ଭଙ୍ଗା କୁଡ଼ିଆରେ ଭଗବାନ

ଢେଙ୍କାନାଳ ଅଫିସ, ୧୬।୨: ଗଛ ତଳେ ଦଦରା କୁଡ଼ିଆ। ଚାରି ଖଣ୍ଡ ଦୁର୍ବଳ ବାଉଁଶକୁ ସାହାର କରି ଛିଡ଼ା ହୋଇଛି। ବେଢ଼ାଯାଇଛି ଫଟା ପଲିଥିନ, କୋତରା ଅଖା। ଦିନରେ ସୂର୍ଯ୍ୟ ତ ରାତିରେ ଆତଯାତ ହେଉଛନ୍ତି ଜହ୍ନତାରା। ଜଙ୍ଗଲୀ ଜନ୍ତୁଙ୍କ ପ୍ରାଦୁର୍ଭାବ ଭିତରେ ଡିବିରିକୁ ଆଶ୍ରା କରି ଏଭଳି ଏକ ନିର୍ଜନ ସ୍ଥାନରେ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି ଭଗବାନ ନାୟକ। ସମସ୍ତେ ଦେଖୁଛନ୍ତି। ସମସ୍ୟା ବି ଜାଣିଛନ୍ତି। ହେଲେ ସାମାନ୍ୟ ଆବାସ ଖଣ୍ଡେ ପାଇଁ ଦୀର୍ଘ ୫ ବର୍ଷ ହେଲା ତାଙ୍କର ସଂଘର୍ଷ ସରୁନାହିଁ। ଅସହାୟ ଭଗବାନଙ୍କ ଯନ୍ତ୍ରଣା ପ୍ରଶାସନ କାନରେ ପଡୁ ନ ଥିବାରୁ ଏହାକୁ ନେଇ ଉଦ୍‌ବେଗ ବ୍ୟକ୍ତ କରିଛନ୍ତି ଅଞ୍ଚଳବାସୀ।

ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଗଦାଶିଳା ଗ୍ରାମରେ ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି ୫୪ ବର୍ଷୀୟ ଭଗବାନ ନାୟକ। ଅବିବାହିତ ଥିବା ଏହି ବ୍ୟକ୍ତି ଶାରୀରିକ ଭାବେ ଅସୁସ୍ଥ। ତଥାପି ଅନ୍ୟ ଉପାୟ ନ ଥିବାରୁ ମୂଲମଜୁରି କରି ପେଟ ପୋଷୁଛନ୍ତି। ତାଙ୍କ ଜୀବନସଂଘର୍ଷର ସାକ୍ଷୀ ପାଲଟିଛି ଭଙ୍ଗା କୁଡ଼ିଆ। ଆବାସ ଯୋଜନାରେ ଘର ଖଣ୍ଡିଏ ତ ଦୂରର କଥା, ମାଗଣା ଚାଉଳ, ଶ୍ରମକାର୍ଡ, ସ୍ବାସ୍ଥ୍ୟକାର୍ଡ ତାଙ୍କ ପାଇଁ ସ୍ବପ୍ନ। ଏଭଳି ଯୋଜନାରେ ଅନ୍ତର୍ଭୁକ୍ତ ହେବାକୁ ଭଗବାନ ଯୋଗ୍ୟ ବୋଲି ପଞ୍ଚାୟତ ପ୍ରତିନିଧିମାନେ ଜାଣିଛନ୍ତି। ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି। ଭଗବାନ ମଧ୍ୟ ନିଜର ଅସୁସ୍ଥତା ସମ୍ପର୍କରେ ବିଡିଓଙ୍କୁ ଗୁହାରି କରିଛନ୍ତି। ହେଲେ ସାମାନ୍ୟତମ ସୁଫଳ ମିଳି ନ ଥିବା ଗ୍ରାମର ବିଭୁପ୍ରସାଦ ରଥ, ତାପସ ନାୟକ, ଅନିଲ ତୁଙ୍ଗ ପ୍ରମୁଖ କହିଛନ୍ତି। ଏପରି କି ତାଙ୍କର ଶୀଘ୍ର ଅସ୍ତ୍ରୋପଚାର ନ କଲେ ଅବସ୍ଥା ଗୁରୁତର ହୋଇପଡ଼ିବ ବୋଲି ଗ୍ରାମବାସୀ ଆଶଙ୍କା ବ୍ୟକ୍ତ କରିଛନ୍ତି।

ଏ ସଂକ୍ରାନ୍ତରେ ବିଡିଓ ମନ୍ମଥ ନାୟକଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ତେବେ ତାଙ୍କ ପାଖରେ ଏଭଳି କୌଣସି ଖବର ନ ଥିବା ସେ କହିଛନ୍ତି। ଭଗବାନଙ୍କ ସମସ୍ୟା ଜାଣିବା ପରେ ଆମେ ଦେଖିବୁ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଗାମୀ ଦିନରେ ୪୫ ହଜାର ଶିକ୍ଷକ ନିଯୁକ୍ତି : ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଯାଜପୁର,୧୫ା୨(ହର୍ଷବର୍ଦ୍ଧନ ବେହେରା): ଭଲ ମାର୍କ ରଖିଲେ ହିଁ ସବୁ କିଛି କରିହେବ ତାହା ନୁହେଁ। ଶିକ୍ଷା ଆମର ଚିନ୍ତାଧାରାକୁ ରୂପ ଦିଏ, ଏହା ଚରିତ୍ର ଗଠନ କରେ…

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

୮୦ ଲକ୍ଷ ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ…

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri