ଅଟେଇ, କାଳିମାଟିରେ ପାଦଚିହ୍ନ ମିଳିଲା

କେନ୍ଦୁଝର,୧୭ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ବନଖଣ୍ଡର ୭ ରେଞ୍ଜରେ ସୋମବାରଠାରୁ ବାଘ ଗଣନା ଆରମ୍ଭ ହୋଇଛି। ଗଣନା କାର୍ଯ୍ୟ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଜାରି ରହିବ। ଗଣନାରେ ରେଞ୍ଜର, ଫରେଷ୍ଟର ଏବଂ ଫରେଷ୍ଟ ଗାର୍ଡଙ୍କ ସମେତ ବନ କର୍ମଚାରୀ ସାମିଲ ହୋଇଛନ୍ତି। ବିଶେଷକରି ବାଘ ରହୁଥିବା ଟେରିଟୋରିରେ ଗଣନାକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି। ପ୍ରଥମ ଦିନ ଗଣନାରେ ଅଟେଇ ଓ କାଳିମାଟି ସଂରକ୍ଷିତ ଜଙ୍ଗଲରେ ବାଘ ପାଦଚିହ୍ନ ଠାବ ହୋଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି।
ବନ ବିଭାଗ ସୂଚନା ଅନୁଯାୟୀ, ବାଘର ଠିକ୍‌ ସଂଖ୍ୟା ନିରୂପଣ ପାଇଁ ଚଳିତ ବର୍ଷ ଅଧିକ ସ୍କ୍ବାଡ୍‌ ଗଠନ କରାଯାଇଛି। ବାଘ ଯାତାୟାତ କରୁଥିବା ଜଙ୍ଗଲରେ ଟ୍ରାପ୍‌ କ୍ୟାମରା ଲଗାଯାଇଛି। ଏହି ସମୟରେ ନଦୀ, ନାଳ ନିକଟରେ ବାଲି ଥିଲେ ତାହାକୁ ସମତୁଲ କରି ବାଘର ପାଦଚିହ୍ନ(ପଗ୍‌ ମାର୍କ) ନିଆଯିବ। ଘଟଗାଁ ରେଞ୍ଜ୍‌ର ୩ଟି ସେକ୍ସନର ୧୩ଟି ବିଟ୍‌ରେ ବାଘର ଗତିବିଧି ଏବଂ କେଉଁ ପ୍ରଜାତିର କେତେ ବାଘ ଅଛନ୍ତି ତାହା ଜାଣିବା ପାଇଁ ଟ୍ରାପ୍‌ କ୍ୟାମେରା ଲଗାଯାଇଛି। ମହାବଳ ବାଘ ବିଚରଣ କରୁଥିବା ପାଟଣା, ଘଟଗାଁ ରେଞ୍ଜ୍‌ରେ କ୍ୟାମେରା ଖଞ୍ଜାଯିବା ସହ ପାଦଚିହ୍ନ ନିଆଯିବ ବୋଲି ଘଟଗାଁ ରେଞ୍ଜ୍‌ ଦାୟିତ୍ୱରେ ଥିବା ଏସିଏଫ୍‌ ପ୍ରଭାତ କୁଅଁର ପ୍ରକାଶ କରିଛନ୍ତି। ବାଘ ଗଣନା ପାଇଁ ଗୋଟିଏ ବିଟ୍‌ରେ ୨୦ଟି ପିଆଇପି ପ୍ରସ୍ତୁତ କରାଯାଇଛି। ଜଙ୍ଗଲ ଭିତରେ ପାଦଚଲା ପାଟ୍ରୋଲିଂ କରି ଓଡ଼ିଶା ଫରେଷ୍ଟ ମନିଟରିଂ ଆପ୍‌ରେ ଅପଲୋଡ୍‌ କରାଯିବ। ୫ କିଲୋମିଟର ପାଦଚଲା ପାଟ୍ରୋଲିଂ କରାଯାଇ ବାଘର ପାଦଚିହ୍ନ, ମଳ, ଲୋମ, ମୂତ୍ର ସଂଗ୍ରହ କରାଯାଇ ଓୟୁଏଟି ଦ୍ୱାରା ପରୀକ୍ଷା କରାଯିବ। କେନ୍ଦୁଝର ବନଖଣ୍ଡରେ ଗୋଟିଏ ମହାବଳ ଏବଂ ଗୋଟିଏ କଲରାପତରିଆ ବାଘ ଚିହ୍ନଟ ହୋଇଥିବାବେଳେ ବାଘ ଗଣନା ପରେ କେତେ ସଂଖ୍ୟାରେ, କେଉଁ ପ୍ରଜାତିର ବାଘ ଅଛନ୍ତି ତାହା ଜଣାପଡ଼ିବ। ପ୍ରଥମ ଦିନରେ ଘଟଗାଁ ରେଞ୍ଜ୍‌ ଘଟଗାଁ ସେକ୍ସନ ବାଇଗଣପାଳ ବିଟ୍‌ ଅଟେଇ ସଂରକ୍ଷିତ ଜଙ୍ଗଲ ଏବଂ ଢେଙ୍କିକୋଟ ସେକ୍ସନ ବାଲିପୋଖରୀ ବିଟ୍‌ କାଳିମାଟି ସଂରକ୍ଷିତ ଜଙ୍ଗଲରେ ବାଘର ପାଦଚିହ୍ନ ଠାବ କରାଯାଇଛି। ପାଦଚିହ୍ନ କଲରାପତରିଆ ବାଘର ହୋଇଥିବା ଅନୁମାନ କରାଯାଉଥିବାବେଳେ ପରୀକ୍ଷା ପରେ ତାହା କେଉଁ ପ୍ରଜାତିର ଜଣାପଡ଼ିବ ବୋଲି ଏସିଏଫ୍‌ ଜିତେନ୍ଦ୍ର ବେହେରା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri