ଶିକୁଳିରେ ବନ୍ଧା ଜୀବନ

ସୁକିନ୍ଦା,୬ା୨(ଡି.ଏନ.ଏ.): ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିବିଧ ଯୋଜନା କରାଯାଉଛି। ହେଲେ ଏହି ସୁବିଧା ଆଜିବି ଅନେକ ଲୋକଙ୍କ ନିକଟରେ ପହଞ୍ଚତ୍ ପାରୁନାହିଁ, ଯାହାର ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ଜିଲା ସୁକିନ୍ଦା ବ୍ଲକ ଜେମାଦେଇପୁର ଗ୍ରାମରେ। ଉକ୍ତ ଗ୍ରାମର ମାଛୁଆ ମୁଣ୍ଡାଙ୍କ ମଝିଆ ପୁଅ ଭୀମ ମୁଣ୍ଡା(୨୫) ଜଣେ ମାନସିକ ବିକାରଗ୍ରସ୍ତ ରୋଗୀ। ପରିବାରର ଅଭାବ ଅନଟନ ଯୋଗୁ ତାଙ୍କର ଚିକିତ୍ସା ହୋଇ ପାରୁନାହିଁ। ଫଳରେ ତାଙ୍କୁ ଶିକୁଳିରେ ବନ୍ଧା ଜୀବନ ଜିଈଁବାକୁ ପଡୁଛି। ୧୦ ବର୍ଷ ହେବ ସେ ଶିକୁଳିରେ ବନ୍ଧା ହୋଇ ରହିଛନ୍ତି। ଅର୍ଥାଭାବ ସହ ସରକାରଙ୍କ ସ୍ବାସ୍ଥ୍ୟ ସେବା ଅପହଞ୍ଚ ପାଇଁ ତାଙ୍କ ଚିକିତ୍ସା ହୋଇ ପାରୁନାହିଁ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଭୀମ ମାଟି ପିଣ୍ଡାରେ ଶିକୁଳିରେ ବନ୍ଧାହୋଇ ଏକ ଅଭିଶପ୍ତ ଜୀବନ କାଟୁଥିବା ପରିଲକ୍ଷିତ ହୋଇଛି। ତେବେ ରାଜ୍ୟ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମାନସିକ ରୋଗୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କ ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ରହିଛି। ହେଲେ ଦୁଃଖ ଓ ପରିତାପର ବିଷୟ ଏଭଳି ମାନସିକ ରୋଗୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଭୀମ ପୂର୍ବରୁ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ। ସେ ଦଶମ ଶ୍ରେଣୀରେ ପଢ଼ୁଥିଲାବେଳେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା। ତେଣୁ ସେ ପରୀକ୍ଷାକୁ ନେଇ ଚିନ୍ତିତ ରହି ମାନସିକ ବିକାର ଗ୍ରସ୍ତ ହୋଇ ଏଣେତେଣେ ବୁଲୁଥିଲେ। କ୍ରମେ ମାନସିକ ରୋଗୀ ସାଜିଥିଲେ। ତାଙ୍କ ପରିବାରର ଅନ୍ୟ ୫ ଭାଇଙ୍କ ମଧ୍ୟରୁ ଜଣେ ସୁଦୂର ବାଙ୍ଗାଲୋରରେ ଦାଦନ ଖଟିବାକୁ ଯାଇଥିବା ବେଳେ ଅନ୍ୟ ୪ ଭାଇ ମୂଲମଜୁରି କରି ପେଟ ପୋଷୁଛନ୍ତି। ବୟସର ଅପରାହ୍ନରେ ଭୀମଙ୍କ ମା’ ପୁଅର ଜୀବନ ବଞ୍ଚାଇବା ପାଇଁ ବାର ଦୁଆର ବୁଲି ଭିକ ମାଗୁଛନ୍ତି। ଭୀମ ଲୋକଙ୍କୁ କାମୁଡିବା ବା କୁଆଡେ ପଳାଇବା ସମ୍ଭାବନାକୁ ଆଖି ଆଗରେ ରଖି ପରିବାର ଲୋକେ ତାଙ୍କ ବାମ ଗୋଡ଼ରେ ଲୁହାର ଶିକୁଳି ପକାଇ ଏକ ଖୁଣ୍ଟରେ ବାନ୍ଧି ରଖିଛନ୍ତି। ମାନସିକ ରୋଗୀଙ୍କ ପରିବାର ସରକାରୀ ସୁବିଧା ବିଷୟରେ ଅଜ୍ଞ ରହିଛନ୍ତି। ଅନ୍ୟପଟରେ ସ୍ବାସ୍ଥ୍ୟସେବା ଏକ ମୌଳିକ ସୁବିଧା ନୁହେଁ ଏହା ସାମ୍ବିଧାନିକ ଅଧିକାର ହୋଇଥିବାବେଳେ ଏହି ଯୁବକଙ୍କ ପାଖରେ ସ୍ବାସ୍ଥ୍ୟ ସେବା ସାତସପନ ପାଲଟିଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ଯାଜପୁର ସିଡିଏମ୍‌ଓ ବିରଞ୍ଚତ୍ ନାରାୟଣ ବାରିକଙ୍କୁ ପଚାରିବାରେ ସେ କହିଛନ୍ତି, ସୁକିନ୍ଦା ସ୍ବାସ୍ଥ୍ୟକେନ୍ଦ୍ର ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅବଗତ କରାନ୍ତୁ। ଆମେ ଏକ ଟିମ୍‌ ପଠାଇ ତାଙ୍କୁ ଚିକିତ୍ସା ସୁବିଧା ଯୋଗାଇଦେବୁ। ଅନ୍ୟପକ୍ଷରେ ଭୀମଙ୍କୁ ଜିଲା ପ୍ରଶାସନ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ସହ ଅବିଳମ୍ବେ ତାଙ୍କୁ ଶିକୁଳିରୁ ଖୋଲିବାର ବ୍ୟବସ୍ଥା କରିବାକୁ ପରିବାର ବର୍ଗଙ୍କ ସହ ଅଞ୍ଚଳବାସୀ ଓ ବହୁ ବୁଦ୍ଧିଜୀବୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

ଋଷିକୂଲ୍ୟା ରେଳ ବ୍ରିଜ ଉପରେ ଚଢ଼ିଗଲେ ଯୁବକ, ଓହ୍ଲାଇବାକୁ ନାକେଦମ ହେଲା ପୋଲିସ, ସ୍ଥାନୀୟ ଲୋକେ ପହଞ୍ଚି… 

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ ): ମାନସିକ ବିକୃତ ଯୁବକଙ୍କ ଉନ୍ମତ କାଣ୍ଡ। ତାଙ୍କ ପାଇଁ ନାକେଦମ ହେଲା ପୋଲିସ। ଏଭଳି ଏକ ଘଟଣା ଶନିବାର ଅପରାହ୍ନରେ ଗଞ୍ଜାମରେ...

କୁର୍ମି କ୍ଷତ୍ରୀୟ ପ୍ରଦେଶ ସଂସ୍ଥାର ବିରାଟ ମହିଳା ସମ୍ମିଳନୀ: ନାରୀ ଶିକ୍ଷା, ରୋଜଗାର ଉପରେ…

ଭଞ୍ଜନଗର,୨୭।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଚାଲିଥିବା ନିଖିଳ ଉତ୍କଳ କୁର୍ମି କ୍ଷତ୍ରୀୟ ପ୍ରଦେଶ ମହାସଭା ଶନିବାର ତୃତୀୟ ଦିବସରେ ପହଞ୍ଚିଛି। ରବିବାର ମହାସଭା...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri