ଅଟେଇ, କାଳିମାଟିରେ ପାଦଚିହ୍ନ ମିଳିଲା

କେନ୍ଦୁଝର,୧୭ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ବନଖଣ୍ଡର ୭ ରେଞ୍ଜରେ ସୋମବାରଠାରୁ ବାଘ ଗଣନା ଆରମ୍ଭ ହୋଇଛି। ଗଣନା କାର୍ଯ୍ୟ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଜାରି ରହିବ। ଗଣନାରେ ରେଞ୍ଜର, ଫରେଷ୍ଟର ଏବଂ ଫରେଷ୍ଟ ଗାର୍ଡଙ୍କ ସମେତ ବନ କର୍ମଚାରୀ ସାମିଲ ହୋଇଛନ୍ତି। ବିଶେଷକରି ବାଘ ରହୁଥିବା ଟେରିଟୋରିରେ ଗଣନାକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି। ପ୍ରଥମ ଦିନ ଗଣନାରେ ଅଟେଇ ଓ କାଳିମାଟି ସଂରକ୍ଷିତ ଜଙ୍ଗଲରେ ବାଘ ପାଦଚିହ୍ନ ଠାବ ହୋଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି।
ବନ ବିଭାଗ ସୂଚନା ଅନୁଯାୟୀ, ବାଘର ଠିକ୍‌ ସଂଖ୍ୟା ନିରୂପଣ ପାଇଁ ଚଳିତ ବର୍ଷ ଅଧିକ ସ୍କ୍ବାଡ୍‌ ଗଠନ କରାଯାଇଛି। ବାଘ ଯାତାୟାତ କରୁଥିବା ଜଙ୍ଗଲରେ ଟ୍ରାପ୍‌ କ୍ୟାମରା ଲଗାଯାଇଛି। ଏହି ସମୟରେ ନଦୀ, ନାଳ ନିକଟରେ ବାଲି ଥିଲେ ତାହାକୁ ସମତୁଲ କରି ବାଘର ପାଦଚିହ୍ନ(ପଗ୍‌ ମାର୍କ) ନିଆଯିବ। ଘଟଗାଁ ରେଞ୍ଜ୍‌ର ୩ଟି ସେକ୍ସନର ୧୩ଟି ବିଟ୍‌ରେ ବାଘର ଗତିବିଧି ଏବଂ କେଉଁ ପ୍ରଜାତିର କେତେ ବାଘ ଅଛନ୍ତି ତାହା ଜାଣିବା ପାଇଁ ଟ୍ରାପ୍‌ କ୍ୟାମେରା ଲଗାଯାଇଛି। ମହାବଳ ବାଘ ବିଚରଣ କରୁଥିବା ପାଟଣା, ଘଟଗାଁ ରେଞ୍ଜ୍‌ରେ କ୍ୟାମେରା ଖଞ୍ଜାଯିବା ସହ ପାଦଚିହ୍ନ ନିଆଯିବ ବୋଲି ଘଟଗାଁ ରେଞ୍ଜ୍‌ ଦାୟିତ୍ୱରେ ଥିବା ଏସିଏଫ୍‌ ପ୍ରଭାତ କୁଅଁର ପ୍ରକାଶ କରିଛନ୍ତି। ବାଘ ଗଣନା ପାଇଁ ଗୋଟିଏ ବିଟ୍‌ରେ ୨୦ଟି ପିଆଇପି ପ୍ରସ୍ତୁତ କରାଯାଇଛି। ଜଙ୍ଗଲ ଭିତରେ ପାଦଚଲା ପାଟ୍ରୋଲିଂ କରି ଓଡ଼ିଶା ଫରେଷ୍ଟ ମନିଟରିଂ ଆପ୍‌ରେ ଅପଲୋଡ୍‌ କରାଯିବ। ୫ କିଲୋମିଟର ପାଦଚଲା ପାଟ୍ରୋଲିଂ କରାଯାଇ ବାଘର ପାଦଚିହ୍ନ, ମଳ, ଲୋମ, ମୂତ୍ର ସଂଗ୍ରହ କରାଯାଇ ଓୟୁଏଟି ଦ୍ୱାରା ପରୀକ୍ଷା କରାଯିବ। କେନ୍ଦୁଝର ବନଖଣ୍ଡରେ ଗୋଟିଏ ମହାବଳ ଏବଂ ଗୋଟିଏ କଲରାପତରିଆ ବାଘ ଚିହ୍ନଟ ହୋଇଥିବାବେଳେ ବାଘ ଗଣନା ପରେ କେତେ ସଂଖ୍ୟାରେ, କେଉଁ ପ୍ରଜାତିର ବାଘ ଅଛନ୍ତି ତାହା ଜଣାପଡ଼ିବ। ପ୍ରଥମ ଦିନରେ ଘଟଗାଁ ରେଞ୍ଜ୍‌ ଘଟଗାଁ ସେକ୍ସନ ବାଇଗଣପାଳ ବିଟ୍‌ ଅଟେଇ ସଂରକ୍ଷିତ ଜଙ୍ଗଲ ଏବଂ ଢେଙ୍କିକୋଟ ସେକ୍ସନ ବାଲିପୋଖରୀ ବିଟ୍‌ କାଳିମାଟି ସଂରକ୍ଷିତ ଜଙ୍ଗଲରେ ବାଘର ପାଦଚିହ୍ନ ଠାବ କରାଯାଇଛି। ପାଦଚିହ୍ନ କଲରାପତରିଆ ବାଘର ହୋଇଥିବା ଅନୁମାନ କରାଯାଉଥିବାବେଳେ ପରୀକ୍ଷା ପରେ ତାହା କେଉଁ ପ୍ରଜାତିର ଜଣାପଡ଼ିବ ବୋଲି ଏସିଏଫ୍‌ ଜିତେନ୍ଦ୍ର ବେହେରା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

୪୦ କୋଟି ଟଙ୍କା ବିନିଯୋଗ କରି ନିଜ ବ୍ରାଣ୍ଡ୍ ପାଇଁ ନୂଆ ଅଧ୍ୟାୟ ଆରମ୍ଭ କଲେ ବିରାଟ କୋହଲି

ନୂଆଦିଲ୍ଲୀ,୮।୧୨: ଭାରତୀୟ କ୍ରିକେଟ୍ ତାରକା ବିରାଟ କୋହଲି ୮ ବର୍ଷର ପୁରୁଣା ସମ୍ପର୍କ ଭାଙ୍ଗି ଏକ ନୂଆ ବ୍ୟବସାୟିକ ଯାତ୍ରା ଆରମ୍ଭ କରିଛନ୍ତି। ସୋମବାର କୋହଲି...

ଜୁନିୟର ମହିଳା ହକି: ଓ୍ବେଲ୍ସକୁ ହରାଇଲା ଭାରତ

ସାଣ୍ଟିଆଗୋ, ୮ା୧୨: ଏଫ୍‌ଆଇଏଚ୍‌ ଜୁନିୟର ମହିଳା ହକି ବିଶ୍ୱକପ୍‌ର ୯ମ ସ୍ଥାନ ପାଇଁ ହୋଇଥିବା ଏକ କ୍ଲାସିଫିକେଶନ ମ୍ୟାଚ୍‌ରେ କ୍ୱାର୍ଟରଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଥିବା ଭାରତ...

ଏକାଠି ହେଲେ ହଳଦିଆ ତୈଳିକ ବୈଶ୍ୟ ସମାଜ ସଭ୍ୟ, ବିଭିନ୍ନ ସମସ୍ୟା ନେଇ

ଦିଗପହଣ୍ଡି,୮ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଚିକିଟି ଓ ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜର ଏକ ଆଲୋଚନା ସଭା ସାନଖେମୁଣ୍ଡି ବ୍ଲକ ଜିଉରା ଗ୍ରାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri