୨୩ ବର୍ଷ ହେଲା ରାଜ୍ୟ ସରକାର ଓଡ଼ିଆଙ୍କୁ ଠକୁଛନ୍ତି

ଧର୍ମଗଡ଼,୩୦।୧(ଡି.ଏନ.ଏ.):କଳାହାଣ୍ଡି ଜିଲା ଭାଜପା ଧର୍ମଗଡ଼ ବିଧାନସଭାସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ରବିବାର ସନ୍ଦିକୁଲିଆରୀ ମହାଭାରତ ଆମ୍ବତୋଟାରେ ଅନୁଷ୍ଠିତ ହୋଇଯାଇଛି। ଜିଲା ସାଧାରଣ ସମ୍ପାଦକ ସୁଧୀର ପଟଯୋଷୀଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ଏମପି ବସନ୍ତ ପଣ୍ଡା ଉପସ୍ଥିତି ରହି କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କୁ ବୁଝାଇଥିଲେ। ତଳସ୍ତରରେ ଯୋଜନାଗୁଡ଼ିକର କାର୍ଯ୍ୟ କରିବା ଏବଂ ଯୋଗ୍ୟ ହିତାଧିକାରୀ ଉପକୃତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସବକା ସାଥ- ସବକା ବିକାଶ ଡାକରା ସଫଳ ହୋଇ ପାରିବେ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଜିଲା ସଭାପତି ଦେବେନ୍ଦ୍ର ମହାନ୍ତି ଉଦ୍‌ବୋଧନ ଦେଇ ୨୩ ବର୍ଷର ରାଜ୍ୟ ସରକାର ଦ୍ୱାରା କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାଗୁଡ଼ିକୁ ନାମ ବଦଳାଇ ବାହା ବାହା ନେବା ତଥା ରାଜ୍ୟର ସାଢ଼େ ଚାରି କୋଟି ଓଡ଼ିଆଙ୍କୁ ଠକି ଚାଲିଛନ୍ତି ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଜିଲା ଉପସଭାପତି ପ୍ରଶାନ୍ତ ସାହୁ, ପୂର୍ବତନ ବିଧାୟକ ଯୁଗରାମ ବେହେରା, ଅବସରପ୍ରାପ୍ତ ଶିକ୍ଷା ବିଭାଗ ବରିଷ୍ଠ କିରାଣି ଜବାହରଲାଲ ବାଗ, କୃଷକ ମୋର୍ଚ୍ଚା ରାଜ୍ୟ ସୂତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଅପରେଶ ସ୍ବାଇଁ, ଯୁବମୋର୍ଚ୍ଚା ନବରଙ୍ଗପୁର ଜିଲା ପ୍ରଭାରୀ ହିମାଂଶୁ ଶେଖର ପଣ୍ଡା, ଜିଲା ଶିକ୍ଷା ପ୍ରକୋଷ୍ଠ ଆବାହକ ଜଗବନ୍ଧୁ ମିଶ୍ର, ଛିଲିପା ସରପଞ୍ଚ ତଥା ଟିପିଗୁଡ଼ା ମଣ୍ଡଳ ସଭାପତୀ ବିଭୁଦତ ପ୍ରଧାନୀ, ଧର୍ମଗଡ଼ ନଗର ମଣ୍ଡଳ ସଭାପତୀ ହରେକୃଷ୍ଣ ପଣ୍ଡା, ଖଇରପଦର ମଣ୍ଡଳ ସଭାପତୀ ଜୟସଙ୍କର ମୁଣ୍ଡ, ପର୍ଲା ମଣ୍ଡଳ ସଭାପତୀ ପରାଶ୍ୱର ସାହୁ ବିଜମାର ମଣ୍ଡଳ ସଭାପତୀ ଅରୁଣ ପଣ୍ଡା, କଲମପୁର ମଣ୍ଡଳ ସଭାପତୀ କମଳ ବାଗ, ମୋଟେର ମଣ୍ଡଳ ସଭାପତୀ ସୁୟମ୍ବର୍‌ ବାଗ, କୋକସରା ମଣ୍ଡଳ ସଭାପତୀ ଦୁର୍ଗା ପ୍ରଧାନୀ, ଆମପାଣି ମଣ୍ଡଳ ସଭାପତୀ ଅର୍ଜୁନ ଭାଟି, ଜିଲା ସମ୍ପାଦିକା କାଞ୍ଚନ ବାଗ, ଜିଲା ସମ୍ପାଦକ ଗୋଦାବରୀଶ ପାତ୍ର, ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମ ମଣ୍ଡଳ ସାଧାରଣ ସମ୍ପାଦକ ଜଗତରାମ ସାହୁ, ଲଳିତ ବାଗ, ଏକାଦଶୀ ଗୋପାଳ, ଘନଶ୍ୟାମ ଭାଟି, ଯୁବମୋର୍ଚ୍ଚା ଟିପିଗୁଡ଼ା ମଣ୍ଡଳ ସଭାପତି ଲକ୍ଷ୍ମଣ ମେହେର ପ୍ରମୁଖ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ମା’ ମାଣିକେଶରୀ ହାରଭେଷ୍ଟର ଚାଳକ ସଂଘ କଳାହାଣ୍ଡି ଜିଲାର ପ୍ରାୟ ଏକସତ ଜଣ ଓ କଲମପୁର ବ୍ଲକ କୋଟା ଗାଁର ଅଭିମନ୍ୟୁ ମୁଣ୍ଡ ଓ ଘନଶ୍ୟାମ ବେହେରା ତଥା ତାରାପୁର ପଞ୍ଚାୟତ ପୂର୍ବତନ ସରପଞ୍ଚ ରାମେଶ୍ବର ଶବର ପ୍ରମୁଖ ଯୋଗଦାନ କରିଥିଲେ।