ଖାଦ୍ୟ, ପିଇବା ପାଣି ପାଇଁ ଡହଳବିକଳ

ଖୋର୍ଦ୍ଧା,୨୨ା୯(ପ୍ରଭାତ ପାଣିଗ୍ରାହୀ): ହୀରାକୁଦର ୨୪ଟି ଗେଟ୍‌ ଖୋଲିବା ପରେ ମହାନଦୀ ଫୁଲୁଛି। ଏହାର ଶାଖା ନଦୀ ରାଜୁଆର ପଛୁଆଜଳ ଖୋର୍ଦ୍ଧା ବ୍ଲକ ଓରବରସିଂ ପଞ୍ଚାୟତରେ ପ୍ରବେଶ କରିବାରୁ ୧୦ଟି ଗ୍ରାମର ଚାଷଜମି ଜଳମଗ୍ନ ହୋଇଛି। ହିରିମୂଳ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ଗାଁରେ ଏବେ ବନ୍ୟାଜଳ ପ୍ରବେଶ କରିଛି। ହିରିମୂଳ ରାସ୍ତାରେ ୫ଫୁଟ ଉଚ୍ଚର ପାଣି ଚାଲିଥିବାବେଳେ ଚାଷଜମିରେ ୮ ଫୁଟର ପାଣି ଜମିଛି। ବୁଧବାର ବିଳମ୍ବିତ ରାତିରୁ ଏହି ଗାଁରେ ବନ୍ୟାଜଳ ପ୍ରବେଶ କରିଛି। ହିରିମୂଳ-ଡିହଖଳା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ଏକର ଏକର ଚାଷଜମିରେ ପାଣି ମାଡ଼ିଯାଇଛି। ଫଳରେ ଗ୍ରାମବାସୀଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି। ସବୁଆଡ଼େ ଖାଲି ପାଣି ଆଉ ପାଣି। ଏବେ ଦୁଇଦିନ ଲଘୁଚାପ ବର୍ଷାରେ ହିରିମୂଳ ଗାଁରେ ପାଣି ପଶିଛି। ଘରଠୁ ବାହାର ସବୁଠି ପାଣି ଉଛୁଳୁଛି। ପ୍ରଶାସନ ପକ୍ଷରୁ ଡଙ୍ଗା ବ୍ୟବସ୍ଥା କରାଯାଇଛି। ତେବେ ଯାତାୟାତ ଲାଗି ଏହା ପର୍ଯ୍ୟାପ୍ତ ହେଉନି। ଫଳରେ ଲୋକେ ବାଧ୍ୟହୋଇ ଅଣ୍ଟାଏ ପାଣିରେ ପଶି ଯାତାୟାତ କରୁଛନ୍ତି। ଏଭଳି ସ୍ଥିତିରେ ଖାଦ୍ୟ ଓ ପାନୀୟଜଳ ସମସ୍ୟା ଦେଖାଦେଇଛି। ପାଣି ଟ୍ୟାଙ୍କର ଗାଁ ମୁଣ୍ଡକୁ ଆସିପାରୁନାହିଁ। ଫଳରେ ପାଣିରେ ପଶି ୨କିମି ଚାଲି ଚାଲି ଯିବାକୁ ପଡୁଛି।
ଘରେ ବେଙ୍ଗ, ସାପ ବୁଲୁଛନ୍ତି
ଅନ୍ୟପଟେ ବନ୍ୟାଜଳରେ ହିଂସ୍ରଜନ୍ତୁଙ୍କ ପ୍ରାଦୁର୍ଭାବ ବଢିଛି। ଘର ଭିତରକୁ ବେଙ୍ଗ, ସାପ ପ୍ରଭୃତି ଭାସି ଆସୁଛନ୍ତି। ଘର ଭିତରେ ପାଣି ଜମିିଛି। ଏହି ବନ୍ୟାଜଳରେ ଅଳିଆ, ଆବର୍ଜନା ମଧ୍ୟ ଭାସି ଆସୁଛି। ଫଳରେ ଅପରିଷ୍କାର ସହ ଦୁର୍ଗନ୍ଧରେ ଘରେ ରହିହେଉନି ବୋଲି କେତେଜଣ ଗ୍ରାମବାସୀ କହିଛନ୍ତି।
ଦେହହାତ କୁଣ୍ଡାଇ ହେଉଛି
ବନ୍ୟାପାଣିରେ ଚଳାଚଳ କରିବା ଯୋଗୁ ପାଦ ପାଣିଖାଇ ଯାଉଥିବାବେଳେ ହାତଗୋଡ଼ ସବୁ କୁଣ୍ଡାଇ ହେଉଛି। ପରିସ୍ଥିତି ଅସମ୍ଭାଳ ହୋଇଗଲାଣି ବୋଲି ସପ୍ତାହେ ହେଲାଣି ଘରେ ଚୁଲି ଜଳିନି। ଗାଁ ଦାଣ୍ଡରେ ପାଣି। ସେହି ପାଣିରେ ସାପ ଅଛନ୍ତି। ଭୟରେ ଘରୁ ବାହାରି ହେଉନି କି ଘର ଭିତରେ ରହି ହେଉନି। ପ୍ରତିବର୍ଷ ଏଭଳି ସମସ୍ୟା ଦେଖାଦେଉଛି ବୋଲି ଧବଳପୁର ଗ୍ରାମର ପ୍ରମିଳା ଖଣ୍ଡା, କୁନିଲତା ଖଣ୍ଡା ଓ ଭାନୁମତି ଭୂୟାଁ ପ୍ରମୁଖ କହିଛନ୍ତି। ସେହିପରି ହାଡ଼ିବନ୍ଧୁ କହିଛନ୍ତି, ଚାଷଜମି ଜଳମଗ୍ନ ହୋଇଥିବାରୁ ସବୁ ଫସଲ ଉଜୁଡ଼ିିଗଲା। କିପରି ବର୍ଷସାରା ପିଲାଙ୍କ ମୁହଁରେ ଦାନା ମୁଠାଏ ଦେବୁ ସେହି ଚିନ୍ତା ଘାରିଛି।
ଘରେ ପାଣି, ବସିବାକୁ ଜାଗା ନାହିଁ
ପ୍ରଶାସନ ପକ୍ଷରୁ ଦିଆଯାଉଥିବା ରନ୍ଧାଖାଦ୍ୟ ଆସିବାରେ ବିଳମ୍ବ ହେଉଛି। ବରିଷ୍ଠ ନାଗରିକ, ବୃଦ୍ଧାବୃଦ୍ଧ, ଗର୍ଭବତୀ, ଶିଶୁ ହଇରାଣ ହେଉଛନ୍ତି। ଶୁଖିଲା ଖାଦ୍ୟ ମୁଠାଏ ଲେଖାଏ ଖାଇ ଦାଣ୍ଡପିଣ୍ଡା ଓ ଛାତ ଉପରେ ପଡ଼ିରହିଛୁ ବୋଲି ଗ୍ରାମବାସୀ କୋହଭରା କଣ୍ଠରେ କହିଛନ୍ତି। ଗୁରୁବାର ଅପରାହ୍ନରେ ବର୍ଷା ହେବାରୁ ସ୍ଥାନୀୟ ନଦୀର ଜଳସ୍ତର ବଢିଛି। ଘରେ ପାଣି ପଶିଥିବାରୁ ଶୋଇବାକୁ କି ବସିବାକୁ ଜାଗା ନାହିଁ। ଖଟ ଓ ଚୌକି ଉପରେ ରାତି ବିତୁଛି। ୩ଦିନ ହେଲାଣି ଦିନରାତି ଏକାକାର ହୋଇଯାଇଛି। ବିଦ୍ୟୁତ୍‌ କାଟ ଅସହ୍ୟ କଲାଣି।
ଚାଷୀ ମୁଣ୍ଡରେ ଚଡ଼କ
ହିରୁମୂଳ, ଡିହଖଳା, ଦୁର୍ଗାପୁର, ଓରବରସିଂ, ମଶାଣିଆ, କୃଷ୍ଣପୁର, ରାୟପୁର, ମାନପୁର, ବଳପୁର, ଧବଳପୁର ପ୍ରଭୃତି ଗ୍ରାମରେ ବନ୍ୟାଜଳ ଲହଡ଼ି ମାରୁଛି। ଗ୍ରାମବାସୀଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି। ଏକର ଏକର ଚାଷଜମିରେ ବନ୍ୟାଜଳ ମାଡ଼ିଯାଇଛି। ଫଳରେ ଚାଷୀକୁଳ ମୁଣ୍ଡରେ ହାତଦେଇ ବସିଛି। ଆଗକୁ କ’ଣ ଖାଇବେ, କିପରି ପରିବାର ଚଳାଇବେ, ଚାଷ ପାଇଁ କରିଥିବା ଧାରକରଜ କିପରି ଶୁଝିବେ, ସେହି ଚିନ୍ତା ଏବେ ଚାଷୀଙ୍କୁ ଘାରିଛି।
ହୀନସ୍ତା ହେଉଛନ୍ତି ଗୋରୁ
ଗୁହାଳ ଘରେ ପାଣି ପଶିିଛି। ଗାଁ ସାରା ପାଣି ଜମିଛି। ତେଣୁ ଗୋରୁ ଚରିବୁଲି ଯାଇପାରୁନାହାନ୍ତି। ଖୁଣ୍ଟରେ ବନ୍ଧାହୋଇ ରହିଛନ୍ତି। ସେମାନଙ୍କୁ କେଉଁଠିକି ନେବୁ ଜାଣିପାରୁନୁ। ଯେତିକି ଗୋଖାଦ୍ୟ ଦିଆଯାଉଛି, ତାହା ପର୍ଯ୍ୟାପ୍ତ ନୁହେଁ। ଅନ୍ତତଃ ପକ୍ଷେ ମାସେ ପର୍ଯ୍ୟନ୍ତ ଗୋଖାଦ୍ୟ ଦିଆଯିବା ଆବଶ୍ୟକ ବୋଲି କେତେଜଣ ଗ୍ରାମବାସୀ କହିଛନ୍ତି।
ଗୁହାରି ଶୁଣିବାକୁ କେହି ନାହିଁ
୩ମାସ ଧରି ବହୁ କଷ୍ଟରେ ଧାନ ଓ ପରିବା ଚାଷ କରିଥିଲୁ। ଏବେ ତାହା ବନ୍ୟାପାଣିରେ ନଷ୍ଟ ହୋଇଯାଇଛି ବୋଲି କୋହଭରା କଣ୍ଠରେ କହିଛନ୍ତି ଗ୍ରାମବାସୀ। ସେହିପରି ମାନପୁର ଗ୍ରାମର କାଞ୍ଚନ ପାଇକରାୟ କହିଛନ୍ତି, ଘେରିବନ୍ଧ ନିର୍ମାଣ କରାଯାଇଥିଲେ, ଆମେ ଖରାଟିଆ ଫସଲ କରିଥାନ୍ତୁ। ବାରମ୍ବାର ଅଭିଯୋଗ କରି ଥକିଗଲୁଣି। ହେଲେ ଗୁହାରି ଶୁଣିବାକୁ କେହି ନାହାନ୍ତି। ଆଉ କେତେଦିନ ଏମିତି ବନ୍ୟା ଦୁର୍ଦ୍ଦଶା ଭୋଗିଲେ, ସରକାର ଆମ ଦୁଃଖ ବୁଝିବେ ବୋଲି କେତେଜଣ ଅଭିଯୋଗକାରୀ କ୍ଷୋଭର ସହ ପ୍ରଶ୍ନ କରିଛନ୍ତି।
ସ୍ଥାୟୀ ପ୍ରତିକାର କରାଯାଉ
ହିରିମୂଳ, ଢିହଖଳା, ଶରଧାପୁର ଗ୍ରାମର କେତେଜଣ ବୟୋଜ୍ୟେଷ୍ଠ ବ୍ୟକ୍ତି କହିଛନ୍ତି, ପିଲାବେଳୁ ବନ୍ୟା ପରିସ୍ଥିତି ଲାଗି ରହିଛି। ସ୍ଥାୟୀ ପ୍ରତିକାର ପାଇଁ ସରକାର ପଦକ୍ଷେପ ନିଅନ୍ତୁ। ଆମେ ସରକାରଙ୍କ ସାବତ ପୁଅ କି ବୋଲି ବନ୍ୟାବିପନ୍ନ ଗ୍ରାମବାସୀ ପ୍ରଶ୍ନ କରିବା ସହ ଆଉକେତେ ଦୁର୍ଦ୍ଦଶା ଭୋଗିଲେ ସରକାର ଆମ ଦୁଃଖ ବୁଝିବେ ବୋଲି ସେମାନେ କ୍ଷୋଭର ସହ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri