Posted inଫୁରସତ

ମାଇକ୍ରୋଓ୍ବେଭନରେ ପ୍ଲାଷ୍ଟିକ ପାତ୍ରରେ ଖାଦ୍ୟ ଗରମ କରିବା ଶରୀର ପାଇଁ କ୍ଷତିକାରକ, ପେଟକୁ ଯାଇପାରେ ନାନୋପ୍ଲାଷ୍ଟିକ କଣିକା

ଖାଦ୍ୟ ଶୀଘ୍ର ଗରମ ପାଇଁ ମାଇକ୍ରୋଓ୍ବେଭନ ବ୍ୟବହାର କରୁଛନ୍ତି କି। ତେବେ କଣ ଆପଣ ଖାଦ୍ୟ ଗରମ ପାଇଁ ପାଷ୍ଟିକ ପାତ୍ର ବ୍ୟବହାର କରୁଛନ୍ତି। ତେବେ ହୋଇଯାଆନ୍ତୁ ସାବଧାନ। ମାଇକ୍ରୋୱେଭରେ ପ୍ଲାଷ୍ଟିକ ପାତ୍ରରେ ଖାଦ୍ୟ ଗରମ କରିବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ।

ଯଦିଓ ଲୋକମାନେ ଖାଦ୍ୟ ଗରମ ପାଇଁ ମାଇକ୍ରୋୱେଭରେ ସୁରକ୍ଷିତ ପ୍ଲାଷ୍ଟିକ ପାତ୍ର ବ୍ୟବହାର କରନ୍ତି, କିନ୍ତୁ ବାସନ ଗରମ ହେବା ଦ୍ୱାରା ଏଥିରୁ କୋଟି କୋଟି ବିଷାକ୍ତ ନାନୋପ୍ଲାଷ୍ଟିକ ଏବଂ ମାଇକ୍ରୋପ୍ଲାଷ୍ଟିକ କଣିକା ଖାଦ୍ୟ ସହିତ ପେଟକୁ ଯାଇଥାଏ।

ନିକଟରେ ହୋଇଥିବା ଏକ ଅଧ୍ୟୟନରେ, ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ ପ୍ଲାଷ୍ଟିକ ପାତ୍ରରେ ଖାଦ୍ୟ ଗରମ କରିବା ଦ୍ୱାରା ପାତ୍ରର ପ୍ରତ୍ୟେକ ୧ ସେଣ୍ଟିମିଟରରୁ ୨ ବିଲିୟନରୁ ଅଧିକ ନାନୋପ୍ଲାଷ୍ଟିକ ଏବଂ ୪୦ ଲକ୍ଷ ମାଇକ୍ରୋପ୍ଲାଷ୍ଟିକ କଣିକା ପେଟକୁ ଯାଇଥାଏ। ପରିବେଶ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ତିନି ଚତୁର୍ଥାଂଶ କୃତ୍ରିମ ଭାବରେ ସୃଷ୍ଟି ହୋଇଥିବା ଭ୍ରୁଣ କିଡନୀ କୋଷର ଏହିପରି କଣିକାର ସଂସ୍ପର୍ଶରେ ଆସିବା ପରେ ଦୁଇ ଦିନରେ କୋଷର ମୃତ୍ୟୁ ଘଟିଥିଲା।

ଗବେଷଣାକାରୀମାନେ ପଲିପ୍ରୋପିଲିନରେ ର୍ନିମିତ ବେବି ଫଉଡ୍‌ କଣ୍ଟେନର ଏବଂ ପଲିଥିନରେ ର୍ନିମିତ ପୁନଃ ବ୍ୟବହାରଯୋଗ୍ୟ ଥଳି ବ୍ୟବହାର କରି ଏହି ଅନୁସନ୍ଧାନ କରିଥିଲେ। ଅନୁସନ୍ଧାନକାରୀମାନେ ଏହି ପାତ୍ରଗୁଡ଼ିକୁ ଡିଓନାଇଜଡ ପାଣି କିମ୍ବା ତିନି ପ୍ରତିଶତ ଏସିଟିକ ଏସିଡରେ ଭର୍ତ୍ତି କରିଥିଲେ। ପାତ୍ର ଏବଂ ଥଳିକୁ ୧୦୦୦ ୱାଟ୍‌ରେ ମାଇକ୍ରୋୱେଭରେ ତିନି ମିନିଟ ପାଇଁ ଗରମ କରାଯାଇଥିଲା। ପରେ ଏହାକୁ ମାଇକ୍ରୋଓ୍ବେଭ୍‌ରୁ ବାହାର କରିବା ପରେ ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ ଏଥିରେ ଲକ୍ଷ ଲକ୍ଷ-କୋଟି ମାଇକ୍ରୋ ଏବଂ ନାନୋପ୍ଲାଷ୍ଟିକ କଣିକା ସୃଷ୍ଟି ହୋଇଛି। ଯାହା ଆମ ପେଟକୁ ଯାଇ ରୋଗ ସୃଷ୍ଟି କରିଥାଏ।

 


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri