ମୋନିକା ଓ ମାଇଁ ଡାର୍ଲିଂ’ ଏବଂ ‘କୁତେ’।

Share