ଶିକୁଳିରେ ବନ୍ଧା ଜୀବନ

ସୁକିନ୍ଦା,୬ା୨(ଡି.ଏନ.ଏ.): ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିବିଧ ଯୋଜନା କରାଯାଉଛି। ହେଲେ ଏହି ସୁବିଧା ଆଜିବି ଅନେକ ଲୋକଙ୍କ ନିକଟରେ ପହଞ୍ଚତ୍ ପାରୁନାହିଁ, ଯାହାର ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ଜିଲା ସୁକିନ୍ଦା ବ୍ଲକ ଜେମାଦେଇପୁର ଗ୍ରାମରେ। ଉକ୍ତ ଗ୍ରାମର ମାଛୁଆ ମୁଣ୍ଡାଙ୍କ ମଝିଆ ପୁଅ ଭୀମ ମୁଣ୍ଡା(୨୫) ଜଣେ ମାନସିକ ବିକାରଗ୍ରସ୍ତ ରୋଗୀ। ପରିବାରର ଅଭାବ ଅନଟନ ଯୋଗୁ ତାଙ୍କର ଚିକିତ୍ସା ହୋଇ ପାରୁନାହିଁ। ଫଳରେ ତାଙ୍କୁ ଶିକୁଳିରେ ବନ୍ଧା ଜୀବନ ଜିଈଁବାକୁ ପଡୁଛି। ୧୦ ବର୍ଷ ହେବ ସେ ଶିକୁଳିରେ ବନ୍ଧା ହୋଇ ରହିଛନ୍ତି। ଅର୍ଥାଭାବ ସହ ସରକାରଙ୍କ ସ୍ବାସ୍ଥ୍ୟ ସେବା ଅପହଞ୍ଚ ପାଇଁ ତାଙ୍କ ଚିକିତ୍ସା ହୋଇ ପାରୁନାହିଁ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଭୀମ ମାଟି ପିଣ୍ଡାରେ ଶିକୁଳିରେ ବନ୍ଧାହୋଇ ଏକ ଅଭିଶପ୍ତ ଜୀବନ କାଟୁଥିବା ପରିଲକ୍ଷିତ ହୋଇଛି। ତେବେ ରାଜ୍ୟ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମାନସିକ ରୋଗୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କ ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ରହିଛି। ହେଲେ ଦୁଃଖ ଓ ପରିତାପର ବିଷୟ ଏଭଳି ମାନସିକ ରୋଗୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଭୀମ ପୂର୍ବରୁ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ। ସେ ଦଶମ ଶ୍ରେଣୀରେ ପଢ଼ୁଥିଲାବେଳେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା। ତେଣୁ ସେ ପରୀକ୍ଷାକୁ ନେଇ ଚିନ୍ତିତ ରହି ମାନସିକ ବିକାର ଗ୍ରସ୍ତ ହୋଇ ଏଣେତେଣେ ବୁଲୁଥିଲେ। କ୍ରମେ ମାନସିକ ରୋଗୀ ସାଜିଥିଲେ। ତାଙ୍କ ପରିବାରର ଅନ୍ୟ ୫ ଭାଇଙ୍କ ମଧ୍ୟରୁ ଜଣେ ସୁଦୂର ବାଙ୍ଗାଲୋରରେ ଦାଦନ ଖଟିବାକୁ ଯାଇଥିବା ବେଳେ ଅନ୍ୟ ୪ ଭାଇ ମୂଲମଜୁରି କରି ପେଟ ପୋଷୁଛନ୍ତି। ବୟସର ଅପରାହ୍ନରେ ଭୀମଙ୍କ ମା’ ପୁଅର ଜୀବନ ବଞ୍ଚାଇବା ପାଇଁ ବାର ଦୁଆର ବୁଲି ଭିକ ମାଗୁଛନ୍ତି। ଭୀମ ଲୋକଙ୍କୁ କାମୁଡିବା ବା କୁଆଡେ ପଳାଇବା ସମ୍ଭାବନାକୁ ଆଖି ଆଗରେ ରଖି ପରିବାର ଲୋକେ ତାଙ୍କ ବାମ ଗୋଡ଼ରେ ଲୁହାର ଶିକୁଳି ପକାଇ ଏକ ଖୁଣ୍ଟରେ ବାନ୍ଧି ରଖିଛନ୍ତି। ମାନସିକ ରୋଗୀଙ୍କ ପରିବାର ସରକାରୀ ସୁବିଧା ବିଷୟରେ ଅଜ୍ଞ ରହିଛନ୍ତି। ଅନ୍ୟପଟରେ ସ୍ବାସ୍ଥ୍ୟସେବା ଏକ ମୌଳିକ ସୁବିଧା ନୁହେଁ ଏହା ସାମ୍ବିଧାନିକ ଅଧିକାର ହୋଇଥିବାବେଳେ ଏହି ଯୁବକଙ୍କ ପାଖରେ ସ୍ବାସ୍ଥ୍ୟ ସେବା ସାତସପନ ପାଲଟିଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ଯାଜପୁର ସିଡିଏମ୍‌ଓ ବିରଞ୍ଚତ୍ ନାରାୟଣ ବାରିକଙ୍କୁ ପଚାରିବାରେ ସେ କହିଛନ୍ତି, ସୁକିନ୍ଦା ସ୍ବାସ୍ଥ୍ୟକେନ୍ଦ୍ର ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅବଗତ କରାନ୍ତୁ। ଆମେ ଏକ ଟିମ୍‌ ପଠାଇ ତାଙ୍କୁ ଚିକିତ୍ସା ସୁବିଧା ଯୋଗାଇଦେବୁ। ଅନ୍ୟପକ୍ଷରେ ଭୀମଙ୍କୁ ଜିଲା ପ୍ରଶାସନ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ସହ ଅବିଳମ୍ବେ ତାଙ୍କୁ ଶିକୁଳିରୁ ଖୋଲିବାର ବ୍ୟବସ୍ଥା କରିବାକୁ ପରିବାର ବର୍ଗଙ୍କ ସହ ଅଞ୍ଚଳବାସୀ ଓ ବହୁ ବୁଦ୍ଧିଜୀବୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri