Categories: ଗଞ୍ଜାମ

୧୨ ଦିନ ହେଲା ନୀରବ ପ୍ରତିବାଦ କରୁଛନ୍ତି ଅଧ୍ୟାପିକା-ଅଧ୍ୟାପକ

ସୋରଡ଼ା,୧୬ା୯(ଲମ୍ବୋଦର ପାଣିଗ୍ରାହୀ): ଗ୍ରେଡ୍‌ ପେ’ ବୃଦ୍ଧି ଦାବିରେ ଋଷିକୂଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏସ୍‌ଏସ୍‌ବି ଅଧ୍ୟାପିକା, ଅଧ୍ୟାପକମାନେ ସେପ୍ଟେମ୍ବର ୫ରୁ ଦୀର୍ଘ ୧୨ଦିନ ଧରି ଶାନ୍ତିପୂର୍ଣ୍ଣ ଭାବେ କଳାବ୍ୟାଜ୍‌ ପିନ୍ଧି ନୀରବ ପ୍ରତିବାଦ ସହ ପ୍ରତିଦିନ ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ ସହ ଶିକ୍ଷାଦାନ କରୁଛନ୍ତି। ଗ୍ରେଡ୍‌ ପେ’ ୪୫୦୦ରୁ ୫୪୦୦ ଟଙ୍କାକୁ ବୃଦ୍ଧି କରିବାକୁ ସେମାନେ ଦାବି କରିଛନ୍ତି। ଦାବି ପୂରଣ ନ ହେଲା ପର୍ଯ୍ୟନ୍ତ ଏପରି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚାଲୁ ରଖିବାକୁ ଜଣାଇଛନ୍ତି।